ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

କାହିଁକି ଦିଲ୍ଲୀରେ ବନ୍ଦ ହେଲା ସ୍କୁଲ

0

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗୋଟିଏ ସପ୍ତାହ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଏକ ଜରୁରୀ ବୈଠକରେ ନିଷ୍ପତି ନିଆଯାଇଛି ଯେ, ପ୍ରଦୂଷଣ ପାଇଁ ସୋମବାରରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ବୈଠକରେ ନିଆଯାଇଥିବା ଚାରୋଟି ବଡ ନିଷ୍ପତିରୁ ଏହା ଗୋଟିଏ। ସେହିପରି ଆଜିଠୁ ୧୭ ତାରିଖ ଯାଏଁ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ରୋକ ଲଗାଯାଇଛି ଏବଂ ସପ୍ତାହେ ପାଇଁ ଦିଲ୍ଲୀର ସମସ୍ତ ଅଫିସକୁ ବନ୍ଦ ରଖି ଘରୁ କାମ କରିବା ପାଇଁ କୁହାଯାଇଛି।

ଏହା ସହିତ ପ୍ରଦୂଷଣ ରୋକିବା ପାଇଁ ତାଲାବନ୍ଦ ଉପରେ ଏକ ପ୍ରସ୍ତାବ ମଧ୍ୟ ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ଗତ କିଛି ଦିନ ହେବ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବହୁତ ଖରାପ ହେବାରେ ଲାଗିଛି। ପଡୋଶୀ ରାଜ୍ୟରେ ଚାଷର ବଳକା ଅଂଶ(ନଡା ) ଜାଳିବା ପ୍ରଦୂଷଣ
ବଢିବାର କାରଣ। କିନ୍ତୁ ଏଥିପାଇଁ ଚାଷୀମାନଙ୍କୁ ଦାୟୀ କରାଯାଇପାରିବ ନାହିଁ। କାହିିଁକ ତାଙ୍କୁ ଏଭଳି କରିବା ପାଇଁ ବାଧ୍ୟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ଯେ, ଖୁବ ଶୀଘ୍ର ଅଫିସ ଗୁଡିକ ୱାର୍କ ଫର ହୋମ ମୋଡ଼ରେ କାମ କରିବା ପାଇଁ ଆଡଭାଇଜରି ଜାରି କରାଯିବ। ସେ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ପାଇଁ କେବେ ବି ଲକଡାଉନ ହୋଇନାହିଁ।

ସେଥପାଇଁ ରାଜ୍ୟ ଏହି ଉପାୟରେ ସର୍ବୋଚ୍ଚ ନ୍ୟାୟଳୟଙ୍କ ପ୍ରସ୍ତାବ ସହିତ ଯିବ। ଯାହା କରିବା ଜରୁରୀ ଅଟେ। କେଜରିୱାଲ କହିଛନ୍ତି ଯେ, କେନ୍ଦ୍ର ଓ ଅନ୍ୟ ଏଜେନ୍ସି ସହିତ ଲକଡାଉନକୁ ନେଇ ଚର୍ଚ୍ଚା କରାଯିବ। ସମସ୍ତଙ୍କ ପରାମର୍ଶ ନେବା ପରେ ଯାହା ପଦକ୍ଷେପ ନିଆଯିବ। ଗତକାଲି ସୁପ୍ରିମକୋର୍ଟ ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି କରି ଚିନ୍ତା ପ୍ରକଟ କରିଥିଲେ। ତୁରନ୍ତ ପ୍ରଦୂଷଣ କମାଇବା ପାଇଁ ପଦକ୍ଷେପ ନେବାକୁ କହିଥିଲେ । ପ୍ରଦୂଷଣ ହ୍ରାସ ନେଇ କଣ କଣ ପଦକ୍ଷେପ ନିଆଯାଇଛି ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ। ଏପରିକି ଯଦି ସମ୍ଭବ ତାହେଲେ ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବାକୁ ୨ ଦିନ ଲକଡାଉନ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.