ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଏଠି ଶବର ନାଭିରୁ ଫୁଟିଛି ପଦ୍ମଫୁଲ

0

ଭୁବନେଶ୍ୱର: ମୟୂରଭଞ୍ଜର ଶୁକ୍ରୁଳି ବ୍ଲକର ଖିଚିଂଠାରେ  ପୂଜା ପାଉଛନ୍ତି ମାଆ କୀଚକେଶ୍ୱରୀ। କୀଚକେଶ୍ୱରୀଙ୍କୁ ଭଞ୍ଜମାଟିର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ। ଭଞ୍ଜ ରାଜ ବଂଶର ପ୍ରଥମ ରାଜା ଆଦି ଭଞ୍ଜ କୀଚକେଶ୍ୱରୀଙ୍କୁ ପ୍ରତିଷ୍ଠା କରାଇଥିଲେ। ସେତେବେଳେ ଖିଜିଙ୍ଗ କୋଟା ବା ଖିଚିଂ ଥିଲା ଭଞ୍ଜ ରାଜାମାନଙ୍କର ରାଜଧାନୀ। 

କୀଚକେଶ୍ୱରୀଙ୍କ ପ୍ରଥମ ମନ୍ଦିର ପ୍ରାୟ ଦଶମ କି ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏବେ ଥିବା ମନ୍ଦିରର ନିର୍ମାଣ କାମ ମହାରାଜା ସ୍ୱର୍ଗତ ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଅମଳରେ ଆରମ୍ଭ ହୋଇ ୧୯୪୨ ମାର୍ଚ୍ଚ ୧୪ ତାରିଖରେ ସରିଥିଲା। ମନ୍ଦିରର  ଉଚ୍ଚତା ୬୮ଫୁଟ ଏବଂ ଏହା ସଂପୂର୍ଣ୍ଣ କଳା ମୁଗୁନି ପଥରରେ ନିର୍ମିତ ହୋଇଛି। କଳା ମୁଗୁନି ପଥରରେ ମଧ୍ୟ ଗଢ଼ା ହୋଇଛି ଦେବୀଙ୍କ ପ୍ରତିମା। ଦେବୀ ଏଠି ଚାମୁଣ୍ଡା ରୂପରେ ବିରାଜିତା। ମାଆ ଶବରୁଢ଼ା। ଶବର ନାଭିରୁ ଫୁଟିଛି ପଦ୍ମଫୁଲ। ପଦ୍ମଫୁଲ ଉପରେ ଦେବୀ ଚକା ଆସନରେ ଉପବିଷ୍ଟ।

ଶାରଦୀୟ ପୂଜାକୁ ନେଇ ଉତ୍ସବ ମୁଖର ହୋଇଥାଏ ଦେବୀପୀଠ। ଦେବୀ ପୂଜାପାଆନ୍ତି ଷୋଡ଼ଶ ଉପଚାରରେ। ବିଜୟାଦଶମୀ ଅବସରରେ ପୂର୍ଣ୍ଣାହୂତି ଦିଆଯାଏ। ଶାରଦୀୟ ପୂଜା ଅବସରରେ ମାଆଙ୍କ ଦର୍ଶନ ଦ୍ୱାରା ମହାପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତଙ୍କର ଅତୁଟ ବିଶ୍ୱାସ ରହିଛି।

ମାଆଙ୍କ ପାଖରେ ଲାଗୁଥିବା ସିନ୍ଦୁର ଭକ୍ତଙ୍କୁ ସର୍ବସିଦ୍ଧି ପ୍ରଦାନ କରିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଆସିଛି। ଦେବୀ ରାଜବଂଶର ଆରାଧ୍ୟା ଠାକୁରାଣୀ ହୋଇଥିବାରୁ ଶାରଦୀୟ ପୂଜା ରାଜପୂଜା ଭାବେ ଖ୍ୟାତ। ରାଜ ପରିବାର ଦାୟଦଙ୍କ ନାମରେ ସଙ୍କଳ୍ପ କରାଯାଇ ମାଆଙ୍କ ନବରାତ୍ର ପୂଜା ହୋଇଥାଏ। ବିଜୟା ଦଶମୀ ଦିନ ମନ୍ଦିର ନିକଟରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ।

Leave A Reply

Your email address will not be published.