ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମାଆ ଚର୍ଚ୍ଚିକାଙ୍କ ସଂପର୍କରେ ଜାଣନ୍ତୁ, ଏମିତି କିଛି କଥା

0

ଭୁବନେଶ୍ୱର: ଓଡ଼ିଶାର ଦେବୀ ପୀଠ ମଧ୍ୟରେ ମାଆ ଚର୍ଚ୍ଚିକାଙ୍କ ପୀଠର ମହିମା କିଛି ନିଆରା। କଟକ ଠାରୁ ୫୦ କି.ମି ଓ ଭୁବନେଶ୍ୱର ଠାରୁ ୬୦ କି.ମି ଦୂରରେ ମହାନଦୀ ତଟବର୍ତ୍ତୀ ରୁଚିକା ପାହାଡ଼ ଉପରେ ମାଆଙ୍କ ପୀଠ ଅବସ୍ଥିତ। ପୈାରାଣିକ ତଥ୍ୟ ଅନୁଯାୟୀ, ମାଆ ଚର୍ଚ୍ଚିକା ହେଉଛନ୍ତି ମାଆ ଦୁର୍ଗାଙ୍କର ମାନସ କନ୍ୟା। ଯୁଦ୍ଧରେ ମହିଷାସୁର ପ୍ରେରିତ ରକ୍ତବୀର୍ଯ୍ୟ ଏବଂ ରଣାସୁରକୁ ନିଧନ କରିବାରେ ଦେବୀ ବିଫଳ ହେବାରୁ ରକ୍ତବୀର୍ଯ୍ୟର ପ୍ରତିଟି ରକ୍ତବିନ୍ଦୁ ଭୂ-ପୃଷ୍ଠରେ ପତିତ ହେଲା। ସେଥିରୁ  ଅନୁରୂପ ରକ୍ତବୀର୍ଯ୍ୟ  ସୃଷ୍ଟି ହେଲେ। ଏଥିରେ ଦେବୀ ଦୁର୍ଗା କ୍ରୋଧାନ୍ୱିତ ହୋଇ ନିଜର କାପାଳାଗ୍ନି ପଜ୍ଜ୍ୱଳନ କରି ତନ୍ମଧ୍ୟରୁ କାଳ ସ୍ୱରୂପିଣୀ କାଳୀମୁଖୀ ଏକ ଦିବ୍ୟଶକ୍ତୀକୁ ମନସା କଲେ। ସେହି ଦିବ୍ୟଶକ୍ତିକୁ ଚାମୁଣ୍ଡା କୁହାଗଲା। ସେହି ଚାମୁଣ୍ଡା ଅସୁର ମାନଙ୍କୁ ନିପାତ କରିଥିଲେ। ଦେବତା ମାନଙ୍କ ଦ୍ୱାରା ଅର୍ପିତ ଏବଂ ଚର୍ଚ୍ଚିତ ହେବାରୁ ସେହି ଚାମୁଣ୍ଡାଙ୍କ ନାମ ଚର୍ଚ୍ଚିକା ବୋଲି ଦେବୀ ପୁରାଣରେ କୁହାଯାଇଛି।

ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ମୂଳାଷ୍ଟମୀ ଠାରୁ ଷୋଡଶ ଉପଚାରରେ ଦେବୀଙ୍କ ପୂଜାର ଶୁଭାରମ୍ଭ ହୁଏ। ପୂଜାର ପ୍ରଥମ ପର୍ବରେ ଦେବୀଙ୍କ ଗମ୍ଭୀରା ସମ୍ମୁଖ ମଣ୍ଡପରେ ନବଶକ୍ତି କଳସ ସ୍ଥାପନା ସହ ସଂକଳ୍ପ ଓ ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୁଏ। ଷୋଳପୂଜା ଅବସରରେ ମାଆଙ୍କ ଦ୍ୱି-ପହର ଧୂପରେ ପ୍ରତ୍ୟହ ଆମିଷ ଭୋଗ କରାଯିବାର ବିଧି ରହିଛି। ମାଆଙ୍କ ପୀଠରେ ବର୍ଷର ବୈଶାଖ, କାର୍ତ୍ତିକ ଏବଂ ମାଘ ମାସ ତଥା ବର୍ଷର ଅନ୍ୟାନ୍ୟ ମାସରେ ଗୁରୁବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ଆମିଷ ଭୋଗ ହୋଇଥାଏ।

ଏହି ପୀଠର ଅନ୍ୟତମ ବୈଶିଷ୍ଟ୍ୟ ହେଲା,ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସେବକଙ୍କ ବ୍ୟତୀତ  ଅନ୍ୟ କାହାର ପ୍ରବେଶ ଅଧିକାର ନାହିଁ। ପୁରୀ ଗଜପତି ମହାରାଜା ଓ ବାଙ୍କୀ ରାଜାଙ୍କ ପାଇଁ ଏହି ନିୟମ ଲାଗୁ ହୁଏ ନାହିଁ।

Leave A Reply

Your email address will not be published.