ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

୩୬ ବର୍ଷରେ ୧୬ଥର ବଦଳିଲେଣି ଜର୍ସି, କେବେ ଓ କେମିତି…ଜାଣନ୍ତୁ

0

ନୂଆଦିଲ୍ଲୀ: ୧୯୮୫ ମସିହାରୁ ୨୦୨୧ ମସିହା ମଧ୍ୟରେ ଟିମ୍ ଇଣ୍ଡିଆ ଅନେକ ଥର ଜର୍ସି ପରିବର୍ତ୍ତନ କରିଛନ୍ତି। ଏ କ୍ଷେତ୍ରରେ ଭାରତୀୟ କ୍ରିକେଟ୍ ଦଳର ରାସ୍ତା ବି ବେଶ୍ ଲମ୍ବା। ବୁଧବାର ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ବକପ୍ ପୂର୍ବରୁ ପୁଣି ଥରେ ଜର୍ସି ବଦଳାଇବା ପରେ ଏହି ପ୍ରସଙ୍ଗଟି ଅନେକ କ୍ରିକେଟ୍ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଥିବ। ଜାତୀୟ ଗଣମାଧ୍ୟମରେ ଥିବା ଏ ସଂକ୍ରାନ୍ତ ତଥ୍ୟକୁ ଆଧାର କରି ଆମର ଏହି ରିପୋର୍ଟ। ଆସନ୍ତୁ ନଜର ପକାଇବା…

୧୯୮୫ ମସିହାରେ କ୍ରିକେଟ୍ ବେନସନ୍ ଆଣ୍ଡ ହେଜ୍ ୱାର୍ଲ୍ଡ ଚାମ୍ପିଅନସିପରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ରଙ୍ଗୀନ ଜର୍ସି ପିନ୍ଧିଥିଲେ।ସେବେ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲେ। ସେବେ ଟିମ୍ ଇଣ୍ଡିଆ କଲର ଚାରିପାଖରେ ଏବଂ କେନ୍ଦ୍ରରେ ହଳଦିଆର ବର୍ଡର ସହିତ ହାଲୁକା ନୀଳ ଜର୍ସି ବ୍ୟବହାର କରିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ୟୁନିଫର୍ମରେ କୌଣସି ପ୍ରଯୋଜକ, ଲୋଗୋ କିମ୍ବା ଖେଳାଳିଙ୍କ ନାମ ନଥିଲା।

୧୯୯୨ ବିଶ୍ୱକପରେ ପ୍ରଥମ ଥର ପାଇଁ ଜର୍ସିର ସାମ୍ନାରେ ଭାରତୀୟ ଦଳ ବୋଲି ଲେଖାଯାଇଥିଲା। ସେହିଭଳି ଜର୍ସି ପଛରେ ଖେଳାଳିଙ୍କ ନାମ ରହିଥିଲା।

ଏହାର ପରବର୍ଷ ଅର୍ଥାତ୍ ୧୯୯୩ ମସିହାରେ ପୁଣି ଥରେ ଭାରତୀୟ ଦଳର ଜର୍ସି ବଦଳାଯାଇଥିଲା। ସେବେ ଭାରତୀୟ ଦଳର ନାମ ସହିତ ଏକ ନୀଳ ରଙ୍ଗର ବ୍ୟାଣ୍ଡ ଲାଗିଥିବା ହଳଦିଆ ସାର୍ଟ ଦିଆଯାଇଥିଲା ଖେଳାଳିଙ୍କୁ। କିନ୍ତୁ ଟ୍ରାକ ପ୍ୟାଣ୍ଟ ହାଲୁକା ନୀଳ ରଙ୍ଗର ହିଁ ଥିଲା।

୧୯୯୪ ମସିହାରେ ଭାରତୀୟ ଦଳରେ କିଛି ସମୟ ପାଇଁ ନୀଳ ଏବଂ ହଳଦିଆ ଜର୍ସିର ମିଶ୍ରଣ ଜାରି ରହିଥିଲା। ଜର୍ସିରେ ଥିବା ହଳଦିଆ ଅଧିକ ପ୍ରତିଷ୍ଠିତ ହୋଇଥିଲା। ଏଥିରେ ନୀଳ ରଙ୍ଗରେ ‘ଭାରତ’ ଏବଂ ଖେଳାଳିଙ୍କ ନାମ ହଳଦିଆ ରଙ୍ଗରେ ଲେଖାଯାଇଥିଲା।

