ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଆରପାରିରେ ସାଉଥ ସୁପରଷ୍ଟାର ପୁନୀତ ରାଜକୁମାର

0

ସାଉଥ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଦେହାନ୍ତ । ଆଜି ହୃଦଘାତରେ ତାଙ୍କର ପରଲୋକଙ୍କ ହୋଇଛି । ପୁନୀତଙ୍କୁ ହୃଦଘାତ ହେବା ପରେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୪୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ପୁନୀତଙ୍କ ପରଲୋକରେ କନ୍ନଡ଼ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଜିମରେ ୱାକ ଆଉଟ କରୁଥିବା ସମୟରେ ତାଙ୍କର ହୃଦଘାତ ହୋଇଥିବା ଜଣାପଡିଛି । ପୁନୀତି ଶିଶୁ କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ରେ ‘ବେଟାଡା ହୋବୁ’ରେ ସେ ନଜର ଆସିଥିଲେ । ଏହି ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ ବହୁତ ଆୱାର୍ଡ ମିଳିଥିଲା । ଏହା ସହିତ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ତାଙ୍କୁ ଶେଷ ଥର ଫିଲ୍ମ ‘ସୁଭାରତନା’ରେ ଦେଖିବାକୁ ମିଳିଥିଲ । ।ଯେଉଁଥିରେ ଦର୍ଶକମାନେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ।

ପୂର୍ବତନ କ୍ରିକେଟର ଭେଙ୍କେଟେଶ ପ୍ରସାଦ ପୁନୀତଙ୍କ ମୃତ୍ୟୁ ନେଇ ଟୁଇଟରରେ ସୂଚନା ଦେଇଥିଲେ । ଭେଙ୍କେଟେଶ ଲେଖିଛନ୍ତି ଯେ, ଏହା କହିବାକୁ ଦୁଃଖ ଲାଗୁଛି ଯେ, ଅଭିନେତା ପୁନୀତ ଆଉ ଦୁନିଆରେ ନାହାଁନ୍ତି । ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକମାନଙ୍କୁ ମୁଁ ସମବେଦନା ଜଣାଉଛି । ପୁନୀତ ପ୍ରସିଦ୍ଧ ଅଭିନେତା ରାଜକୁମାର ଓ ପ୍ରଭାଥମ୍ମାଙ୍କ ପୁଅ ଥିଲେ । ସେ ପାଖାପାଖି ୨୯ରୁ ଅଧିକ କନ୍ନଡ଼ ସିନେମାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ । ସେ ଅଭିନୀତ କରିଥିବା ସିନେମା ହେଲା,ଅଭି,ବୀରା କନ୍ନଡିଗର,ଅଜୟ,ଅରାଶୁ, ଓ ରାମ କନ୍ନଡ଼ ସିନେମା ଜଗତର ବେଶ ସଫଳ ହୋଇଥିଲା ।

Leave A Reply

Your email address will not be published.