ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଗୁଜରାଟର କାଣ୍ଡଲା ବନ୍ଦରରେ ଏଲପିଜି ନେଇ ପହଞ୍ଚିଲା ‘ଜଗ୍‌ ବସନ୍ତ’

0

ଗୁଜରାଟ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ହରମୁଜ୍ ପ୍ରଣାଳୀ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ଭିତରେ ଭାରତକୁ ଆଶ୍ୱସ୍ତ କରି କାଣ୍ଡଲା ବନ୍ଦରରେ MT ଜଗ୍ ବସନ୍ତ ପହଞ୍ଚିଛି। ଏହି ଜାହାଜ ୪୭,୦୦୦ ମେଟ୍ରିକ ଟନ୍ ଏଲପିଜି ବୋଝେଇ କରି ଆସିଛି। କିଛି ସମୟ ଭିତରେ ସିପ୍ ଟୁ ସିପ୍ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହେବ। ଏହା ସହିତ ଆଉ ଦୁଇଟି ବାଣିଜ୍ୟିକ ଜାହାଜ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରୁଛି, ଯାହା ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀ ବୋଝେଇ କରି ଆସୁଛି। ନୌସେନାର ଯୁଦ୍ଧ ଜାହାଜ ସହଯୋଗ ପାଇଁ ଷ୍ଟାଣ୍ଡବାଇରେ ଅଛି ଏବଂ ଆହୁରି କିଛି ଜାହାଜ ଶୀଘ୍ର ଆସିବା ଆଶା କରାଯାଉଛି।

‘ଜଗ୍‌ ବସନ୍ତ’ ଭାରତରେ ପହଞ୍ଚିବାରେ ତୃତୀୟ ଏଲପିଜି ଟ୍ୟାଙ୍କର। ଏହାପୂର୍ବରୁ ନନ୍ଦାଦେବୀ ଓ ଶିବାଲିକ୍‌ ଗୁଜରାଟ ବନ୍ଦରରେ ଏଲପିଜି ନେଇ ପହଞ୍ଚି ଥିଲେ। ଦୁଇଟିଯାକ ଜାହାଜରେ ମୋଟ ୯୨,୦୦୦ ମେଟ୍ରିକ୍‌ ଟନ୍‌ ଏଲପିଜି ଭାରତ ପହଞ୍ଚି ଥିଲା।

Leave A Reply

Your email address will not be published.