ପ୍ରମୁଖ ଖବର

୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି‌ ରେକର୍ଡ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ
ଗୁରୁବାର ରାତିରେ ୧ ଘଣ୍ଟା ପାଇଁ ବନ୍ଦ ରହିବ ରେଳ ଟିକେଟ୍ ସଂରକ୍ଷଣ
୩ ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ, ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର
୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ

ପୂଜା ପାଇଁ ସେଲ୍‌; ଅଧା ଦାମରେ ଅନଲାଇନ୍ ସପିଂ!

0

ଭୁବନେଶ୍ବର: ସେଲ ସେଲ ସେଲ। ଅନଲାଇନ୍‌ରେ ମନୋଲଭା ଅଫର ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମହାମାରୀ କରୋନା ପାଇଁ ଲାଗିଥିବା କଟକଣା ଯୋଗୁଁ ଲୋକେ ବାହାରେ ଏକାଠି ହୋଇପାରିବେନି କି ପୂଜାର ମଜା ନେଇପାରିବେନି। କିନ୍ତୁ ନୂଆ ଡ୍ରେସ ପିନ୍ଧି ପରିବାର ସହ ପୂଜା ମନାଇବାକୁ ଲୋକେ ଭୁଲିବେନି। ବିଶେଷ କରି ଦୁର୍ଗାପୂଜା ଓ ଦୀପାବଳୀ ସମୟରେ ଲୋକେ ଅଧିକ କିଣାକିଣି କରନ୍ତି।ଏବେ ଅଧିକାଂଶ ଲୋକ ଅନଲାଇନରେ ସପିଂ କରିବାକୁ ପସନ୍ଦ କରୁଥିବା ବେଳେ ପୂଜାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଯାଇଛି ସେଲ୍। ବିଭିନ୍ନ କମ୍ପାନି ଅଫର ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଆରମ୍ଭ କରିଦେଇଛନ୍ତି ପ୍ରତିଯୋଗିତା।

ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ ଓ ଫ୍ଲିପକାର୍ଟ। ଆସନ୍ତା ୩ ତାରିଖରୁ ଆମାଜନ ଆରମ୍ଭ କରିବାକୁ ଯାଉଛି ପାର୍ବଣ ସେଲ । ଆଉ ସେହି ଦିନ ଫ୍ଲିପକାର୍ଟ ବି ଆରମ୍ଭ କରିବାକୁ ଯାଉଛି ମେଗା ସେଲ୍। ମନପସନ୍ଦର ଜିନିଷ ଉପରେ ଗ୍ରାହକଙ୍କୁ ମିଳିବ ଭରପୁର ରିହାତି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ସେଲ ଗୁଡିକ ଆରମ୍ଭ ହୋଇ ଧୀରେ ଧୀରେ ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ଚାଲିବ।

ଆସନ୍ତା ୩ ତାରିଖ ଅର୍ଥାତ ରବିବାରରୁ ପ୍ରଥମେ ଦି ବିଗ ବିଲିଅନ ଡେ ସେଲ ନାଁରେ ଫ୍ଲିପକାର୍ଟ ସେଲ୍ ଅଫର ଆଣୁଛି। ସେହିପରି ଆମାଜନ ସେହିଦିନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ଅଫର ଦେବାକୁ ଯାଉଛି। ଫ୍ଲିପକାର୍ଟ ଅକ୍ଟୋବର ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ୮ ଦିନ ପାଇଁ ଅଫର ଦେବ ବୋଲି ଘୋଷଣା କରିଥିବା ବେଳେ ଗ୍ରାହକ ରବିବାର ଦିନକୁ ବ୍ୟାକୁଳତାର ସହ ଅପେକ୍ଷା କରି ରହିଛନ୍ତି।

ଫ୍ଲିପକାର୍ଟ ମଧ୍ୟ ନିଦ୍ଦିଷ୍ଟ କେତୋଟି ବ୍ରାଣ୍ଡ ଉପରେ ୪୦ରୁ ୮୦ ପ୍ରତିଶ୍ରତ ରିହାତି ଦେଇପାରେ। ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ୭୦ ପ୍ରତିଶତ,ମୋବାଇଲ ସାମଗ୍ରୀ ଉପରେ ୮୦ ପ୍ରତିଶତ ରିହାତି ଦେଇପାରେ। ସେହିପରି ଆମାଜନ ଗ୍ରାହକଙ୍କୁ ୧୦ ପ୍ରତିଶତ ଇନଷ୍ଟାଂଟ ଡିସକାଉଣ୍ଟ ଦେବାକୁ ଯୋଜନା କରିଛି। ଆମାଜାନ ଚଳିତ ବର୍ଷ ଏଚଡିଏଫସି ବ୍ୟାଙ୍କ ସହ ଯୋଗାଯୋଗ କରିଛି। ତେବେ ରିହାତି ଦରରେ ସପିଂ ସମୟରେ ଗ୍ରାହକଙ୍କୁ ସବୁକିଛି ଦେଖିକି କିଣିବା
ଜରୁରୀ। କାରଣ ଅନେକ ସମୟରେ ଶସ୍ତା ଜିନିଷ କିଣିବା ଲୋଭରେ ଲୋକେ ଅନେକ କ୍ଷତି ସହିଥାନ୍ତି। ସପିଂ ସମୟରେ ଏହା ଜାଣିବା ଜରୁରୀ ଯେ ଆପଣ
ଏମଆରପିଠୁ କେତେ ରିହାତି ପାଉଛନ୍ତି?

Leave A Reply

Your email address will not be published.