ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଘାଟିରେ ଖସିଲା ବସ୍‌

0

ଉତ୍ତରାଖଣ୍ଡରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଡେରାଡୁନ ବିକାଶନଗର ପାଖରେ ବୁଲହାଡ଼ ବାୟଲ ରାସ୍ତା କଡ଼ରେ ଘାଟିକୁ ଏକ ବସ ଖସିପଡିଛି । ଆଜି ସକାଳୁ ବସଟି ଘାଟିକୁ ଖସିପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ୪ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟସଂଖ୍ୟା ଆହୁରି ମଧ୍ୟ ବଢିପାରେ ।

ବସରେ ଥିବା ସମସ୍ତ ଯାତ୍ରୀ ଗୋଟିଏ ଗାଁର ବୋଲି କୁହାଯାଉଛି । ଚକରାତାର ଏସଡିଏମ କହିଛନ୍ତି ଯେ, ଦୁର୍ଘଟଣା ପରେ ଉଦ୍ଧାର କାରୀ ଦଳ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ପରେ ପୁଲିସ ଓ ଏସଡିଆରଏଫ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ପ୍ରଥମେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ବସରେ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ବସଟି ଘାଟିକୁ ଖସିପଡିଥିବା ପୁଲିସ କହିଛି । ବସଟି ଛୋଟ ଥିଲା ବେଳେ ସେଥିରେ ୨୫ ଜଣ ଯାତ୍ରୀ ଥିଲେ । ବସଟି ଯେଉଁ ରାସ୍ତା ଦେଇ ଯାଉଥିଲା ସେହି ରାସ୍ତାରେ ଅଧି କବସ ଚାଲେନାହିଁ । ତେଣୁ ଏତେ ସଂଖ୍ୟାର ଲୋକ ଗୋଟେ ବସରେ ଭର୍ତ୍ତି ହୋଇଯାଉଥିଲେ ।

Leave A Reply

Your email address will not be published.