୧୯୯୬ ବିଶ୍ୱକପରେ ଟିମ୍ ଇଣ୍ଡିଆ ନୂଆ ଜର୍ସି ସହିତ ପଡିଆକୁ ଓହ୍ଲାଇଥିଲେ। ସେବେ ହାଲୁକା ନୀଳ ଏବଂ ହଳଦିଆ ସାର୍ଟ ବ୍ୟବହାର କରାଯାଇଥିଲା। ଏହି ଜର୍ସିରେ ସାଟ୍ କଲର ହଳଦିଆ ଥିଲା ଓ ଇନ୍ଦ୍ରଧନୁ ରଙ୍ଗର ଗାରଗୁଡ଼ିକ ଛାତି ଦେଇ ଏବଂ ସ୍ଲିଭସ୍ ତଳକୁ ଯାଇଥିଲା। ଏଥିରେ ବି ଖେଳାଳିମାନେ ପଡିଆରେ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲେ।

୧୯୯୭ରେ ଦୁଇ ପ୍ରକାରର ଜର୍ସିରେ ଦେଖିବାକୁ ମିଳିଥିଲେ ଖେଳାଳି। କିଛି ସମୟ ଗାଢ ନୀଳ ବିସିସିଆଇ ଲୋଗୋ ବାମରୁ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିଥିଲା। ପରେ ପୁଣି ଗୋଟିଏ ନୂଆ ଜର୍ସି ପିନ୍ଧିଲା। ୧୯୯୮ରେ ପୁଣି ଥରେ ଭାରତର ଜର୍ସି ପରିବର୍ତ୍ତନ କରାଯାଇଥିଲା। ହଳଦିଆ ଏବଂ ନୀଳ ରଙ୍ଗ ସହିତ କାନ୍ଧରେ ତ୍ରିକୋଣ ଆକାରର ଷ୍ଟ୍ରିପ୍ ସବୁ ରହିଥିଲା।

୧୯୯୯ ମସିହାରେ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ ପାଇଁ ଭାରତୀୟ ଦଳ ଏକ ନୂଆ ଜର୍ସି ପିନ୍ଧିଥିଲେ। ଏହି ଜର୍ସିରେ ହଳଦିଆ କଲର ଥିବା ସାର୍ଟି ପିନ୍ଧିଥିଲେ ଖେଳାଳି। ସେହିଭଳି ଜର୍ସିର ବାମ ପାର୍ଶ୍ୱରେ ବିସିସିଆଇର ଲୋଗୋ ଏବଂ ଛାତି ଏବଂ ବାହୁ ଉପରେ ହଳଦିଆ ରଙ୍ଗର ଏକ ଡିଜାଇନ୍ ଶୋଭା ପାଉଥିଲା।

୨୦୦୧ରେ, ବିସିସିଆଇ ଲୋଗୋ ଜର୍ସିର ଡାହାଣ ପାର୍ଶ୍ୱକୁ ଚାଲିଯାଇଗଲା। ଏହି ଜର୍ସିରେ କେନ୍ଦ୍ରରେ ‘ଭାରତ’ ସହିତ ଉଭୟ ପାର୍ଶ୍ୱରେ ହଳଦିଆ ରଙ୍ଗର ତିନିଟି ଷ୍ଟ୍ରିପ୍ ରହିଥିଲା। ପ୍ରଯୋଜକ ସାହାରା ଭାରତ ଉପରେ ଏବଂ ବାମ ହାତରେ ଧଳା ପୃଷ୍ଠଭୂମି ସହିତ କଳା ରଙ୍ଗରେ ପ୍ରଦର୍ଶିତ ହୋଇଥିଲା। ୨୦୦୩ ମସିହା ବେଳକୁ ଏଥିରେ ଅନେକ ପରିବର୍ତ୍ତନ ହୋଇଥିଲା। ସେତେବେଳେ ଜର୍ସିର ମଧ୍ୟଭାଗରେ ରଙ୍ଗ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ହାଲୁକା ନୀଳ ଥିଲା।ଏହା ପାର୍ଶ୍ୱରେ ଗାଢ ନୀଳ ରେଖା ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଭାରତ ଏହି ସାର୍ଟ ପିନ୍ଧି ବିଶ୍ବକପ୍ ଖେଳିବାକୁ ଯାଇଥିଲା।

