ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବଢିଲା ଖାଇବା ତେଲ ଦର

0

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ବଜାରରେ ଖାଇବା ତେଲ ଦର ବୃଦ୍ଧି ହୋଇଛି। ତେଲ ଆମଦାନୀ ନେଇ ବଢିଲା ଚିନ୍ତା। କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବାବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି। ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ରିଫାଇନ୍, ପାମୋଲିନ୍ ତେଲ ଦର ବଢିବାରେ ଲାଗିଛି। ହୋଲସେଲ୍‌ରେ ରିଫାଇନ୍ ତେଲ ୩ରୁ ୪ ଟଙ୍କା ବଢିଥିବା ବେଳେ ପାମୋଲିନ୍ ତେଲ ୨ରୁ ୩ ଟଙ୍କା ବୃଦ୍ଧି ହୋଇଛି।

ଖୁଚୁରାରେ ରିଫାଇନ୍ ଲିଟରକୁ ୮ରୁ ୧୦ ଟଙ୍କା ବଢିଥିବା ବେଳେ ପାମୋଲିନ୍ ଲିଟରକୁ ୫ରୁ ୬ ଟଙ୍କା ବଢିଥିବା ସୂଚନା ରହିଛି। ବଜାରରେ ରିଫାଇନ୍ ତେଲର ୩୦ରୁ ୪୦ପ୍ରତିଶତ ଅଭାବ ଏହି ବୃଦ୍ଧି ପଛର କାରଣ ବୋଲି କୁହାଯାଉଛି। ରିଫାଇନ୍ ତେଲ ମାଲେସିଆ ଏବଂ ସିଙ୍ଗାପୁରରୁ ଆସୁଥିବାବେଳେ ପାମୋଲିନ ତେଲ ଇଣ୍ଡୋନେସିଆରୁ ଆସିଥାଏ।

ବଢିଲା ରିଫାଇନ୍ ଓ ପାଲିନ୍ ତେଲ ଦର।ସରକାରଙ୍କର କୌଣସି ନିୟମ ନାହିଁ କହିଲେ ଓଡ଼ିଶା ବ୍ୟବସାୟୀ ସଂଘ ମହାସଚିବ। ତୈଳ ଦର ବୃଦ୍ଧି ନେଇ ଓଡ଼ିଶା ବ୍ୟବସାୟୀ ମହାସଙ୍ଘ ସମ୍ପାଦକ ସୁଧାକର ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ମାର୍କେଟ୍ ରେ ଦୈନିକ ହଜାରେ ରୁ ୧୨୦୦ ଟନ୍ ରିଫାଇନ୍ ଓ ପାମଲିନ ତେଲର ଆବଶ୍ୟକତା ରହିଛି। ବର୍ତ୍ତମାନ ଓଡ଼ିଶାରେ ୧୫ ରୁ ୨୦ ଦିନ ପାଇଁ ତେଲ ମହଜୁଦ ଅଛି। ଆଗାମୀ ଦିନରେ ଏହା କମିଯାଇ ପାରେ। ଯେଉଁମାନେ ବାହାର ଦେଶରୁ ଆମଦାନୀ କରୁଛନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଶ ଦେଶ ଭିତରେ ଯୁଦ୍ଧ ପାଇଁ ତୈଳ ଆମଦାନୀ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି।

ଓଡ଼ିଶା ବ୍ୟବସାୟୀ ମହାସଙ୍ଘ ସମ୍ପାଦକ ପୁଣି କହିଛନ୍ତି ଯେ, ରିଫାଇନ ତେଲ ବିଶେଷ କରି ସନଫ୍ଲାୱାର ତେଲରେ ଲିଟର ପିଛା ୫ ଟଙ୍କା ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଆମଦାନୀ କମ୍ପାନୀ ଉପରେ ତୀକ୍ଷଣ ନଜର ରଖିବା ଦରକାର। ଏହା ସହ ସରକାର କଳାବାଜର ଉପରେ ଧ୍ୟାନ ଦେବା ଦରକାର। ବର୍ତ୍ତମାନ ପାଇଁ ତେଲ ମହଜୁଦ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। ହେଲେ ଅଧିକ ଦିନ ଯୁଦ୍ଧ ଚାଲିଲେ ଏହାର ପ୍ରଭାବ ପଡ଼ିବ। ତେବେ ରିଫାଇନ୍ ତେଲ ଛାଡ଼ିଦେଲେ ସୋରିଷ, ବାଦାମ ତେଲ ପ୍ରଚୁର ଅଛି। ଏହାର ଦାମ୍ ମଧ୍ୟ କମ୍ ଅଛି।

Leave A Reply

Your email address will not be published.