ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ଧନତେରସ୍‌ରେ କାହିିଁକି କିଣାଯାଏ ବାସନ?

0

ଧନତେରସ୍ ଦିନରେ ଧନନ୍ତ୍ୱରୀ ପୂଜା କରାଯାଇଥାଏ । ଏହା ବ୍ୟତୀତ ଏହି ଦିନ ମା ଲକ୍ଷ୍ମୀ ଓ କୁବେରଙ୍କୁ ପୂଜା କରାଯାଇଥାଏ । ଧନତେରସ୍ ଦିନରେ ଲୋକ ସୁନା, ରୂପା ସହ ଘର ପାଇଁ ବାସନ ମଧ୍ୟ କିଣିଥାନ୍ତି । ବିଶ୍ୱାସ ରହିଥାଏ ଯେ, ଏହି ଦିନ କିଣାଯାଇଥିବା କୌଣସି ବି ଜିନିଷ ତେରଗୁଣା ଲାଭ ଦେଇଥାଏ । ଆସନ୍ତୁ ଜାଣିବା ଏହି ଦିନ ବାସନକୁସନ କାହିଁକି କିଣାଯାଏ ଏବଂ ଏହାର ପରମ୍ପରା କିପରି ଆରମ୍ଭ ହେଲା ।

କୁହାଯାଏ ଯେ, ଯେତେବେଳେ ସମୂଦ୍ର ମନ୍ଥନ ହେଉଥିଲା ସେତେବେଳେ ସମୂଦ୍ରର ଗଭୀରରୁ ଚଉଦ ରତ୍ନ ବାହାରିଥିଲା । ଧନନ୍ତ୍ୱରୀ ଏହି ରତ୍ନ ମଧ୍ୟରୁ ଅନ୍ୟତମ । ୧୩ ରତ୍ନ ପରେ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ୧୪ ରତ୍ନ ରୂପରେ ଧନନ୍ତ୍ୱରୀ ସାମନାକୁ ଆସିଥିଲେ । ଅମୃତ କଳସ ସହ ପ୍ରକଟ ହୋଇଥିଲେ ଧନନ୍ତ୍ୱରୀ । ଧନନ୍ତ୍ୱରୀଙ୍କ ପ୍ରକଟ ହେବା ପରେ ଦେବତା ଓଦାନବଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲ । ଅମୃତ କଳସ ପାଇଁ ଦେବତା ଓ ଦାନବଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ହେଲେ ଭଗବାନ ବିଷ୍ଣୁ ମୋହିନୀ ରୂପରେ ଆସି ଅମୃତ କଳସକୁ ହାସଲ କରିନେଇଥିଲେ ।

ଧନନ୍ତ୍ୱରୀ ଅମୃତ ଅର୍ଥାତ ଜୀବନର ଆର୍ବିଭାବ ନେଇ ପ୍ରକଟ ହୋଇଥିଲେ । ଏବଂ ଆୟୁର୍ବେଦ ବିଷୟରେ ମଧ୍ୟ ଜ୍ଞାନ ଥିଲା । ଏଥିପାଇଁ ତାଙ୍କୁ ଆରୋଗ୍ୟର ଦେବତା ଭାବେ ମଧ୍ୟ କୁହାଯାଏ। ହେଲେ ଧନ ଓ ସମ୍ପତ୍ତି ମା ଲକ୍ଷ୍ମୀ ଦେଇଥାନ୍ତି । କିନ୍ତୁ ତାଙ୍କ କୃପା ପାଇବା ପାଇଁ ସ୍ୱାସ୍ଥ୍ୟ ଓ ଦୀର୍ଘଜୀବନ ଆବଶ୍ୟକ । ଏଥିପାଇଁ ଧନତେରସରେ ଧନନ୍ତ୍ୱରୀ ପୂଜା କରାଯାଇଥାଏ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶରେ ଭଗବାନ ଧନନ୍ତ୍ୱରୀ କଳସ ଲେଖି ପ୍ରକଟ ହୋଇଥିଲେ । ଏଥିପାଇଁ ଏହି ତିଥୀରେ ବାସନ କିଣିବାର ପରମ୍ପରା ରହିଛି ।

ବିଶ୍ୱାସ କରାଯାଏ,ଏହି ଦିନ ଆପଣ ଯେତେ କିଣିବେ ତାହା ୧୩ ଗୁଣା ବୃଦ୍ଧି ହୋଇଥାଏ । ଏହା ସହ ଏହି ଦିନ ସୁନା ଓ ରୂପା ଜିନିଷ ମଧ୍ୟ କିଣାଯାଏ । ବାସ୍ତବରେ ରୂପା ଚନ୍ଦ୍ରର ପ୍ରତୀକ ଭାବେ ବିବେଚନା କରାଯାଏ , ଯାହା ଶୀତଳତା ପ୍ରଦାନ କରିଥାଏ । ଚନ୍ଦ୍ରର ପ୍ରଭାବରେ ମନରେ ତୃପ୍ତିର ଧନ ରହିଥାଏ, ଯାହାକୁ ସବୁଠୁ ବଡ଼ ଧନ ବୋଲି କୁହାଯାଏ । ଯାହା ପାଖରେ ଶାନ୍ତି ଓ ସ୍ୱାସ୍ଥ୍ୟ ଅଛି, ତାଙ୍କୁ ହିଁ ସବୁଠୁ ଅଧିକ ଧନୀ ବୋଲି କୁହାଯାଇଥାଏ । ଚଳିତ ବର୍ଷ ନଭେମ୍ବର ୨ ତାରିଖରେ ଧନତରସ ପଡୁଛି । ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନେଇ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି ।

Leave A Reply

Your email address will not be published.