ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ମୁମ୍ବାଇରେ ନିର୍ଭୟା ଘଟଣାର ପୁନରାବୃତ୍ତି

0

ଯେବେ ରାକ୍ଷସ ପାଲଟିଯାଏ ମଣିଷ…

ମୁମ୍ବାଇ: ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି। ଦୁଷ୍ମର୍ମ ପରେ ପୀଡିତାଙ୍କୁ ଲୁହାରଡ଼ ମାରପିଟ କରିବା ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ଼ ଭର୍ତି କରିଦେଇଛନ୍ତି ଦୁଷ୍କର୍ମକାରୀ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମୁମ୍ବାଇରେ। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି। ହସ୍ପିଟାଲରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି।

ସୂଚନା ଅନୁସାରେ, ମୁମ୍ବାଇ ସାକିନେକା ଖୈରାନୀ ରୋଡରେ ଏହି ଘଟଣା ଘଟିଛି। ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଦୁଷ୍ମର୍ମ ପରେ ନୃଶଂସ ଭାବେ ମାରପିଟ କରିବା ସହ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ଼ ଭର୍ତି କରିଦେଇଛନ୍ତି ଦୁଷ୍କର୍ମକାରୀ। ମୁମ୍ବାଇ ପୁଲିସର ସୂଚନା ଅନୁସାରେ, ଗତକାଲି ଭୋର ସାଢେ ୩ଟା ସମୟରେ ଏକ ଫୋନ ଆସିଥିଲା। ଖୈରାନୀ ରୋଡରେ ଯୁବତୀ ଜଣକ ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲା। ଆଇପିସି ଧାରା ୩୭୬ ଅର୍ଥାତ୍ ଦୁଷ୍ମର୍ମ ଏବଂ ଧାରା ୩୦୭ରେ ହତ୍ୟା ଉଦ୍ୟମର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଏଭଳି ନୃଶଂସ କାଣ୍ଡ ପାଇଁ ଜଣକୁ ଗିରଫ କରିଛି ପୁଲିସ।

ତେବେ ଏହି ସମସ୍ତ ଲୋମଟାଙ୍କୁରା ଘଟଣାର ସିସିଟିଭ ଫୁଟେଜ ପୁଲିସ ହାତରେ ଲାଗିଛି। ଯେଉଁଥରେ ଏଭଳି ଲୋମଟାଙ୍କୁରା ଘଟଣା ପରା କଏଦ ହୋଇଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ୪୫ ବର୍ଷୀୟ ଅଭିଯୁକ୍ତ ମୋହିତ ଚୌହ୍ୱାନ ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲା। ଏହା ପରେ ଅତି ନୃଶଂସ ଭାବେ ପୀଡିତାଙ୍କୁ ଲୁହା ରଡ଼ରେ ମାରପିଟ କରିଥିଲା। ଏହା ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ଼ ଭର୍ତି କରି ଏକ ଅଟୋରେ ମହିଳାଙ୍କୁ ପକେଇ ଫେରାର ହୋଇଯାଇଥିଲା।

୧୫ ମିନିଟରେ ପରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ। ଏହା ପରେ ସେ ମୁମ୍ବାଇ ପୁଲିସକୁ ଫୋନ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୀଡିତାକୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ସିସିଟିଭି ଫୁଟେଜ ଅଭିଯୁକ୍ତ ବିରୋଧରେ ବଡ଼ ପ୍ରମାଣ ବୋଲି ପୁଲିସ କହିଛି। ତେବେ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି । ଯେପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ହୋଇନାହିଁ ସେ ଯାଏଁ ତାଙ୍କୁ ଅଲଗା ହସ୍ପିଟାଲକୁ ମଧ୍ୟ ନେବା କଷ୍ଟକର। ତେବେ ମୁମ୍ବାଇର ଏହି ଲଜ୍ଜାଜନକ ଘଟଣା ଏବେ ନିର୍ଭୟା ଘଟଣାକୁ ପୁଣି ତାଜା କରିଦେଇଛି।

Leave A Reply

Your email address will not be published.