ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଏଠି ଶବର ନାଭିରୁ ଫୁଟିଛି ପଦ୍ମଫୁଲ

0

ଭୁବନେଶ୍ୱର: ମୟୂରଭଞ୍ଜର ଶୁକ୍ରୁଳି ବ୍ଲକର ଖିଚିଂଠାରେ  ପୂଜା ପାଉଛନ୍ତି ମାଆ କୀଚକେଶ୍ୱରୀ। କୀଚକେଶ୍ୱରୀଙ୍କୁ ଭଞ୍ଜମାଟିର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ। ଭଞ୍ଜ ରାଜ ବଂଶର ପ୍ରଥମ ରାଜା ଆଦି ଭଞ୍ଜ କୀଚକେଶ୍ୱରୀଙ୍କୁ ପ୍ରତିଷ୍ଠା କରାଇଥିଲେ। ସେତେବେଳେ ଖିଜିଙ୍ଗ କୋଟା ବା ଖିଚିଂ ଥିଲା ଭଞ୍ଜ ରାଜାମାନଙ୍କର ରାଜଧାନୀ। 

କୀଚକେଶ୍ୱରୀଙ୍କ ପ୍ରଥମ ମନ୍ଦିର ପ୍ରାୟ ଦଶମ କି ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏବେ ଥିବା ମନ୍ଦିରର ନିର୍ମାଣ କାମ ମହାରାଜା ସ୍ୱର୍ଗତ ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଅମଳରେ ଆରମ୍ଭ ହୋଇ ୧୯୪୨ ମାର୍ଚ୍ଚ ୧୪ ତାରିଖରେ ସରିଥିଲା। ମନ୍ଦିରର  ଉଚ୍ଚତା ୬୮ଫୁଟ ଏବଂ ଏହା ସଂପୂର୍ଣ୍ଣ କଳା ମୁଗୁନି ପଥରରେ ନିର୍ମିତ ହୋଇଛି। କଳା ମୁଗୁନି ପଥରରେ ମଧ୍ୟ ଗଢ଼ା ହୋଇଛି ଦେବୀଙ୍କ ପ୍ରତିମା। ଦେବୀ ଏଠି ଚାମୁଣ୍ଡା ରୂପରେ ବିରାଜିତା। ମାଆ ଶବରୁଢ଼ା। ଶବର ନାଭିରୁ ଫୁଟିଛି ପଦ୍ମଫୁଲ। ପଦ୍ମଫୁଲ ଉପରେ ଦେବୀ ଚକା ଆସନରେ ଉପବିଷ୍ଟ।

ଶାରଦୀୟ ପୂଜାକୁ ନେଇ ଉତ୍ସବ ମୁଖର ହୋଇଥାଏ ଦେବୀପୀଠ। ଦେବୀ ପୂଜାପାଆନ୍ତି ଷୋଡ଼ଶ ଉପଚାରରେ। ବିଜୟାଦଶମୀ ଅବସରରେ ପୂର୍ଣ୍ଣାହୂତି ଦିଆଯାଏ। ଶାରଦୀୟ ପୂଜା ଅବସରରେ ମାଆଙ୍କ ଦର୍ଶନ ଦ୍ୱାରା ମହାପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତଙ୍କର ଅତୁଟ ବିଶ୍ୱାସ ରହିଛି।

ମାଆଙ୍କ ପାଖରେ ଲାଗୁଥିବା ସିନ୍ଦୁର ଭକ୍ତଙ୍କୁ ସର୍ବସିଦ୍ଧି ପ୍ରଦାନ କରିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଆସିଛି। ଦେବୀ ରାଜବଂଶର ଆରାଧ୍ୟା ଠାକୁରାଣୀ ହୋଇଥିବାରୁ ଶାରଦୀୟ ପୂଜା ରାଜପୂଜା ଭାବେ ଖ୍ୟାତ। ରାଜ ପରିବାର ଦାୟଦଙ୍କ ନାମରେ ସଙ୍କଳ୍ପ କରାଯାଇ ମାଆଙ୍କ ନବରାତ୍ର ପୂଜା ହୋଇଥାଏ। ବିଜୟା ଦଶମୀ ଦିନ ମନ୍ଦିର ନିକଟରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ।

Leave A Reply

Your email address will not be published.