ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

କୋଣାର୍କ ନିର୍ମାଣ ପାଇଁ କିଏ ମାର୍ଗଦର୍ଶନ କରିଥିଲେ?

0

ଷୋଳ ପୂଜାର ଆଜି ପଞ୍ଚମ ଦିବସ; ସବୁ ଦେବୀ ପୀଠରେ ଉତ୍ସାହ, ଉଦ୍ଦୀପନା

ଭୁବନେଶ୍ୱର:ଦେବୀ ପୀଠ ମଧ୍ୟରେ ମାଆ ରାମଚଣ୍ଡୀଙ୍କ ପୀଠର ମହିମା କିଛି କମ୍‍ ନୁହେଁ । ଏଠାରେ ମଧ୍ୟ ଦୁର୍ଗାପୂଜା ବିଧି ମୁତାବକ ହୋଇଥାଏ । ଆସନ୍ତୁ ଜାଣିବା କିଏ ମାଆ ରାମଚଣ୍ଡୀ । ମାଆଙ୍କ ଆବିର୍ଭାବ କେବେ ହୋଇଥିଲା ଓ କିମ୍ୱଦନ୍ତୀ କଣ କୁହେ।

ପୁରୀ କୋଣାର୍କ ବେଳାଭୂମି ରାସ୍ତାର କୁଶଭଦ୍ରା ନଦୀ ମୁହାଣ ତଟରେ ବିଜେ ହୋଇଛନ୍ତି ମାଆ ରାମଚଣ୍ଡୀ। ଭଲା ରାମଚଣ୍ଡୀ ଭଲାରେ,କଳା ପାହାଡ଼କୁ ଦୁଅାରେ ବସାଇ, ଗଲା ପାଣି ଆଣି ଗଲାରେ । ଲୋକ ଗୀତରୁ ମାଆ ରାମଚଣ୍ଡୀଙ୍କ ମହିମା ନେଇ କିଛି ଆଭାସ ମିଳୁଛି ।

ଲୋକ କଥାରୁ ଜଣାଯାଏ ଯେ ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରିବାକୁ ନଦୀ ବକ୍ଷରେ ପକାଉଥିବା ପଥର ଗୁଡ଼ିକ ଭାସି ଯାଉଥିଲା । ରାଜା ହତାଶ ହୋଇ ଫେରୁଥିବା ବେଳେ ବର୍ତ୍ତମାନ ବିଜେ ହୋଇଥିବା ମାଆଙ୍କ ମନ୍ଦିର ସ୍ଥାନରେ ଜଣେ ବୁଢ଼ୀ ଗୋବର ଗୋଟାଉ ଥିଲେ । ରାଜା ଏହି ବୁଢ଼ୀଙ୍କୁ ପିିଇବାକୁ ପାଣି ମାଗିଥିଲେ । ଭୋକ ହେଉଥିବାରୁ କିଛି ଖାଇବାକୁ ମାଗିଥିଲେ । ବୁଢ଼ୀ ମାଅା ରାଜାଙ୍କୁ ତତଲା ଜାଉ ଖାଇବାକୁ ଦେଇଥିଲେ । ରାଜା ଭୋକରେ ଜାଉ ମଝିରେ ହାତ ମାରିଦେବାରୁ ତାଙ୍କ ହାତ ପୋଡିଗଲା । ବୁଢ଼ୀ ମାଅା କହିଥିଲେ ଲାଙ୍ଗୁଳା ନରସିଂହ ଦେବ ମଝି ନଇରେ ପଥର ପକାଇ ମନ୍ଦିର ତିଅାରି କଲା ଭଳିତୋର ଜାଉ ଖିଅା । ଏତିକିରେ ରାଜା ତାଙ୍କ  ଭୁଲ୍‍ ବୁଝିପାରିଥିଲେ । ନଦୀ କୂଳରେ ପଥର ପକାଇ ପକାଇ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ଅାଦେଶ ଦେଇଥିଲେ ରାଜା। କୁହାଯାଏ,ନିଜେ ରାମଚଣ୍ଡୀ ବୁଢ଼ୀ ବେଶରେ ରାଜାଙ୍କୁ ସର୍ତକ କରାଇ ଦେଇଥିଲେ ।

ଶାରଦୀୟ ପର୍ବ ଅବସରରେ ମାଆଙ୍କ ପୀଠରେ ସହସ୍ରାକୁମ୍ଭାଭିଷେକ ଦିନରୁ ଷୋହଳ ଦିନ ବ୍ୟାପି ପ୍ରତିଦିନ ଚଣ୍ଡୀପାଠ କରାଯାଏ । ପ୍ରତିଦିନ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା ଏବଂ ଚଣ୍ଡୀପାଠ ଶାରଦୀୟ ପାର୍ବଣର ମୁଖ୍ୟ ଆକର୍ଷଣ। ଷୋଳଦିବସୀୟ ପୂଜାରେ ମାଆଙ୍କୁ ତିନି ଧୂପରେ ଖେଚୁଡ଼ି ସହ ୧୬ ପ୍ରକାର ଭୋଗ ସମର୍ପଣ ହୋଇଥାଏ । ମହାଭାରତ ପୁରାଣରେ ମାଆ ରାମଚଣ୍ଡୀଙ୍କ ମହାତ୍ମ୍ୟ ସଂର୍ପକରେ ବି ଉଲ୍ଲେଖ ଅଛି । 

Leave A Reply

Your email address will not be published.