ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଆଜି ଜେଲରୁ ମୁକୁଳିବେ ଆର୍ୟନ

0

ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ ଆଜି ଜେଲରୁ ମୁକୁଳିବେ । ସକାଳ ୫ଟା ୩୦ରେ ଆର୍ଥର ରୋଡ ଜେଲରେ ବେଲ୍ ବକ୍ସ ଖୋଲାଯାଇଛି । ଶୁକ୍ରବାର ଆର୍ୟନ ଜେଲରୁ ମୁକୁଳିବାର ଥିଲା କିନ୍ତୁ ବେଲ ଅର୍ଡର ଅଧିକାରୀଙ୍କ ପାଖରେ ଠିକ ସମୟରେ ପହଞ୍ଚିପାରିନଥିଲା । ଯେଉଁଥିପାଇଁ ତାଙ୍କୁ ଗତକାଲି ଜେଲରେ ରାତି କାଟିବାକୁ ପଡିଥିଲା । ଆଜି ଆର୍ୟନ ଜେଲରୁ ମୁକୁଳି ମନ୍ନତ ଫେରିବେ ।

ଆର୍ୟନ ଖାନଙ୍କ ଜାମିନ ପ୍ରକ୍ରିୟା ଶୁକ୍ରବାର ଶେଷ ନହେବା କାରଣରୁ ଜାମିନ ମଞ୍ଜୁର ପରେ ବି ଗତକାଲି ଜେଲରେ ରାତି କାଟିବାକୁ ପଡିଛି । ଆଜି ସକାଳ ୯ଟାରୁ ୧୨ ଟା ମଧ୍ୟରେ ସେ ଜେଲରୁ ମୁକୁଳି ମନ୍ନତ ଫେରିବା ନେଇ କୁହାଯାଉଛି । କିନ୍ତୁ ଏଇଟା ସେତେବେଳେ ସମ୍ଭବ ଯେତେବେଳେ ରିଲିଜ ଅର୍ଡର ଠିକ ସମୟରେ ମିଳିଯିବ । ଏହା ସହ ଆର୍ଥର ରୋଡ ଜେଲ ବକ୍ସରେ କେତେ ରିଲିଜ ଅର୍ଡର ବିଚାରଧୀନ ଅଛି ତାହା ଉପରେ ମଧ୍ୟ ଏହା ନିର୍ଭର କରେ ।
ଯଦି ପୂର୍ବ ଅପେକ୍ଷା ଅଧିକ ରିଲିଜ ଅର୍ଡର ଅଛି, ତେବେ ସମୟ ଲାଗିପାରେ । ତେବେ ଯଦି କମ ରିଲିଜ ଅର୍ଡର ଅଛି ତାହେଲେ ଜଲଦି ଆର୍ୟନ ଖାନ ଜେଲରୁ ମୁକୁଳିପାରିବେ । ସେପଟେ ଜେଲରୁ ପୁଅ ଫେରିବା ନେଇ ଶାହାରୁଖଙ୍କ ଘରେ ଏକ ଉତ୍ସବର ମାହୋଲ ରହିଛି ।

ଆର୍ୟନଙ୍କୁ ସ୍ୱାଗତ କରିବା ପାଇଁ ମନ୍ନତରେ ଜୋରଦାର ପ୍ରସ୍ତୁତି ଚାଲିଛି । ଗୁରୁବାର ଜାମିନ ମିଳିବା ପରେ ତାପରଠୁ ଘର ପୁରା ଆଲୋକିତ ହୋଇଯାଇଛି । ଆର୍ୟନଙ୍କ ସମେତ ଅରବାଜ ମର୍ଚାଣ୍ଟ ଓ ମୁନୁମୁନ ଧାମେଚା ୩ ଜଣଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଅପରାହ୍ନରେ କୋର୍ଟର ବେଲ ଅର୍ଡର ମଧ୍ୟ ଜାରି କରାଯାଇଛି । କିନ୍ତୁ ଜାମିନ କପି ଅପରାହ୍ନ ସାଢେ ୫ଟା ସୁଦ୍ଧା ଆର୍ଥର ରୋଡ ଜେଲରେ ପହଞ୍ଚିବାର ଥିଲାବେଳେ ଠିକ ସମୟରେ ପହଞ୍ଚିପାରିନଥିଲା । ତେବେ ବେଲ ଅର୍ଡରରେ ଆର୍ୟନଙ୍କ ପାଇଁ କିଛିଟା ସର୍ତ୍ତ ରହିଛି ।

ଜେଲରୁ ମୁକୁଳିବା ପରେ ଆର୍ୟନ ଖାନ୍ ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜିରା ଦେବେ । ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ । ବାହାରକୁ ଗଲେ ତଦନ୍ତକାରୀ ଅଧିକାରୀଙ୍କ ଅନୁମତି ନେବେ । ଅକ୍ଟୋବର ୨ରେ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଥିଲା । ଦୁଇ ଥର ସେଶନ୍ସ କୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଗୁରୁବାର ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ ।

Leave A Reply

Your email address will not be published.