ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ସମୁଦ୍ର ମଝିରେ ଚାଲିଥିଲା ଡ୍ରଗ୍ସ ପାର୍ଟି

0

ମୁମ୍ବାଇ: ସମୁଦ୍ର ମଝିରେ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି। ଆଉ ଖବର ପାଇଁ ଜାହାଜ ମଧ୍ୟରେ ଯାତ୍ରୀ ବେଶରେ ପହଞ୍ଚିଛିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ। ଖବର ଅନୁସାରେ ଜଣେ ବଲିଉଡ ଅଭିନେତାଙ୍କ ପୁଅ ମଧ୍ୟ ଏହି ପାର୍ଟିରେ ସାମିଲ ଥିଲେ। ଏନସିବି ଟିମି ବଲିଉଡ ଅଭିନେତା ପୁଅଙ୍କ ସମେତ ୮ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଆୟୋଜନ ହୋଇଥିଲା ଡ୍ରଗ୍ସ ପାର୍ଟି। ଆଉ କୌଣସି ସୂତ୍ରରୁ ଏନସିବିକୁ ଏହି ଖବର ମିଳିଥିଲା। ଏହା ପରେ ଏନସିବିର କିଛି ଅଫିସର ଯାତ୍ରୀ ବେଶରେ ଜାହାଜରେ ପ୍ରବେଶ କରିଥିଲେ। ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନକଡେଙ୍କ ନେତୃତ୍ୱରେ ଏହି ଅପରେସନ କରାଯାଇଥିଲା। ସମୀର ୱାନକଡେଙ୍କ ନିଜ ଟିମ ସହ ଜାହାଜରେ ପହଞ୍ଚି ଦେଖିଥିଲେ ଯେ, ପାର୍ଟି ଚାଲିଥିଲା ଓ ସମସ୍ତେ ବହୁ ପରିମାଣର ଡ୍ରଗ୍ସ ସେବନ କରୁଥିଲେ।

ସେହି ସମୟରେ ଏନସିବି ଟିମ ଆକ୍ସନର ଆସିବା ସହ ନିଜର ଅପରେସନ ଆରମ୍ଭ କରିଦେଇଥିଲା। ଯେହେତୁ ଯାତ୍ରୀ ବେଶର ଏନସିବିର ପୂରା ଟିମ ଯାଇଥିଲେ, ତେଣୁ ତାଙ୍କ ଉପରେ କେହି ସନ୍ଦେହ କରିପାରିନଥିଲେ, ଏବଂ ଘଟଣା ସ୍ଥଳରୁ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କୁ ଧରିବା ସହଜ ହୋଇଥିଲା। ଅଟକ ରଖିଥିବା ଲୋକଙ୍କୁ ନେଇ ବିଳମ୍ବିତ ରାତିରେ ଏନସିବି ଟିମ ମୁମ୍ବାଇରେ ପହଞ୍ଛିଛି। ସେମାନଙ୍କ ମଧ୍ୟରେ ଜଣେ ବଲିଉଡ ଅଭିନେତାଙ୍କ ପୁଅ ଥିବା ସୂଚନା ମିଳିଛି। ସମସ୍ତଙ୍କୁ ପଚରାଉଚରା କରାଯାଉଛି। ତେବେ ୨ ଯୁବକଙ୍କୁ ଏନସିବି କାର୍ଯ୍ୟାଳୟରୁ ଛାଡିଦିଆଯାଇଥିବା ଜଣାପଡିଛି।

ଏହି ଡ୍ରଗ୍ସ ପାର୍ଟିଙ୍କର ଆୟୋଜକଙ୍କ ବିଷୟରେ ଏକ ବଡ଼ ସୂଚନା ସାମନାକୁ ଆସିଛି। ଦିଲ୍ଲୀର ଏକ କମ୍ପାନୀ ନାମାସ୍କ୍ରାଇ ଏକ୍ସପେରିଏନ୍ସ ଏହି ପାର୍ଟିର ଆୟୋଜନ କରିଥିଲା। ପାର୍ଟିରେ ସାମିଲ ପାଇଁ ଜଣେ ଯାତ୍ରୀଙ୍କ ଟିକେଟ ମୂଲ୍ୟ ୮୦ ହଜାର ଟଙ୍କା ରଖାଯାଇଥିଲା । ଏହି ପାର୍ଟି ଗତକାଲି ଆରମ୍ଭ ହୋଇଥିଲା । ଏବଂ ୪ତାରିଖ ସୁଦ୍ଧା ସମସ୍ତଙ୍କୁ ମୁମ୍ବାଇ ଫେରାଇ ଆଣିବାକୁ ଯୋଜନା ଥିଲା। ତେବେ ଆଶ୍ଚର୍ଯ୍ୟକର କଥା , କିଛି ବ୍ୟକ୍ତିଙ୍କ ଠାରୁ ଏହି ପାର୍ଟି ପାଇଁ ୮୨ ହଜାର ଟଙ୍କା ନିଆଯାଇଥିବା ବେଳେ ମଧ୍ୟ ସେମାନଙ୍କୁ ଜାହାଜରେ ଚଢିବାକୁ ଦିଆଯାଇନଥିଲା। କିଛି ଅଳ୍ପ ଲୋକଙ୍କୁ ନେଇ ଏହି ପାର୍ଟି କରିବାର ବ୍ୟବସ୍ଥା କରାଯାଉଥିଲା । ଜାହାଜ ଉପରେ ମଧ୍ୟ ଏନସିବି ଛାନଭିନ କରୁଥିବା ବେଳେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.