ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଆଜି ଭାରତ-ଚୀନ ଆଲୋଚନା

0

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲୁଥିବା ବିବାଦକୁ ନେଇ ଆଜି ୱାର୍କିଂ ମେକାନିଜିମ ଫର କନ୍ସଲଟେସନ ଆଣ୍ଡ କୋଡିନେସନ(ଡ଼ବ୍ଲୁଏମସିସି) ବୈଠକ ବସିବ। ଦିନ ୧୧ଟାରେ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକରେ ଏଲଏସିକୁ ନେଇ ଭାରତ-ଚୀନ ମଧ୍ୟରେ ଆଲୋଚନା ହେବ।ଏହା ପୂର୍ବରୁ ଅକ୍ଟୋବର ୧୦ରେ ସୈନ୍ୟ କମାଣ୍ଡରଙ୍କ ବୈଠକ ପରେ ଉଭୟ ଦେଶ ବିବୃତି ଜାରି କରିଥିଲେ । ଡ଼ବ୍ଲୁଏମସିସିର ନେତୃତ୍ୱ ବରିଷ୍ଠ କୂଟନୀତିଜ୍ଞ ନବୀନ ଶ୍ରୀବାସ୍ତବ ନେଉଥିବା ବେଳେ ଏଥିରେ ସେନାର ଅଧିକାରୀ, ଭାରତୀୟ ତିଦ୍ଦତୀୟ ସୀମା ପୁଲିସ, ପ୍ରତିରକ୍ଷା ଏବଂ ଗୃହମନ୍ତ୍ରାଳୟର ଅଧିକାରୀ ସାମିଲ ହେବେ।

ବୈଠକରେ ହଟ ସ୍ପ୍ରିଙ୍ଗସ ଓ ଡିପସାଙ୍ଗ ଅସନ୍ତୋଷ ନେଇ ଆଲୋଚନା କରାଯିବ। ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ନେଇ କଥାବାର୍ତା କରାଯିବ। ଅକ୍ଟୋବର ୧୦ରେ ବରିଷ୍ଠ କମାଣ୍ଡରଙ୍କ ବୈଠକ ପରେ ଡ଼ବ୍ଲୁଏମସିସର ବୈଠକ କରିବାକୁ ଭାରତ ଓ ଚୀନ ରାଜି ହୋଇଥିଲା। ଅକ୍ଟୋବର୧୦ରେ ହୋଇଥିବା ଏହି ବୈଠକ ପାଖାପାଖି ୮ ଘଂଟା ଧରି ଚାଲିଥିଲା ଏବଂ ଏହି କଥାବାର୍ତ୍ତାରେ ପୂର୍ବ ଲଦାଖର ଅନ୍ୟ ମୁହାଁମୁହିଁ ହେଉଥିବା ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିବା ଉପରେ ଜୋର୍ ଦିଆଯାଇଥିଲା।

ଚୀନ ସହିତ ଜାରି ରହିଥିବା ସୀମାନ୍ତର ପୃଷ୍ଠଭୂମିରେ ପ୍ରବଳ ଶୀତ ସମୟରେ ପୂର୍ବ ଲଦାଖର ଉଚ୍ଚରେ ଥିବା ସୈନ୍ୟମାନଙ୍କୁ ସାମରିକ ଉପକରଣ ଓ ସାମରିକ ସହାୟତା ପହଞ୍ଚାଇବା ପାଇଁ ଭାରତ ଏକ ବିମାନ ଅଭ୍ୟାସ କରିଥିଲା। ବାୟୁସେନା ଓ ସ୍ଥଳସେନା ଦ୍ୱାରା ମିଳିତ ଭାବେ କରାଯାଇଥିବା ଏହି ଅଭ୍ୟାସର ନାଁ ‘ଅପରେସନ ହର୍କ୍ୟୁଲେସ’ ରଖାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରାଳୟର ଏକ ବୟାନରେ କହିଛି ଯେ, ଉଚ୍ଚ ତୀବ୍ରତାରେ ବିମାନ ଉଡାଣର ଉଦ୍ଦେଶ୍ୟ ହେଲା ଉତ୍ତର ସେକ୍ଟରରେ ସାମରିକ ଯୋଗାଣକୁ ମଜବୁଦ କରିବା ଏବଂ କାର୍ଯ୍ୟକ୍ଷମ ଅ ଳରେ ଶୀତଳ ଭଣ୍ଡାର ବୃଦ୍ଧି କରିବା। ଭାରତୀୟ ବାୟୁସେନାର ଏହି ଅଭ୍ୟାସରେ ସି-୧୭ ଗ୍ଲୋବମାଷ୍ଟର, ଆଇଏଲ-୭୬ ଓ ଏନ ୩୨ ପରି ବିମାନ ସାମିଲ ହୋଇଥିଲେ ।

Leave A Reply

Your email address will not be published.