ନ୍ୟୁଜ୍ ବ୍ୟୁରୋ: ଦେଶବ୍ୟାପୀ ପେଟ୍ରୋଲିୟମ ଉତ୍ପାଦ ଓ ପ୍ରାକୃତିକ ଗ୍ୟାସର ନିରବିଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ବୈଠକରେ ପେଟ୍ରୋଲ, ଡିଜେଲ ଓ ସିଏନଜି ଯୋଗାଣକୁ ସାଧାରଣ ରଖିବା ସହ କୌଣସି ବିଘ୍ନ ନ ଘଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଇନ୍ଧନ ଅଭାବ କିମ୍ବା ଦର ବୃଦ୍ଧି ସମ୍ପର୍କିତ ଗୁଜବକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି। ତୈଳ ବିଶୋଧନାଗାରଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟରତ ଥିବାରୁ ଲୋକମାନଙ୍କୁ ଆତଙ୍କିତ ହୋଇ ଜାଳେଣି ସଂଗ୍ରହ ନ କରିବାକୁ ଅନୁରୋଧ କରାଯାଇଛି। ସେହିପରି, କଳାବଜାରୀ ଓ ମହଜୁଦ ରୋକିବା ପାଇଁ ‘ଅତ୍ୟାବଶ୍ୟକ ସାମଗ୍ରୀ ଆଇନ’ ଅନୁସାରେ କଡ଼ା ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସ୍ଥିତିର ନିରନ୍ତର ନଜରଦାରୀ ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସକ୍ରିୟ ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