ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ପ୍ରତିଶୋଧ ନେଲା ସେନା: ଟଳିଲେ ୩ ଲସ୍କର

0

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ତୁରନ୍ତ ୫ ଯବାନଙ୍କ ବଳିଦାନର ବଦଲା ନେଇଛନ୍ତି। ସୋପିଆନରେ ଆଜି ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ନିହତ ୩ ଆତଙ୍କବାଦୀ ଟିଆରଏଫ ସଦସ୍ୟ। ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ଜବତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

ସୋପିଆନରେ ନିହତ ୩ ଆତଙ୍କୀଙ୍କ ମଧ୍ୟରୁ ଜଣେ ବିହାରର ରାସ୍ତାକଡ଼ ବ୍ୟବସାୟୀ ବୀରେନ୍ଦ୍ର ପାସୱାନଙ୍କୁ ହତ୍ୟା କରିଥିବା ଗାନ୍ଦରବାଲର ମୁଖତାର ଶାହା
ବୋଲି ଜଣାପଡିଛି। କାଶ୍ମୀର ଜୋନ ପୁଲିସଙ୍କ ସୂଚନା ଅନୁସାରେ, ସୋପିଆନ ଏନକାଉଣ୍ଟରରେ ସୁରକ୍ଷାକର୍ମୀ ଗୁଳିରେ ଟଳିଥିବା ୩ ଆତଙ୍କୀ ଲସ୍କର ଏ ତୋଇବାର ଅଟନ୍ତି। ଏବେ ଆଉ ଦୁଇ ଆତଙ୍କୀଙ୍କୁ ଚିହ୍ନଟ କରାଯାଉଛି। ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଭଳି ଆପତ୍ତିଜନକ ସାମଗ୍ରୀ ସେମାନଙ୍କ ନିକଟରୁ ଜବତ ହୋଇଥିବା ବେଳେ ଏବେ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି।

ଗତ କିଛି ଦିନ ହେବ ଆତଙ୍କବାଦୀମାନେ ଲଗାତର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ଗତକାଲି ଆତଙ୍କବାଦୀ ମାନେ ସୋରନକୋଟ ଏଲଓସି
ସଂଲଗ୍ନ ଅଂଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଅନୁପ୍ରବେଶ ନେଇ ଗୁଇନ୍ଦା ଏଜେନ୍ସିରୁ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ପରେ ଜଣେ ଜେସିଓଙ୍କ ସମେତ ୪ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। କିନ୍ତୁ ସେଠାରେ ୫ ଜଣଙ୍କୁ ସହିଦ ଘୋଷଣା କରାଯାଇଥିଲା।

ସହିତ ୫ ଯବାନ ହେଲେ..
() ନାୟକ ସୁବେଦାର ଯଶବିନ୍ଦର ସିଂହ:ପଞ୍ଜାବ କାପୁରଥାଲା ଜିଲ୍ଲାର ତାଲୱାଣ୍ଡି ଗାଁର ବାସିନ୍ଦା।
() ନାୟକ ମନଦୀପ ସିଂହ:ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଚଲହା ଗାଁର।
() ସିପାହୀ ଗଜନ ସିଂହ: ପଞ୍ଜାବର ରୋପର ଜିଲ୍ଲାର ପ ଚନ୍ଦ୍ର ଗାଁର ବାସିନ୍ଦା।
() ସିପାହୀ ସରଜ ସିଂହ: ୟୁପିର ଶାହାଜାହାନପୁର ଜିଲ୍ଲା ଅଖତରପୁର ଧାୱାଲ ଗାଁର ଥିଲେ।
() ସିପାହୀ ବୈଶାଖ ଏଚ: କେରଳର କୋଲାମ ଜିଲ୍ଲାର ଓଡାନାଭଟ୍ଟମ ଗାଁର ବାସିନ୍ଦା।

୨୦୨୧ରେ ଏହି ଦଶ ମାସରେ ଘାଟିରେ ୧୦୩ ଥର ଆତଙ୍କୀ ଆକ୍ରମଣ କରିଛନ୍ତି। ଯେଉଁଥିରେ ୨୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ୩୦ ଯବାନ ସହିଦ ହୋଇଛନ୍ତି। ଏହା ସହିତ ଯବାନଙ୍କ ଗୁଳିମାଡ଼ରେ ମଧ୍ୟ ୧୩୪ ଆତଙ୍କବାଦୀ ନିହତ ହୋଇଛନ୍ତି।

Leave A Reply

Your email address will not be published.