ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଗୋସାଣୀ ଯାତ୍ରାକୁ ଲୋକଙ୍କୁ ମନା

0

ପୁରୀ: କେବଳ ମୂର୍ତ୍ତି ନିର୍ମାଣରେ କଟକଣା ହୋଇଛି, ତା ନୁହେଁ, ଭସାଣୀ କାର୍ଯ୍ଯକ୍ରମରେ ବି ସରକାର କଟକଣା ଲଗାଇଛନ୍ତି। କୋଭିଡ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପ୍ରଶାସନ ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ କଟକଣା ଜାରି କରିଛି। ସେଦିନ ଗୋସାଣୀ ଯାତ୍ରାକୁ ସର୍ବସାଧାରଣ ଦର୍ଶନ କରିପାରିବେ ନାହିଁ। ପୁରୀରେ ଏହି ଗୋସାଣୀ ଯାତ୍ରା ଦେଖିବାକୁ ପୁରୀ ସହର ସମେତ ଜିଲ୍ଲାର କୋଣ ଅନୁକୋଣରୁ ଲୋକଙ୍କ ସୁଅ ଛୁଟିଥାଏ। ପ୍ରଶାସନ ଆଶଙ୍କା କରୁଛି ଯେ ଏହାଦ୍ବାରା ସାମାଜିକ ଦୂରତ୍ବ ରକ୍ଷା ହୋଇପାରିବ ନାହିଁ ଓ କୋଭିଡ୍ ଉଲଂଘନ ହେବ। କେବଳ ସେତିକି ନୁହେଁ, କରୋନା ବ୍ୟାପିବାର ଆଶଙ୍କା ରହିଛି। ଏଣୁ ପ୍ରଶାସନ ଏ ସଂକ୍ରାନ୍ତରେ ଆଗୁଆ କଟକଣା ଜାରି କରିଛନ୍ତି।

ପୂର୍ବରୁ ଦୁର୍ଗା ପୂଜା ସମୟରେ ସର୍ବସାଧାରଣ ଦର୍ଶନ ଉପରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏହାକୁ ପୁରୀ ପ୍ରଶାସନ ମଧ୍ଯ ଅନୁପାଳନ କରିଥିଲେ। ଗୁରୁବାର ପୁରୀ ପ୍ରଶାସନ କହିଛି ଯେ ୧୬ ତାରିଖ ଦିନ ମଧ୍ୟାହ୍ନ ୧୨ ଘଟିକା ସମୟରୁ ଗୋସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ସିଂହଦ୍ବାର ଠାରୁ ମରଚି କୋର୍ଟ ଛକ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଭାବେ ରହିବ। ଏହା ମଧ୍ଯକୁ କେହି ପ୍ରବେଶ କରିପାରିବେ ନାହିଁ ଓ ଯାନବାହାନ ଯାତାୟତ ଉପରେ ବି କଟକଣା ରହିବ।

ଅନ୍ଯପକ୍ଷରେ ଶ୍ରୀମନ୍ଦିର ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତବିଶେଷ ଏବଂ ପୂଜା କମିଟିର ସର୍ବାଧିକ ୭ ଜଣଙ୍କୁ ଏହି ସମୟ ମଧ୍ୟରେ ପ୍ରବେଶ ଲାଗି ଅନୁମତି ରହିବ। ଉକ୍ତ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି କଟକଣା ରହିବ ନାହିଁ । ଉପ ଜିଲ୍ଲାପାଳ ଭବତାରଣ ସାହୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।ଉକ୍ତ ନିର୍ଦ୍ଦେଶନାମା କଡାକଡି ପାଳନ ନିମନ୍ତେ ସିଂହଦ୍ବାର ଓ ଟାଉନ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛ।

Leave A Reply

Your email address will not be published.