ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଚାପରେ ଶପଥ ସମାରୋହ ଘୁଞ୍ଚାଇଲା ତାଲିବାନ!

0

ଆଫଗାନିସ୍ତାନ: ଆଫଗାନିସ୍ତାନକୁ ସଂପୂର୍ଣ୍ଣ କବଜାରେ କରିବା ପରେ ଆମେରିକାର ପୁରୁଣା ଆଘାତକୁ ତାଜା କରିବାକୁ ଚାହୁଁଥିବା ତାଲିବାନ ନିଜର ନୂଆ ସରକାରର ଶପଥ ଗ୍ରହଣ ଉତ୍ସବକୁ ପୁଣି ଘୁଞ୍ଚାଇ ଦେଇଛି। କତାର ଚାପରେ ୯/୧୧ ଆତଙ୍କୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଆଫାଗାନିସ୍ତାନରେ ନୂଆ ସରକାର ଶପଥ ଗ୍ରହଣ ସମାରୋହକୁ ତାଲିବାନ ବାତିଲ କରିଛି। ତେବେ ପୁଣି କେବେ ଶପଥ ଗ୍ରହଣ ଉତ୍ସବ ହେବ ସେ ନେଇ ତାଲିବାନ ପକ୍ଷରୁ କିଛି ଘୋଷଣା କରାଯାଇନାହିଁ।

ଗତ ୭ ତାରିଖରେ ତାଲିବାନ ଘୋଷଣା କରିଥିଲା ଯେ, ୯/୧୧ ଆତଙ୍କୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତିରେ ଆଫଗାନିସ୍ତାନର ନୂଆ ସରକାର ଶପଥ ନେବେ।ତେବେ ମିତ୍ର ରାଷ୍ଟ୍ରମାନଙ୍କର ଚାପରେ ବଶବର୍ତ୍ତୀ ହୋଇ ସରକାର ଉଦଘାଟନୀ ଉତ୍ସବ ବାତିଲ କରିଥିବା ଜଣାପଡିଛି। ନୂଆ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ତାଲିବାନ ଋଷ, ଇରାନ,ଚୀନ, କତାର, ତୁର୍କୀକୁ ଆମନ୍ତ୍ରଣ କରିଥିଲା। ହେଲେ ୯/୧୧ ଆତଙ୍କୀ ଆକ୍ରମଣର ପୂର୍ତ୍ତି ଅବସରରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଋଷ ମନା କରିଦେଇଥିଲା। ପୂର୍ବରୁ ଏହି ଉତ୍ସବରେ ଯୋଗଦେବା ଲାଗି ଋଷର ଉଚ୍ଚ ସଦନରେ ପ୍ରସ୍ତାବ ଗୃହୀତ ହୋଇଥିଲା। ମାତ୍ର ଶେଷ ମୂହୁର୍ତରେ ଏହାକୁ ବାତିଲ କରିଦିଆଯାଇଥିଲା।

କତାର ଉପରେ ମଧ୍ୟ ଆମେରିକା ଓ ଏହାର ନାଟୋ ସହଯୋଗୀ ତାଲବାନର ଶପଥ ଗ୍ରହଣ ଉତ୍ସବକୁ ବାତିଲ ପାଇଁ ଚାପ ପକାଇଥିଲେ। ଏହି ଦିନରେ ଶପଥ ଗ୍ରହଣ ଉତ୍ସବ କରିବା ଅମାନବୀୟ ପଦକ୍ଷେପ ବୋଲି କୁହାଯାଇଥିଲା। କିଛି ଦିନ ତଳେ ପଞ୍ଜଶୀରରେ ପାକିସ୍ତାନର ଏୟାର ଷ୍ଟ୍ରାଇକ ସହ ତାଲିବାନ ସରକାରକୁ ପାକିସ୍ତାନର ଖୋଲାଖୋଲି ସାମରିକ ସମର୍ଥନକୁ ଇରାନ ବିରୋଧ କରିଥିଲା। ତାଲିବାନର ଗଡ଼ଫାଦର କତାର ସରକାର ଉପରେ ଆମେରିକା ଓ ନାଟୋ ସଦସ୍ୟ ରାଷ୍ଟ୍ରର ପ୍ରବଳ ଚାପ ଯୋଗୁ ତାଲିବାନର ଆଶା ଧୂଳିସାତ ହୋଇଯାଇଛି।

ଏହାଛଡା ଆଫଗାନିସ୍ତାନରେ ନୂଆ କରି ଶାସନ ଆରମ୍ଭ କରିଥିବା ତାଲିବାନ ବିଶ୍ବସ୍ତରୀୟ ସ୍ୱୀକୃତି ଆଶାକୁ ମଧ୍ୟ ଏହି ଉଦଘାଟନୀ ଉତ୍ସବ ଅଧିକ ବିପଦ ସାବ୍ୟସ୍ତ କରିପାରେ ବୋଲି ସେମାନେ କହିଥିଲେ। କଠୋର ପନ୍ଥୀ ତାଲିବାନ ବିଶ୍ବସ୍ତରୀୟ ସ୍ୱୀକୃତି ପାଇବାକୁ ଖୁବ ଆଗ୍ରହୀ ବୋଲି ଜଣାପଡିଛି। ୯/୧୧ ଆତଙ୍କବାଦୀ ଆକ୍ରମଣ ଆମେରିକା ଇତିହାସର ଏକ କଳା ଦିନ। ୨୦୦୧ , ସେପ୍ଟେମ୍ବର ୧୧ରେ ଅଲକାଏଦା ଆତଙ୍କବାଦୀ ମାନେ ଆମେରିକାର ୪ଟି ବିମାନକୁ ହାଇଜାକ କରି ବିଶ୍ବ ବାଣିଜ୍ୟ ଟାୱାରକୁ ଧୂଳିସାତ କରିଦେଇଥିଲେ। ପେଣ୍ଟାଗନ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ଉଡାଇଦେଇଥିଲେ। ଯେଉଁଥିରେ ପାଖାପାଖି ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.