ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆମେରିକାର ୫-୧୧ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

0

ଆମେରିକାରେ ୫ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା । ଆମେରିକାର ଏଫଡିଏ(ଖାଦ୍ୟ ଓ ଔଷଧ ନିୟାମକ)ପିଲାମାନଙ୍କୁ ଟିକା ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫାଇଜର ବାୟୋଟିକ ଟିକା ପ୍ରଥମ କରୋନା ଟିକା ଯାହାକୁ ଆମେରିକାରେ ଏଫଡିଏ ଛୋଟ ପିଲାଙ୍କୁ ଦେବା ପାଇଁ ମଞ୍ଜୁରୀ ଦେଇଛି ।

ମଞ୍ଜୁରୀ ପରେ ଫାଇଜର ବାୟୋଟେକ ପକ୍ଷରୁ କୁହାଯାଇଛି ଯେ, ଏହି ଟିକା ୨୧ ଦିନ ମଧ୍ୟରେ ଛୁଆଙ୍କୁ ଦୁଇଟି ଡୋଜ ଦିଆଯିବ । ଫାଇଜର କମ୍ପାନୀର ମୁଖ୍ୟ ସଂଯୋଜକ ଅଲବର୍ଟ ବୋଲା କହିଛନ୍ତି ଯେ, ଆମେରିକାରେ ୬୦ ଲକ୍ଷରୁ ଅଧିକ ପିଲା କରୋନାରେ ସଂକ୍ରମି ହୋଇସାରିଛନ୍ତି । ଛୋଟ ଛୁଆଙ୍କୁ କରୋନା ଟିକା ଦେବା ପରେ ପିଲାଙ୍କ ପ୍ରତି ଥିବା ସଂକ୍ରମଣ ଭୟ କମିବ । କରୋନା ବିରୋଧରେ ଏହି ଯୁଦ୍ଧରେ ପ୍ରମୂଖ ଭୂମିକା ଗ୍ରହଣ କରିବ ।

ପିଲାଙ୍କୁ ଟିକାକରଣ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଆମେରିକାର ଏଫଡିଏ ଏହି ଟିକା ନେଇ ବିସ୍ତୁତ ସୂଚନା ନେବେ । ଏହା ପରେ ପିଲାଙ୍କୁ ଟିକାକରଣ କରାଯିବ । ଏଫଡିଏ ମୁଖ୍ୟ ଡ଼କ୍ଟର ପିଟର କହିଛନ୍ତି ଯେ, କରୋନା କାରଣରୁ ଆର୍ଥିକ କ୍ଷତି ସହିତ ସମାଜର ପ୍ରତିଟି ସ୍ତରରେ କ୍ଷତି ହୋଇଛି । ଏହା ସହ ମହାମାରୀ ପାଇଁ ପିଲାଙ୍କର ଶାରୀରିକ ବିକାଶ ଓ ସାମାଜିକ ବିକାଶ ଉପରେ ବହୁତ ଖରାପ ପ୍ରଭାବ ପଡିଛି । ୫ରୁ ୧୧ ବର୍ଷର ପିଲାଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ କରୋନା ମହାମାରୀର ଭୟଙ୍କର ଲକ୍ଷଣର ସମ୍ମୁଖୀନ ହୋଇଛନ୍ତି । ଏହା ସହ ଆଜମା ଓ ମୋଟାପଣ ଭଳି ରୋଗ ମଧ୍ୟ ଏହାର ବଡ଼ କାରଣା

Leave A Reply

Your email address will not be published.