ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଦିଲ୍ଲୀରେ ଆରମ୍ଭ ହେଲା ବିଜେପିର ରଣନୀତି କସରତ

0

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ଦିଲ୍ଲୀରେ ବସୁଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ଆଜି ଏନଡିଏମସି ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୧୨୪ ଜଣ ସଦସ୍ୟ ଉପସ୍ଥିତ ରହିବେ । ଏହା ସହିତ ଦଳର ୩୬ଟି ସାଂଗଠନିକ ରାଜ୍ୟର ପଦାଧିକାରୀ ,ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭର୍ଚୁଆଲ ଜରିଆରେ ସାମିଲ ହେବେ।

ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,ଗୃହମନ୍ତ୍ରୀ ଅମିତ ଶାହା, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେବେ। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଅନୁଯାୟୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରୋନା ଗାଇଡଲାଇନ ଅନୁସାରେ ବସୁଛି।

୫ ରାଜ୍ୟରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ବୈଠକରେ ମାନସମନ୍ଥନ କରାଯିବ। ଏହା ସହିତ କୋଭିଡ ଓ ବିଭିନ୍ନ ଏଜେଣ୍ଡା ଉପରେ ମଧ୍ୟ
ଆଲୋଚନା ହେବ। ଏବଂ ବୈଠକର ଶେଷ ପ୍ରଧାନମନ୍ତ୍ରୀଙ୍କ ସମ୍ବାଧନ ସହ ହେବ । ବୈଠକ ପାଖାପାଖି ଦିନ ୩ଟାରେ ଶେଷ ହେବ ବୋଲି ଜଣାପଡିଛି। ତେବେ ବିଜେପିର ଏହି ବୈଠକ ଏଥିପାଇଁ ଗୁରୁତ୍ୱ ରଖୁଛି , କାରଣ ନିକଟରେ ୧୩ ରାଜ୍ୟର ୨୯ ବିଧାନସଭା ଓ ୩ ଲୋକସଭା ଉପ ନିର୍ବାଚନରେ ପାର୍ଟିର ପ୍ରଦର୍ଶନ ଖଟାମିଠା ରହିଛି। ଆସାମ ଓ ମଧ୍ୟପ୍ରଦେଶରେ ଦଳ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ହିମାଚଳ ପ୍ରଦେଶର ସମସ୍ତ ୩ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଦଳ ପରାଜୟ ବରଣ କରିଥିଲା। ହିମାଚଳପ୍ରଦେଶ ଓ ପଶ୍ଚିମବଙ୍ଗର ପରାଜୟ ଦଳକୁ ଆତ୍ମଚିନ୍ତନ କରିବାକୁ ବାଧ୍ୟ କରିବ।

Leave A Reply

Your email address will not be published.