ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଏକାଠି ଖାଇଲେ ଅନୁଭବ-ଜାଗୃତି

0

ଦୀର୍ଘଦିନର ନିରବତା ପରେ ସୋସିଆଲ ମିଡିଆରେ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ଅନେକ କଥା ଉଠୁଛି । ପାରିବାରିକ ବିବାଦରେ ଛନ୍ଦି ହୋଇପଡିଥିବା ସାଂସଦ ଅନୁଭବ ମହାନ୍ତି ନିଜ ବାନ୍ଧବୀଙ୍କ ସହ ସୋସିଆଲ ମିଡିଆରେ ଫୋଟୋ ସେୟାର କରିଛନ୍ତିା ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଏଯାଏ ଶାଶୁଘରେ ରହୁଛନ୍ତି । ଅନୁଭବଙ୍କୁ ଛାଡପତ୍ର ଦେବାକୁ ଚାହୁଁନଥାନ୍ତି । କିନ୍ତୁ ଅନ୍ୟପଟେ ବାନ୍ଧବୀ ଜାଗୃତିଙ୍କ ସହ ସୋସିଆଲ ମିଡିଆ ଫଟୋ ସେୟାର କରି ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି କେନ୍ଦ୍ରାପଡା ସାଂସଦ ।

ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ଅନୁଭବ ଛାଡିଥିବା ଏହି ଫଟୋରେ ସାଂଗରେ ଅଛନ୍ତି ବାନ୍ଧବୀ ଜାଗୃତି ଶୁକ୍ଲା । ଏହି ଫଟୋରେ ଅନୁଭବ ଓ ଜାଗୃତି ଶୁକ୍ଲା ଏକାଠି ବସି ଖାଉଥିବାର ଦେଖିବାକୁ ମିଳିଛି । ଫଟୋଟି ସେୟାର କରି ଅନୁଭବ ଲେଖିଛନ୍ତି, ମୋର ବନ୍ଧୁ, ଆପଣଙ୍କ ଭଳି ଆତ୍ମନିର୍ଭରଶୀଳ ଓ ସଶକ୍ତ ମହିଳାଙ୍କୁ ଭେଟିବା ସବୁବେଳେ ସୁନ୍ଦର ଲାଗେ । ଏହା ସହିତ ଆଗକୁ ବଢିଚାଲ ବୋଲି ଲେଖିଛନ୍ତି ଅନୁଭବ ।

ଅନୁଭବ ପୂର୍ବରୁ ମଧ୍ୟ ଜାଗୃତିଙ୍କ ସହିତ ବନ୍ଧୁ ଓକିଲ ଅଶ୍ୱିନୀ ଦ୍ୱିବେଙ୍କ ସହ କଫି ପିଉଥିବାରର ଏକ ଫେଟୋ ଫେସବୁକ ପେଜରରେ ସେୟାର କରିଥିଲେ । ଫଟୋରେ ଜାଗୃତିଙ୍କୁ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହି ଢେର ପ୍ରଶଂସା କରିଥିଲେ ।

ଅନୁଭବଙ୍କ ଫଟୋରେ ଥିବା ଜାଗୃତି ଶୁକ୍ଲା ଜଣେ ପେଶାଦାର ସାମ୍ବାଦିକା । ଲୋକସଭା ଟିଭିରେ ଖବର ଉପସ୍ଥାପନା କରନ୍ତି । ନିକଟରେ ସେ ଏଥିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ବର୍ଷାଙ୍କ ସହ ଅନୁଭବଙ୍କ ବିବାଦ ସମୟରେ ଚର୍ଚ୍ଚାକୁ ଆସିଥିଲେ ଜାଗୃତି । ଆଉ ଅନୁଭବ ପୁଣି ଜାଗୃତିଙ୍କ ସହ ଏହି ଫଟୋ ପୋଷ୍ଟ କରିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବର୍ଷାଙ୍କ ସହ ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଜାଗୃତିଙ୍କ ଆହୁରି ନିକଟତର ହେବାକୁ ଚାହୁଁଛନ୍ତି କି ଅନୁଭବ । ଦୁହେଁ ଏକାଠି ବସି ଖାଇବା ଦୁହିଁଙ୍କ ଭିତରେ ଥିବା ଘନିଷ୍ଠତାକୁ ଦର୍ଶାଉନାହିିଁ କି?

ଏପଟେ କଟକ ଫ୍ୟାମିଲି କୋର୍ଟରେ ବର୍ଷାଙ୍କଠାରୁ ବିବାହ ବିଚ୍ଛେଦ ପାଇଁ କରିଥିବା ଆବେଦନର ଶୁଣାଣୀ ଚାଲିଛି । ଏହା ସହିତ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଲାଗି ବର୍ଷା ରୁଜୁ କରିଥିବା ଆବେଦନର ମଧ୍ୟ ଶୁଣାଣି କରୁଛନ୍ତି ପରିବାର ଅଦାଲ୍‌ତ । ଆଉ ଏହି ସମୟରେ ଏହି ଫଟୋଟି ପୋଷ୍ଟ କରି କଣ ସଂକେତ ଦେଉଛନ୍ତି ସାଂସଦ । ଏହି ଷ୍ଟାର କପୁଲଙ୍କ ଭିତରେ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଦୁହେଁ ଦୁହିଁଙ୍କ ବିରୋଧରେ ପୂର୍ବରୁ ବହୁ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ କରି ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ତେବେ ଏହି ବିବାଦ ମଧ୍ୟରେ କିନ୍ତୁ ଅନୁଭବଙ୍କ ସହ ରହିବାକୁ ଚାହୁଁଛନ୍ତି ବର୍ଷା । ତାଙ୍କ ଘର ଛାଡିବାକୁ ମଧ୍ୟ ପ୍ରସ୍ତୁତ ନୁହେଁନ୍ତି ବର୍ଷା ।

Leave A Reply

Your email address will not be published.