ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ପାନ ମସଲା ବ୍ରାଣ୍ଡ ବିଜ୍ଞାପନ ଛାଡିଲେ ଅମିତାଭ

0

ମୁମ୍ବାଇ: ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ପାନ ମସଲା ବ୍ରାଣ୍ଡ ବିଜ୍ଞାପନରୁ ନିଜ ନାଁ ହଟେଇ ଦେଇଛନ୍ତି। ଗତ କିଛି ପାନ ମସଲା ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଥିଲେ ବିଗ ବି। ବିଜ୍ଞାପନରୁ ନାଁ ପ୍ରତ୍ୟାହାର ପରେ ବିଗ ବି କହିଛନ୍ତି, ସେ ଚାହାନ୍ତି ନାହିଁ ଆଗାମୀ ଯୁବପିଢିଙ୍କୁ ପାନପସଲା ଖାଇବା ପାଇଁ ଏହା ଉତ୍ସାହିତ କରୁ।

ଅମିତାଭ ବଚ୍ଚନ କମଲା ପସନ୍ଦର ବିଜ୍ଞାପନ କରିଥିଲେ; ଯାହାକୁ ନେଇ ବହୁତ ଲୋକ ଆପତ୍ତି ଉଠାଇଥିଲେ। ଲୋକମାନଙ୍କ ବିଶ୍ୱାସ ଥିଲା, ଦେଶର ବରିଷ୍ଠ ବ୍ୟକ୍ତିତ୍ୱ ହୋଇ ଅମିତାଭ ବଚ୍ଚନ ଏଭଳି ବିଜ୍ଞାପନ କରିବା ଉଚିତ ନୁହେଁ। ଜାତୀୟ ତମାଖୁ ବିରୋଧୀ ସଂଗଠନ ମଧ୍ୟ ଅମିତାଭଙ୍କ ଏହି ବିଜ୍ଞାପନରୁ ତାଙ୍କ ନାମ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ।

କମଲା ପସନ୍ଦ ସଂସ୍ଥା ବ୍ୟାବସାୟିକ ପ୍ରସାର ହେବାର କିଛି ଦିନ ପରେ ଏକ ଚୁକ୍ତି ନାମା ସ୍ୱାକ୍ଷର କରିଥିଲା, ଯାହା ଅମିତାଭ ବଚ୍ଚନ ଗତ ସପ୍ତାହରେ ଶେଷ କରିଦେଇଛନ୍ତି। ଯେବେ ଏହି ବିଜ୍ଞାପନ କରିବାକୁ ଅମିତାଭ ନିଷ୍ପତ୍ତି ନେଇଥିଲେ ସେତେବେଳେ ତାଙ୍କୁ ଜଣାନଥିଲା ଯେ ଏହା ସରୋଗେଟ୍ ବିଜ୍ଞାପନ ବର୍ଗରେ ଆସୁଛି। ପରେ ଜାଣିବା ପରେ ବିଜ୍ଞାପନରୁ ଅମିତାଭ ନାମ ପ୍ରତ୍ୟାହାର କରିବା ସହ ବ୍ରାଣ୍ଡର ପ୍ରୋମୋସନ ପାଇଁ ନେଇଥିବା ସମସ୍ତ ଟଙ୍କା ମଧ୍ୟ ଫେରସ୍ତ କରିଛନ୍ତି।

ଅମିତାଭଙ୍କ ଏହି ବିଜ୍ଞାପନକୁ କିଛି ଫ୍ୟାନ ପସନ୍ଦ କରିନଥିଲେ। ଜଣେ ପ୍ରଶଂସକ ଏନେଇ ପ୍ରଶ୍ନ କରିଥିବା ବେଳେ ଅମିତାଭ କହିଥିଲେ ଯେ ଆମକୁ ଏହା ଭାବିବା ଉଚିତ ନୁହେଁ ଯେ, ଆମେ କାହିଁକି ଏପରି କରୁଛେ? ଆମରି ଯେପରି ଇଣ୍ଡଷ୍ଟ୍ରି ଅଛି ତାଙ୍କର ବି ଇଣ୍ଡଷ୍ଟ୍ରି ଅଛି।

Leave A Reply

Your email address will not be published.