ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଘରେ ବସି ୨ କୋଟି ରୋଜଗାର କଲା ୧୨ ବର୍ଷର ପିଲା…ଜାଣନ୍ତୁ କେମିତି?

0

ମହାମାରୀ କରୋନା ଅନେକ ଲୋକଙ୍କ ଜୀବନ ବଦଳାଇଦେଇଛି । କିଏ ନିଜର ଚାକିରି ହରାଇ ତ କାହାର ବ୍ୟବସାୟ ବନ୍ଦ ହୋଇଯାଇଛି । ଲୋକମାନେ ବିଭିନ୍ନ ଆର୍ଥିକ ସମସ୍ୟା ଦେଇ ଗତି କରିଛନ୍ତି । ସ୍କୁଲ, କଲେଜ ବନ୍ଦ ଯୋଗୁଁ ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି । ଲକଡାଉନ ଯୋଗୁଁ ଦୋକନ ବଜାର ବନ୍ଦ ହୋଇଯାଇଛି । କିନ୍ତୁ ଏହି ଲକଡାଉନର ଫାଇଦା ଉଠାଇଛନ୍ତି ଜଣେ ୧୨ ବର୍ଷର ପିଲା । ଘରେ ବସି ରୋଜଗାର କରିଛନ୍ତି ୨ କୋଟିରୁ ଅଧିକ ଟଙ୍କା।

ଲଣ୍ଡନରେ ରହୁଥିବା ବେନ୍ୟାମିନ ଅହମ୍ମଦ ନିଜର ବୁଦ୍ଧି ଖଟାଇ ଘରେ ବସି ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ବେନ୍ୟାମିନ ତିମି ମାଛର ଡିଜିଟାଲ କଳାକୃତି ତିଆରି କରି ଅନଲାଇନରେ ବିକ୍ରି କରି ଏହି ଅର୍ଥ ଉପାର୍ଜନ କରିଛନ୍ତି। ସ୍କୁଲ ବନ୍ଦ ଥିବାରୁ ଘରେ ଖାଲି ସମୟରେ ବେନ୍ୟାମିନ ତିମି ମାଛର
କଳାକୃତି ନିଜେ ତିଆରି କରିଥିଲେ । ଏହି ଡିଜିଟାଲ ଚିତ୍ରକୁ ସେ ଏନଏଫଟି ପ୍ଲାଟଫର୍ମରେ ବିକ୍ରି କରିଥିଲେ। ପାଞ୍ଚ ବର୍ଷ ବୟସରୁ କୋଡିଂ ଆରମ୍ଭ କରିଥିବା
ବେନ୍ୟାମିନ ଏହି ବର୍ଷ ଏନଏଫଟିରେ ମନୋନିବେଶ କରିଥିଲେ। ଏହା ପରେ ବିଭିନ୍ନ ତିମି ମାଛର ଡିଜିଟାଲ ଚିତ୍ର ବନେଇବାରେ ଲାଗିପଡିଥିଲେ।

ବେନ୍ୟାମିନ ଜାତୀୟ ଗଣମାଧ୍ୟମରେ କହିଛନ୍ତି ଯେ, ସେ ଜଣେ ପ୍ରଫେସନାଲ କଳାକାର ନୁହଁନ୍ତି , କିନ୍ତୁ ସେ ୟୁଟ୍ୟୁବରୁ ଭିଡିଓ ଦେଖି ନିଜର ବୁଦ୍ଧି ଖଟାଇଥିଲେ ଯେ କିଭଳି ତିମି ମାଛର ଚିତ୍ରକୁ ପିକ୍ସଏଲରେ ପ୍ରୟୋଗ କରିପାରିବେ। ୱେବସାଇଟ ମିରର ହିସାବରେ ବେନ୍ୟାମିନ କହିଛନ୍ତି ଯେ, ବିଭିନ୍ନ ସହାୟକ ଉପକରଣ ତିଆରି କରିବାରେ ତାଙ୍କୁ କିଛି ସପ୍ତାହ ଲାଗିଥିଲା। ଆଉ ତା ପରେ ସେଗୁଡିକୁ ସେ ପ୍ରୋଜେକ୍ଟରେ ମିଶାଇ ତିମି ମାଛର ଚିତ୍ର ତିଆରି କରିଥିଲେ।

ଜୁଲାଇରେ ଅନଲାଇନରେ ବିକ୍ରି ପାଇଁ ଯିବା ପରେ ଚିତ୍ରଟି ମାତ୍ର ୯ ଘଣ୍ଟାରେ ବିକ୍ରି ହୋଇଯାଇଥିଲା । ଏହା ଦ୍ୱିତୀୟ ଏନଏଫଟି ଅଟେ ଯାହା କି ଜଣେ ୧୨ ବର୍ଷର ପିଲା ତିଆରି କରିଛନ୍ତି। ଏନଏଫଟି ଏକ ପ୍ରକାର ଆର୍ଟ ଓ ଡିଜିଟାଲ ଦୁନିଆର ମିଶ୍ରଣ ଅଟେ। ଯେତେବେଳେ ଆପଣଙ୍କ ଚିତ୍ର ଦୁନିଆରେ ପରିଚିତ ହୋଇଯାଏ ଏବଂ ଲୋକଙ୍କୁ ଏହାର ଭିନ୍ନତା ପସନ୍ଦ ଆସିଥାଏ, ତାହାହେଲେ ତାହା ଏକ ଏନଏଫଟି ଭାବରେ ଘୋଷଣା କରାଯାଇଥାଏ । କ୍ରିପ୍ଟୋ
କରେନ୍ସି ମାଧ୍ୟମରେ ଏହାକୁ କିଣା ବିକା କରାଯାଇଥାଏ ।

Leave A Reply

Your email address will not be published.