ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୪ଜି ମୋବାଇଲ ସେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

0
  • ୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ ୪ଜି ମୋବାଇଲ ସେବାଯୋଗାଣ
  • ଓଡିଶାର ୩,୯୩୩ ଗ୍ରାମରେ ୪ଜି ମୋବାଇଲ ସେବା ଉପଲବ୍ଧ ହେବ
  • ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
  • ପ୍ରାୟ ୬,୪୬୬ କୋଟି ବ୍ୟୟରେ ୫ଟି ରାଜ୍ୟର ୪୪ ଆକାଂକ୍ଷୀ ଜିଲ୍ଲାର ୭,୨୮୭ ଗ୍ରାମରେ
  • ୪ଜି ମୋବାଇଲ ସେବା ଉପଲବ୍ଧ ହେବ
  • ଡ଼ିଜିଟାଲ ସେବାକୁ ଗତି ଦେବା ସହ ଶିକ୍ଷାନୁଷ୍ଠାନ ପାଇଁ ସହାୟକ ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ୪ଜି ମୋବାଇଲ ସେବା ଉପଲବ୍ଧ କରିବା ପାଇଁ ୟୁନିଭର୍ସାଲ ସର୍ଭିସ ଓବଲିଗେସନ ଫଣ୍ଡ୍‌ (ୟୁଏସଓଏଫ) ଅଧୀନରେ ୬,୪୬୬ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହି ନିଷ୍ପତି ଦ୍ୱାରା ଓଡିଶାର ଆକାଂକ୍ଷୀ ଜିଲ୍ଲାର ୩,୯୩୩ ଗ୍ରାମରେ ୪ଜି ମୋବାଇଲ ସେବା ଉପଲବ୍ଧ ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏହା ଏକ ଜନକଲ୍ୟାଣକାରୀ ପଦକ୍ଷେପ । ଓଡ଼ିଶା ସମେତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ମୋଟ ୪୪ ଆକାଂକ୍ଷୀ ଜିଲ୍ଲା ଗୁଡିକର ଗ୍ରାମ ଗୁଡିକ ୪ଜି ମୋବାଇଲ ସେବା ଦ୍ୱାରା ଉପକୃତ ହେବେ । ୪ଜି ସେବା ଯୋଗାଇ ଦେବା ପାଇଁ ୟୁଏସଓଏଫ୍ ଯୋଜନାରେ ୬,୪୬୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଓପନ କମ୍ପିଟେଟିଭ୍ ବିଡିଂ ପ୍ରକ୍ରିୟାରେ ଏହି କାର୍ଯ୍ୟ କରାଯିବ ।
ଏହି ନିଷ୍ପତି ୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ୪ଜି ସେବା ଉପଲବ୍ଧ ନ ଥିବା ୭,୨୮୭ ଗ୍ରାମରେ ଡ଼ିଜିଟାଲ ସେବାକୁ ଗତି ଦେବା ସହ ବିକାଶମୂଳକ କାର୍ଯ୍ୟକୁ ସହଯୋଗ କରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଜବୁତ କରିବା ସଙ୍ଗେସଙ୍ଗେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ଇଂଟରନେଟ୍ ପ୍ରଦାନ କରିବାରେ ସହାୟକ ହେବ ।

ଏହାବ୍ୟତିତ କେବଳ ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାର ୩,୯୩୩ ଗ୍ରାମରେ ହାଇସ୍ପିଡ଼୍ ମୋବାଇଲ୍‌ ଏବଂ ଇଂଟରନେଟର ସଂଯୋଗୀକରଣ ହେବ । ଏହି ନିଷ୍ପତି ଡିଜିଟାଲ ଇଣ୍ଡିଆ ଏବଂ ଡିଜିଟାଲ ସଂଯୋଗୀକରଣର କଳ୍ପନାକୁ ପୂରଣ କରିବାରେ ସହାୟକ ହେବ । ନିଯୁକ୍ତି ସୁଯୋଗର ଉପଲବ୍ଧତା ବଢିବ ଓ ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.