ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆମେରିକାର ୫-୧୧ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

0

ଆମେରିକାରେ ୫ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା । ଆମେରିକାର ଏଫଡିଏ(ଖାଦ୍ୟ ଓ ଔଷଧ ନିୟାମକ)ପିଲାମାନଙ୍କୁ ଟିକା ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫାଇଜର ବାୟୋଟିକ ଟିକା ପ୍ରଥମ କରୋନା ଟିକା ଯାହାକୁ ଆମେରିକାରେ ଏଫଡିଏ ଛୋଟ ପିଲାଙ୍କୁ ଦେବା ପାଇଁ ମଞ୍ଜୁରୀ ଦେଇଛି ।

ମଞ୍ଜୁରୀ ପରେ ଫାଇଜର ବାୟୋଟେକ ପକ୍ଷରୁ କୁହାଯାଇଛି ଯେ, ଏହି ଟିକା ୨୧ ଦିନ ମଧ୍ୟରେ ଛୁଆଙ୍କୁ ଦୁଇଟି ଡୋଜ ଦିଆଯିବ । ଫାଇଜର କମ୍ପାନୀର ମୁଖ୍ୟ ସଂଯୋଜକ ଅଲବର୍ଟ ବୋଲା କହିଛନ୍ତି ଯେ, ଆମେରିକାରେ ୬୦ ଲକ୍ଷରୁ ଅଧିକ ପିଲା କରୋନାରେ ସଂକ୍ରମି ହୋଇସାରିଛନ୍ତି । ଛୋଟ ଛୁଆଙ୍କୁ କରୋନା ଟିକା ଦେବା ପରେ ପିଲାଙ୍କ ପ୍ରତି ଥିବା ସଂକ୍ରମଣ ଭୟ କମିବ । କରୋନା ବିରୋଧରେ ଏହି ଯୁଦ୍ଧରେ ପ୍ରମୂଖ ଭୂମିକା ଗ୍ରହଣ କରିବ ।

ପିଲାଙ୍କୁ ଟିକାକରଣ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଆମେରିକାର ଏଫଡିଏ ଏହି ଟିକା ନେଇ ବିସ୍ତୁତ ସୂଚନା ନେବେ । ଏହା ପରେ ପିଲାଙ୍କୁ ଟିକାକରଣ କରାଯିବ । ଏଫଡିଏ ମୁଖ୍ୟ ଡ଼କ୍ଟର ପିଟର କହିଛନ୍ତି ଯେ, କରୋନା କାରଣରୁ ଆର୍ଥିକ କ୍ଷତି ସହିତ ସମାଜର ପ୍ରତିଟି ସ୍ତରରେ କ୍ଷତି ହୋଇଛି । ଏହା ସହ ମହାମାରୀ ପାଇଁ ପିଲାଙ୍କର ଶାରୀରିକ ବିକାଶ ଓ ସାମାଜିକ ବିକାଶ ଉପରେ ବହୁତ ଖରାପ ପ୍ରଭାବ ପଡିଛି । ୫ରୁ ୧୧ ବର୍ଷର ପିଲାଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ କରୋନା ମହାମାରୀର ଭୟଙ୍କର ଲକ୍ଷଣର ସମ୍ମୁଖୀନ ହୋଇଛନ୍ତି । ଏହା ସହ ଆଜମା ଓ ମୋଟାପଣ ଭଳି ରୋଗ ମଧ୍ୟ ଏହାର ବଡ଼ କାରଣା

Leave A Reply

Your email address will not be published.