ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

0

ବାଂଲାଦେଶ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ମିଳିଛି ମୃତ୍ୟୁଦଣ୍ଡ। ମାନବତା ବିରୋଧୀ ଅପରାଧ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ସ୍ୱତନ୍ତ୍ର ଟ୍ରିବ୍ୟୁନାଲର ରାୟ ଆସିଛି। ନରସଂହାର ମାମଲାରେ ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ବାଂଲାଦେଶ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।
ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ନେଇ ତାଙ୍କ ନାଁରେ ମାମଲା ହୋଇଥିଲା। ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଶେଖ ହସିନା

ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି। କୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା। ରାୟ ପ୍ରଦାନ କରିବା ସମୟରେ କୋର୍ଟ ବାଂଲାଦେଶରେ ଭାଇରାଲ ହୋଇଥିବା ହାସିନାଙ୍କ ଏକ ଅଡିଓ ରେକର୍ଡିଂ ମଧ୍ୟ ପ୍ରକାଶ କରିଛନ୍ତି। ଏହି ଅଡିଓରେ, ହାସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣାଯାଉଛି। କୋର୍ଟ ତାଙ୍କ ରାୟରେ ମାନବାଧିକାର କମିଶନଙ୍କ ରିପୋର୍ଟକୁ ମଧ୍ୟ ଉଦ୍ଧୃତ କରିଛନ୍ତି।

ଗତବର୍ଷ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଜୋରଦାର ଛାତ୍ର ଆନ୍ଦୋଳନ ହୋଇଥିଲା। ଏଥିରେ୧୪ ଶହ ଜଣଙ୍କ ମୃତ୍ୟୁ ହୋଇଥିଲା। ହସିନାଙ୍କ ବିରୋଧରେ ହତ୍ୟା, ନିର୍ଯାତନା, ଷଡଯନ୍ତ୍ର ଓ ମାନବତା ବିରୋଧରେ ଅପରାଧ ରୋକିବାରେ ବିଫଳ ନେଇ ୫ଟି ମୁଖ୍ୟ ଅଭିଯୋଗ ରହିଛି। ହାସିନା ବାଂଲାଦେଶ ଛାଡି ଏବେ ଭାରତରେ ଆଶ୍ରୟ ନେଇଛନ୍ତି।

Leave A Reply

Your email address will not be published.