ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଟିଏମସିରେ ସାମିଲ ହେଲେ ଲିଆଣ୍ଡର ପେସ୍

0

ଭାରତର ଟେନିସ ଖେଳାଳି ଲିଆଣ୍ଡର ପେସ୍ ନିଜର ରାଜନୈିତିକ ଇନିଂସ ଆରମ୍ଭ କରିଛନ୍ତି । ଟିଏମସିରେ ସାମିଲ ହୋଇଛନ୍ତି ଲିଆଣ୍ଡର ପେସ୍ । ଆଜି ଲିଆଣ୍ଡର ପେସ୍ ବିଧିବଦ୍ଧ ଭାବେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅବସରରେ କହିଛନ୍ତି , ସେ ମୋର ଛୋଟ ଭାଇ ଭଳି..ମୁଁ ତାଙ୍କୁ ଅନେକ ବର୍ଷ ହେବ ଜାଣିଛି । ଆଜି ପାନାଜୀଠାରେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଆଣ୍ଡର ପେସ ଟିଏମସିରେ ଯୋଗ ଦେଇଛନ୍ତି ।

ଟିଏମସି ଏବେ ବଳ ଗୋଟାଇବାରେ ଲାଗିଛି ।ଏହା ପୂର୍ବରୁ ଅଭିନେତ୍ରୀ ତଥା ପୂର୍ବ କଂଗ୍ରେସ ନେତା ନଫିସା ଅଲ୍ଲୀ ଟିଏମସିରେ ଯୋଗ ଦେଇଥିଲେ । ତେବେ ଲିଆଣ୍ଡର ପେସ ଆଜି ଯୋଗଦେବା ଅବସରରେ କହିଛନ୍ତି ଯେ, ଯେବେ ମୁଁ ୧୪ ବର୍ଷର ଥିଲି ,ସେ କ୍ରୀଡା ମନ୍ତ୍ରୀ ଥିଲେ ଏବଂ ସେ ମୋ ସ୍ୱପ୍ନକୁ ସାକାର କରିବାର ସକ୍ଷମ କରିଥିଲେ ।ଏବେ ମୁଁ ସନ୍ୟାସ ନେଇସାରିଛି । ସେ ମମତା ବାନାର୍ଜୀଙ୍କ ମାର୍ଗଦର୍ଶନରେ ଆସିଛନ୍ତି । ଯାହାଫଳରେ ସେ ଯେଉଁଠାରେ ଅଛନ୍ତି , ଲୋକଙ୍କ ପାଇଁ କିଛି କାମ କରିପାରିବେ ବୋଲି କହିଛନ୍ତି । ଟେନିସ କୋର୍ଟ ପରେ ଏବେ ଲିଆଣ୍ଡର ରାଜନୀତି କ୍ଷେତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିବେ ।

ମମତା ବାନାର୍ଜୀ ୩ ଦିନିଆ ଗୋଆ ଗସ୍ତରେ ଅଛନ୍ତି । ଗୋଆ ଗସ୍ତରେ ଥିବା ବେଳେ ସେ ଦଳର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଟିଏମସି ବିଜେପିକୁ ଗୋଆରୁ ହଟାଇବାକୁ ଚେଷ୍ଟା କରୁଛି । ଏଭଳି ପରିସ୍ଥିତିରେ ବରିଷ୍ଠ ନେତା ମାନଙ୍କୁ ଦଳରେ ସାମିଲ କରିବାକୁ ଅଂଟାଭିଡିଛନ୍ତି ମମତା । ଆସନ୍ତାବର୍ଷ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଟିଏମସି କ୍ରମାଗତ ଭାବେ ଦଳରେ ଭେଟେରାନମାନଙ୍କୁ ଯୋଡୁଛନ୍ତିା ତେବେ ଗୋଆ ନିର୍ବାଚନର ମଙ୍ଗ ଲିଆଣ୍ଡର ପେସ ଧରିବେ ବୋଲି ଜଣାପଡିଛି ।

ଲିଆଣ୍ଡର ପେସ୍ ୧୯୯୬ରେ ଆଟଲା । ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲସରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଏକମାତ୍ର ଭାରତୀୟ ଯିଏ କି ସାତ ଥର ଅଲିମ୍ପିକ୍ସରେ ଭାରତର ଭାରତର ପ୍ରତିନିଧିତ୍ୱ କରିଥିଲେ । ୧୯୯୬-୯୭ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର,୨୦୦୯ରେ ପଦ୍ମଶ୍ରୀ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଥିଲା । ଏବଂ ୨୦୧୪ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.