ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଆଜି ଭାରତ-ଚୀନ ଆଲୋଚନା

0

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲୁଥିବା ବିବାଦକୁ ନେଇ ଆଜି ୱାର୍କିଂ ମେକାନିଜିମ ଫର କନ୍ସଲଟେସନ ଆଣ୍ଡ କୋଡିନେସନ(ଡ଼ବ୍ଲୁଏମସିସି) ବୈଠକ ବସିବ। ଦିନ ୧୧ଟାରେ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକରେ ଏଲଏସିକୁ ନେଇ ଭାରତ-ଚୀନ ମଧ୍ୟରେ ଆଲୋଚନା ହେବ।ଏହା ପୂର୍ବରୁ ଅକ୍ଟୋବର ୧୦ରେ ସୈନ୍ୟ କମାଣ୍ଡରଙ୍କ ବୈଠକ ପରେ ଉଭୟ ଦେଶ ବିବୃତି ଜାରି କରିଥିଲେ । ଡ଼ବ୍ଲୁଏମସିସିର ନେତୃତ୍ୱ ବରିଷ୍ଠ କୂଟନୀତିଜ୍ଞ ନବୀନ ଶ୍ରୀବାସ୍ତବ ନେଉଥିବା ବେଳେ ଏଥିରେ ସେନାର ଅଧିକାରୀ, ଭାରତୀୟ ତିଦ୍ଦତୀୟ ସୀମା ପୁଲିସ, ପ୍ରତିରକ୍ଷା ଏବଂ ଗୃହମନ୍ତ୍ରାଳୟର ଅଧିକାରୀ ସାମିଲ ହେବେ।

ବୈଠକରେ ହଟ ସ୍ପ୍ରିଙ୍ଗସ ଓ ଡିପସାଙ୍ଗ ଅସନ୍ତୋଷ ନେଇ ଆଲୋଚନା କରାଯିବ। ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ନେଇ କଥାବାର୍ତା କରାଯିବ। ଅକ୍ଟୋବର ୧୦ରେ ବରିଷ୍ଠ କମାଣ୍ଡରଙ୍କ ବୈଠକ ପରେ ଡ଼ବ୍ଲୁଏମସିସର ବୈଠକ କରିବାକୁ ଭାରତ ଓ ଚୀନ ରାଜି ହୋଇଥିଲା। ଅକ୍ଟୋବର୧୦ରେ ହୋଇଥିବା ଏହି ବୈଠକ ପାଖାପାଖି ୮ ଘଂଟା ଧରି ଚାଲିଥିଲା ଏବଂ ଏହି କଥାବାର୍ତ୍ତାରେ ପୂର୍ବ ଲଦାଖର ଅନ୍ୟ ମୁହାଁମୁହିଁ ହେଉଥିବା ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିବା ଉପରେ ଜୋର୍ ଦିଆଯାଇଥିଲା।

ଚୀନ ସହିତ ଜାରି ରହିଥିବା ସୀମାନ୍ତର ପୃଷ୍ଠଭୂମିରେ ପ୍ରବଳ ଶୀତ ସମୟରେ ପୂର୍ବ ଲଦାଖର ଉଚ୍ଚରେ ଥିବା ସୈନ୍ୟମାନଙ୍କୁ ସାମରିକ ଉପକରଣ ଓ ସାମରିକ ସହାୟତା ପହଞ୍ଚାଇବା ପାଇଁ ଭାରତ ଏକ ବିମାନ ଅଭ୍ୟାସ କରିଥିଲା। ବାୟୁସେନା ଓ ସ୍ଥଳସେନା ଦ୍ୱାରା ମିଳିତ ଭାବେ କରାଯାଇଥିବା ଏହି ଅଭ୍ୟାସର ନାଁ ‘ଅପରେସନ ହର୍କ୍ୟୁଲେସ’ ରଖାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରାଳୟର ଏକ ବୟାନରେ କହିଛି ଯେ, ଉଚ୍ଚ ତୀବ୍ରତାରେ ବିମାନ ଉଡାଣର ଉଦ୍ଦେଶ୍ୟ ହେଲା ଉତ୍ତର ସେକ୍ଟରରେ ସାମରିକ ଯୋଗାଣକୁ ମଜବୁଦ କରିବା ଏବଂ କାର୍ଯ୍ୟକ୍ଷମ ଅ ଳରେ ଶୀତଳ ଭଣ୍ଡାର ବୃଦ୍ଧି କରିବା। ଭାରତୀୟ ବାୟୁସେନାର ଏହି ଅଭ୍ୟାସରେ ସି-୧୭ ଗ୍ଲୋବମାଷ୍ଟର, ଆଇଏଲ-୭୬ ଓ ଏନ ୩୨ ପରି ବିମାନ ସାମିଲ ହୋଇଥିଲେ ।

Leave A Reply

Your email address will not be published.