ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଆସନ୍ତା ୭ ଦିନ ବନ୍ଦ ରହିବ ରେଳବାଇ ପିଆରଏସ

0

ନୂଆଦିଲ୍ଲୀ: ରେଳବାଇ ନିଜର ସିଷ୍ଟମକୁ ଅପଡେଟ କରିବାକୁ ଯାଉଛି> ଏଥିପାଇଁ ରେଳବାଇ ଏହାର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା(ପିଆରଏସ)କୁ ସାତ ଦିନ ପାଇଁ ରାତିରେ ବନ୍ଦ ରଖିବ। ସଟଡାଉନର ଏହି ପ୍ରକ୍ରିୟା ୬ ଘଣ୍ଟା ପାଇଁ କରାଯିବ। ରାତି ସାଢେ ୧୧ରୁ ସକାଳ ସାଢେ ୫ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ ରଖାଯିବ।

ରେଳବାଇ ତରଫରୁ ଏନେଇ ସୂଚନା ଦିଆଯାଇ କୁହାଯାଇଛି ଯେ, ରାତିରେ ସିଷ୍ଟମ ଅପଡେଟ କରିବାକୁ ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ଏହି ସମୟରେ ପାସେଞ୍ଜର ରିଜର୍ଭସନ ସିଷ୍ଟମ(ପିଆରଏସ) ଭାର କମ୍ ଥାଏ। ଏହି କାର୍ଯ୍ୟକଳାପ ଗତକାଲି ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି , ଏହା ଆଗାମୀ ସାତ ଦିନ ଯାଏ ଅର୍ଥାତ ୨୦ରୁ ୨୧ ତାରିଖ ଯାଏଁ ଚାଲିବ। ଏଭଳି ପରିସ୍ଥିତିରେ ଯାତ୍ରୀ ସେବା ସ୍ୱାଭାବିକ ଓ ତଥା ନବୀକରଣ କରିବା ପାଇଁ ସହାୟତା କରିବାକୁ ରେଳ ମନ୍ତ୍ରାଳୟ ଅନୁରୋଧ କରିଛି।

ଭାରତୀୟ ରେଳ ୨୦ ମାସ ପରେ ପୁଣି ଥରେ ସ୍ୱାଭାବିକ ହୋଇଛି। ରେଳବାଇ ଟ୍ରେନକୁ ନେଇ କୋଭିଡ଼ ସମୟରେ ନିଅଯାଇଥିବା ପଦକ୍ଷେପ ଗୁଡିକୁ ପ୍ରତ୍ୟାହାର କରିନେଇଛି। ଏବେ ଟ୍ରେନ ଗୁଡିକ ସ୍ୱାଭାବିକ ହେବା ସହ ଭଡ଼ା ମଧ୍ୟ ପୂର୍ବ ପରି ରହିଛି।

କୋଭିଡ ସମୟରେ ରେଳବାଇ ସ୍ୱତନ୍ତ୍ର ବର୍ଗରେ ଟ୍ରେନ ଚଳାଇଥିଲା। ଏହାର ଉଦେଶ୍ୟ ଥିଲା ଟ୍ରେନରେ ଭିଡକୁ ନିୟନ୍ତ୍ରଣରେ ରଖିବା। ସ୍ୱତନ୍ତ୍ର ବର୍ଗ ଟ୍ରେନର
ଭଡା ସାଧାରଣ ଟ୍ରେନ ଭଡାରୁ ୩୦ ପ୍ରତିଶତ ଅଧିକ ଥିଲା। ତେବେ ଏବେ ପୂର୍ବପରି ଟ୍ରେନ ଚାଲିବ ।

Leave A Reply

Your email address will not be published.