ଏହାର ଚାରିବର୍ଷ ପରେ ଯାଇ ଜର୍ସିରେ ପରିବର୍ତ୍ତନ ହୋଇଥିଲା ଓ ଭାରତ ସଫଳତା ସାଉଁଟିଥିଲା। ୨୦୦୭ ବିଶ୍ୱକପ୍ ପାଇଁ ଜର୍ସି ପରିବର୍ତ୍ତନ କରାଯାଇଥିଲା। ସାର୍ଟର ଡାହାଣ ପାର୍ଶ୍ୱରେ ଏକ ଘୂର୍ଣ୍ଣନ ତ୍ରିକୋଣୀୟ ଷ୍ଟ୍ରାଇପ୍ ଦେଖାଯାଇଥିଲା। ଏଥିରେ ନୀଳ ରଙ୍ଗ ଧୂସର ପ୍ରାୟ ଦିଶୁଥିଲା। ଏହି ଜର୍ସିରେ ଭାରତ ଟି -୨୦ ବିଶ୍ୱକପ ଜିତିଥିଲା। ୨୦୧୧ ମସିହାରେ ମଧ୍ୟ ଭାରତ ପାଇଁ ଜର୍ସି ଲକି ସାବ୍ୟସ୍ତ ହୋଇଥିଲା। ସେବେ ଭାରତ ବିଶ୍ୱକପ ଜିତିଥିଲା। ସେହି ଜର୍ସିର ଉଭୟ ପାର୍ଶ୍ୱରେ ତ୍ରିକୋଣୀୟ ଷ୍ଟ୍ରାଇପ୍ ସହିତ ଅନ୍ଧାର ଏବଂ ହାଲୁକା ନୀଳ ଥିଲା। ପ୍ରଯୋଜକ ସାହାରା ନାମ ପୁଣି ଥରେ ଖେଳାଳିଙ୍କର ବାମ ହାତରେ ପ୍ରଦର୍ଶନ କରାଯାଇଥିଲା।

୨୦୧୫ ମସିହାରେ ଜର୍ସି ପରିବର୍ତ୍ତନ ବେଳେ ତାର ରଙ୍ଗରେ ଅସମ୍ଭବ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ସେବେ ତିନିଟି ରଙ୍ଗର ମିଶ୍ରଣରେ ଜର୍ସି ହୋଇଥିଲା। ସାର୍ଟର ସାମ୍ନା ଭାଗ ନୀଳ ରଙ୍ଗ ଥିଲା। ପ୍ରଯୋଜକ ଥିବା କାରଣରୁ ଷ୍ଟାର ନାମ ବଡ ବଡ ଅକ୍ଷରରେ ଥିଲା, ଭାରତ ନାମ ବି। ଟ୍ରାକ୍ ପ୍ୟାଣ୍ଟର ପକେଟରେ ଗୋଟିଏ କମଳା ରଙ୍ଗର ଷ୍ଟ୍ରିପ୍ ଥିଲା।

୨୦୧୯ ମସିହାରେ ଜର୍ସିରେ ଆହୁରି ପରିବର୍ତ୍ତନ ଆସିଗଲା। ଗୋଟିଏ ସାର୍ଟ ଖେଳାଳିମାନେ ବ୍ୟବହାର କରୁଥିଲେ, ଯାହାର ଛାତିରେ ପ୍ରଯୋଜକ ଓପୋ ନାମ ଥିଲା ଓ ତଳେ ଭାରତ। ବ୍ଲୁ ରଙ୍ଗର ଏହି ଟି ସାର୍ଟର ଉଭୟ ପାର୍ଶ୍ବରେ କମଳା ରଙ୍ଗର ବର୍ଡର ଥିଲା ଓ ସାର୍ଟର ହାତ ବି ଅନୁରୂପ ରଙ୍ଗର ଥିଲା। ସେହିଭଳି ନିଜ ଦେଶରେ ଖେଳୁଥିବା ବେଳେ ଖେଳାଳିମାନେ ପୂର୍ବ ଜର୍ସି ବ୍ୟବହାର କରିଥିଲେ।

୨୦୨୦ ମସିହାରେ ଭାରତୀୟ ଟିମ୍ ପୁଣି ଥରେ ମୂଳକୁ ଫେରିଥିଲେ। ୧୯୯୨ ମସିହାରେ ବ୍ୟବହାର ହୋଇଥିବା ଅକ୍ସଫୋର୍ଡ ନୀଳ ରଙ୍ଗର ଜର୍ସିକୁ ପୁଣି ଥରେ ବିକଶିତ କରାଯାଇ ତାହାର ବ୍ୟବହାର ହୋଇଥିଲା। ୨୦୨୦-୨୧ ବର୍ଷରେ ଭାରତ ଯେବେ ଟୁର୍ ଆରମ୍ଭ କଲା, ସେବେ ବାଇଜୁସ ଲୋଗୋ ପିନ୍ଧିଲେ ଖେଳାଳି। ୨୦୨୧ ଅକ୍ଟୋବର ୧୩ ତାରିଖ ଦିନ ଭାରତୀୟ ଦଳ ପାଇଁ ଯେଉଁ ନୂଆ ଜର୍ସି ହେଲା, ତାହା ୨୦୨୦ ଅନୁରୂପ। ହେଲେ ଏଥିରେ ନୀଳର କିଛି ଛାପ ରହିଛି। ଏହି ନୂଆ ଜର୍ସି ପିନ୍ଧି ଭାରତୀୟ ଦଳ ଟି-୨୦ ବିଶ୍ବକପ୍ ଖେଳିବାକୁ ଯିବ ବୋଲି ବିସିସିଆଇ ସୂଚନା ଦେଇଛି।

Leave A Reply

Your email address will not be published.