ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଗୁଜରାଟର କାଣ୍ଡଲା ବନ୍ଦରରେ ଏଲପିଜି ନେଇ ପହଞ୍ଚିଲା ‘ଜଗ୍‌ ବସନ୍ତ’

0

ଗୁଜରାଟ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ହରମୁଜ୍ ପ୍ରଣାଳୀ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ଭିତରେ ଭାରତକୁ ଆଶ୍ୱସ୍ତ କରି କାଣ୍ଡଲା ବନ୍ଦରରେ MT ଜଗ୍ ବସନ୍ତ ପହଞ୍ଚିଛି। ଏହି ଜାହାଜ ୪୭,୦୦୦ ମେଟ୍ରିକ ଟନ୍ ଏଲପିଜି ବୋଝେଇ କରି ଆସିଛି। କିଛି ସମୟ ଭିତରେ ସିପ୍ ଟୁ ସିପ୍ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହେବ। ଏହା ସହିତ ଆଉ ଦୁଇଟି ବାଣିଜ୍ୟିକ ଜାହାଜ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରୁଛି, ଯାହା ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀ ବୋଝେଇ କରି ଆସୁଛି। ନୌସେନାର ଯୁଦ୍ଧ ଜାହାଜ ସହଯୋଗ ପାଇଁ ଷ୍ଟାଣ୍ଡବାଇରେ ଅଛି ଏବଂ ଆହୁରି କିଛି ଜାହାଜ ଶୀଘ୍ର ଆସିବା ଆଶା କରାଯାଉଛି।

‘ଜଗ୍‌ ବସନ୍ତ’ ଭାରତରେ ପହଞ୍ଚିବାରେ ତୃତୀୟ ଏଲପିଜି ଟ୍ୟାଙ୍କର। ଏହାପୂର୍ବରୁ ନନ୍ଦାଦେବୀ ଓ ଶିବାଲିକ୍‌ ଗୁଜରାଟ ବନ୍ଦରରେ ଏଲପିଜି ନେଇ ପହଞ୍ଚି ଥିଲେ। ଦୁଇଟିଯାକ ଜାହାଜରେ ମୋଟ ୯୨,୦୦୦ ମେଟ୍ରିକ୍‌ ଟନ୍‌ ଏଲପିଜି ଭାରତ ପହଞ୍ଚି ଥିଲା।

Leave A Reply

Your email address will not be published.