ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଆଜି ସୁପ୍ରିମକୋର୍ଟରେ ଦିଲ୍ଲୀ ସଂପର୍କରେ ହେବ ଶୁଣାଣି

0

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଆଜି ହେବାକୁ ଥିବା ଶୁଣାଣିରେ ସୁପ୍ରିମକୋର୍ଟ ପ୍ରଦୂଷଣର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ଅନେକ ପରାମର୍ଶ ଦେଇପାରନ୍ତି। ସେହିପରି ରାଜଧାନୀରେ ତାଲାବନ୍ଦ କରିବାକୁ ଆମ ଆଦମୀ ପାର୍ଟି ସରକାର ସୁପ୍ରିମକୋର୍ଟରେ ଏକ ପ୍ରସ୍ତାବ ଦେବେ। ପ୍ରଦୂଷଣ ସ୍ତରକୁ ହ୍ରାସ କରିବାକୁ ଦୁଇ ଦିନିଆ ଲକଡାଉନ କରିବାକୁ ସରକାର କହିପାରନ୍ତି।

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ସୁପ୍ରମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ। କହିଥିଲେ ଯଦି ସମ୍ଭବ, ତାହେଲେ ଦିଲ୍ଲୀରେ ଦୁଇ ଦିନିଆ ଲକଡାଉନ ଲାଗୁ କରିଦିଅ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଶନିବାର ଏକ ଜରୁରୀ ବୈଠକ ଡାକିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ ଯେ, ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ତାଲା ପକାଇବାକୁ ପରାମର୍ଶ ଦେଇଛନ୍ତି। ଆମେ କୋର୍ଟଙ୍କ ଆଦେଶ ସମ୍ପର୍କରେ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛୁ।ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟଙ୍କ ସାମନାରେ ରଖାଯିବ।

ଦିଲ୍ଲୀରେ ପ୍ରଦୂଷଣ କରିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସପ୍ତାହେ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ନିର୍ମାଣ କାମ ଉପରେ ମଧ୍ୟ
ରୋକ ଲଗାଯାଇଛି। ସେହିପରି ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ସରକାର କାର୍ଯ୍ୟାଳୟ ଗୁଡିକ ଯଥାସମ୍ଭବ ଘରୁ କାମ କରିବାକୁ କୁହାଯାଇଛି। ପାର୍କିଂ ଚାର୍ଜ ମଧ୍ୟ ବୃଦ୍ଧି କରାଯାଇଛି।

ହରିୟାଣାରେ ଗୁରୁଗ୍ରାମ,ଫରିଦାବାଦ,ସୋନିପାଟ,ଝାଜ୍ୱରରେ ମଧ୍ୟ ସ୍କୁଲ ଗୁଡିକ ଆସନ୍ତା ୧୭ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜଧାନୀ ଅଞ୍ଚଳର ୪ ଜିଲ୍ଲାରେ ହରିୟାଣା
ସରକାର ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରିଛନ୍ତି।

Leave A Reply

Your email address will not be published.