ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଘାଟିରେ ଖସିଲା ବସ୍‌

0

ଉତ୍ତରାଖଣ୍ଡରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଡେରାଡୁନ ବିକାଶନଗର ପାଖରେ ବୁଲହାଡ଼ ବାୟଲ ରାସ୍ତା କଡ଼ରେ ଘାଟିକୁ ଏକ ବସ ଖସିପଡିଛି । ଆଜି ସକାଳୁ ବସଟି ଘାଟିକୁ ଖସିପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ୪ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟସଂଖ୍ୟା ଆହୁରି ମଧ୍ୟ ବଢିପାରେ ।

ବସରେ ଥିବା ସମସ୍ତ ଯାତ୍ରୀ ଗୋଟିଏ ଗାଁର ବୋଲି କୁହାଯାଉଛି । ଚକରାତାର ଏସଡିଏମ କହିଛନ୍ତି ଯେ, ଦୁର୍ଘଟଣା ପରେ ଉଦ୍ଧାର କାରୀ ଦଳ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ପରେ ପୁଲିସ ଓ ଏସଡିଆରଏଫ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ପ୍ରଥମେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ବସରେ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ବସଟି ଘାଟିକୁ ଖସିପଡିଥିବା ପୁଲିସ କହିଛି । ବସଟି ଛୋଟ ଥିଲା ବେଳେ ସେଥିରେ ୨୫ ଜଣ ଯାତ୍ରୀ ଥିଲେ । ବସଟି ଯେଉଁ ରାସ୍ତା ଦେଇ ଯାଉଥିଲା ସେହି ରାସ୍ତାରେ ଅଧି କବସ ଚାଲେନାହିଁ । ତେଣୁ ଏତେ ସଂଖ୍ୟାର ଲୋକ ଗୋଟେ ବସରେ ଭର୍ତ୍ତି ହୋଇଯାଉଥିଲେ ।

Leave A Reply

Your email address will not be published.