ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ମୁମ୍ବାଇରେ ନିର୍ଭୟା ଘଟଣାର ପୁନରାବୃତ୍ତି

0

ଯେବେ ରାକ୍ଷସ ପାଲଟିଯାଏ ମଣିଷ…

ମୁମ୍ବାଇ: ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି। ଦୁଷ୍ମର୍ମ ପରେ ପୀଡିତାଙ୍କୁ ଲୁହାରଡ଼ ମାରପିଟ କରିବା ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ଼ ଭର୍ତି କରିଦେଇଛନ୍ତି ଦୁଷ୍କର୍ମକାରୀ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମୁମ୍ବାଇରେ। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି। ହସ୍ପିଟାଲରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି।

ସୂଚନା ଅନୁସାରେ, ମୁମ୍ବାଇ ସାକିନେକା ଖୈରାନୀ ରୋଡରେ ଏହି ଘଟଣା ଘଟିଛି। ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଦୁଷ୍ମର୍ମ ପରେ ନୃଶଂସ ଭାବେ ମାରପିଟ କରିବା ସହ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ଼ ଭର୍ତି କରିଦେଇଛନ୍ତି ଦୁଷ୍କର୍ମକାରୀ। ମୁମ୍ବାଇ ପୁଲିସର ସୂଚନା ଅନୁସାରେ, ଗତକାଲି ଭୋର ସାଢେ ୩ଟା ସମୟରେ ଏକ ଫୋନ ଆସିଥିଲା। ଖୈରାନୀ ରୋଡରେ ଯୁବତୀ ଜଣକ ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲା। ଆଇପିସି ଧାରା ୩୭୬ ଅର୍ଥାତ୍ ଦୁଷ୍ମର୍ମ ଏବଂ ଧାରା ୩୦୭ରେ ହତ୍ୟା ଉଦ୍ୟମର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଏଭଳି ନୃଶଂସ କାଣ୍ଡ ପାଇଁ ଜଣକୁ ଗିରଫ କରିଛି ପୁଲିସ।

ତେବେ ଏହି ସମସ୍ତ ଲୋମଟାଙ୍କୁରା ଘଟଣାର ସିସିଟିଭ ଫୁଟେଜ ପୁଲିସ ହାତରେ ଲାଗିଛି। ଯେଉଁଥରେ ଏଭଳି ଲୋମଟାଙ୍କୁରା ଘଟଣା ପରା କଏଦ ହୋଇଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ୪୫ ବର୍ଷୀୟ ଅଭିଯୁକ୍ତ ମୋହିତ ଚୌହ୍ୱାନ ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲା। ଏହା ପରେ ଅତି ନୃଶଂସ ଭାବେ ପୀଡିତାଙ୍କୁ ଲୁହା ରଡ଼ରେ ମାରପିଟ କରିଥିଲା। ଏହା ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ଼ ଭର୍ତି କରି ଏକ ଅଟୋରେ ମହିଳାଙ୍କୁ ପକେଇ ଫେରାର ହୋଇଯାଇଥିଲା।

୧୫ ମିନିଟରେ ପରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ। ଏହା ପରେ ସେ ମୁମ୍ବାଇ ପୁଲିସକୁ ଫୋନ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୀଡିତାକୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ସିସିଟିଭି ଫୁଟେଜ ଅଭିଯୁକ୍ତ ବିରୋଧରେ ବଡ଼ ପ୍ରମାଣ ବୋଲି ପୁଲିସ କହିଛି। ତେବେ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି । ଯେପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ହୋଇନାହିଁ ସେ ଯାଏଁ ତାଙ୍କୁ ଅଲଗା ହସ୍ପିଟାଲକୁ ମଧ୍ୟ ନେବା କଷ୍ଟକର। ତେବେ ମୁମ୍ବାଇର ଏହି ଲଜ୍ଜାଜନକ ଘଟଣା ଏବେ ନିର୍ଭୟା ଘଟଣାକୁ ପୁଣି ତାଜା କରିଦେଇଛି।

Leave A Reply

Your email address will not be published.