ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

‘ସତର୍କ ହୁଅ, ପୁଣି ଆକ୍ରମଣ ହୋଇପାରେ’

0

ଆତଙ୍କବାଦୀ ଆକ୍ରମଣ ହେବା ନେଇ ବାଇଡେନଙ୍କ ସୂଚନା ପରେ ସମଗ୍ର ବିଶ୍ବ ଚିନ୍ତାରେ

କାବୁଲ: ବିମାନ ବନ୍ଦରରେ ପୁଣି ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଆତଙ୍କୀ ଆକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ସତର୍କ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଆମେରିକା ସୈନ୍ୟ ଓ ସାଧାରଣ ଲୋକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ବାଇଡେନଙ୍କ ସତର୍କ ସୂଚନା ଏବେ ସମଗ୍ର ବିଶ୍ବରେ ଚିନ୍ତା ବଢାଇଦେଲାଣି।

ବିମାନବନ୍ଦରରେ ଭିଡ ନ ଜମାଇ ଲୋକଙ୍କୁ ଖାଲି କରିବାକୁ ନିର୍ଦେଶ ଜାରି କରାଯାଇଛି। ବାଇଡେନ୍ ଏହି ଅବସରରେ କହିଛନ୍ତି ଯେ ପରିସ୍ଥିତି ଯେତେ ବି ଖରାପ ହେଉନା କାହିଁକି ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କାମ ଜାରି ରହିବ। ହ୍ୱାଇଟ ହାଉସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କାମ ଆସନ୍ତା କିଛ ଦିନ ପାଇଁ ବିପଦପୂର୍ଣ ରହିବ।

ଗୁରୁବାର ସନ୍ଧ୍ୟାରେ କାବୁଲ ଏୟାରପୋର୍ଟରେ ଦୁଇଟି ବିସ୍ଫୋରଣ ହୋଇଥିଲା। ଏଥିରେ ୧୬୯ ଆଫଗାନିସ୍ତାନଙ୍କ ସମେତ ୧୩ ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲ।। ବିସ୍ଫୋରଣ ପାଇଁ ଆଇଏସଆଇଏସ-କେ ନିଜକୁ ଦାୟୀ କରିଥିଲା । ତେବେ ବିସ୍ଫୋରଣର ୪୮ ଘଣ୍ଟା ନପୁରୂଣୁ ଆମେରିକା ଏହାର ପ୍ରତିଶୋଧ ନେଇଥିଲା । ଆମେରିକା ଆଇଏସଆଇଏସ ଖୋରସାନାର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା।

ସେପଟେ ଅଗଷ୍‌ଟ ୩୧ ସୁଦ୍ଧା କାବୁଲ ବିମାନବନ୍ଦରରୁ ଆମେରିକା ସେନା ହଟାଇବାକୁ ଚେତାବନୀ ଦେଇଛି ତାଲିବାନ। ସେହିପରି ଆଫାଗାନିସ୍ତାନ ସ୍ଥିତି
ନେଇ ଜୋ ବାଇଡେନଙ୍କ ଉପରେ ବଢୁଛି ଚାପ। ଜୋ ବାଇଡେନଙ୍କୁ ୬୯ ଆମେରିକୀୟ ସାଂସଦ ଚିଠି ଲେଖିଛନ୍ତି। ଆଫଗାନ ପଲିସିରେ ବାଇଡେନ ବିଫଳ
ହୋଇଥିବା ଅଭିଯୋଗ କରିଛନ୍ତି। ତାଲିବାନ ନେଇ ଆମେରିକାର ପରବର୍ତୀ ନିଷ୍ପତି କଣ ହେବ ସେ ସଂପର୍କରେ ୧୫ ସାଂସଦ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.