ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଛାତ୍ରଙ୍କଠୁ ଆଗରେ ରହିଲେ ଛାତ୍ରୀ

0

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ପାସ ହାର ରହିଛି ୬୮.୬୬ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ୧୨ ହଜାର ୩୨୧ ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୮ ହଜାର ୪୬୦ ଜଣ । ଛାତ୍ରଙ୍କ ପାସହାର ରହିଛି ୬୨.୭ ପ୍ରତିଶତ । ଏବଂ ଛାତ୍ରୀଙ୍କ ପାସହାର ରହିଛି ୬୭.୭୬ ପ୍ରତିଶତ । ୮ ହଜାର ୪୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ବିଜ୍ଞାନରେ ୧ ହଜାର ୫୦୧ ଜଣ କୃତକାର୍ଯ୍ୟ ହୋଇଛନ୍ତି ।ସେହିପରି କଳାରେ ୬ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଏବଂ ବାଣିଜ୍ୟରେ ୪୨୨ ଜଣ ପାସ କରିଛନ୍ତି । ଧନ୍ଦାମୂଳକରେ ୨୨୭ ଜଣ ପରୀକ୍ଷାର୍ଥୀ ଉର୍ତ୍ତିନ୍ନ ହୋଇଛନ୍ତି

ବିଜ୍ଞାନରେ ୧ ହଜାର ୫୦୧ ଜଣ ପାସ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୧୩୬ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪୨ ଜଣ, ତୃତୀୟ ଶ୍ରେଣୀରେ ୧୧୧୦ ଜଣ ପାସ କରିଛନ୍ତି । ସେହିପରି କଳାରେ ୯୬୩ ଜଣ ପ୍ରଥମ ଶ୍ରେଣୀରେ , ଦ୍ୱିତୀୟ ଶ୍ରେଣୀରେ ୬୧୨ ଜଣ,ତୃତୀୟ ଶ୍ରେଣୀରେ ୪ ହଜାର ୭୩୫ ଜଣ ଉ ର୍ୀଣ୍ଣ ହୋଇଛି । ବାଣିଜ୍ୟରେ ୪୨୨ ଜଣ ପାସ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୨ ପ୍ରଥମ ଶ୍ରେଣୀରେ,୫୦ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ତୃତୀୟ ଶ୍ରେଣୀରେ ୨୬୮ ଜଣ ପାସ କରିଛନ୍ତି ।

ମହାମାରୀ କରୋନା ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । କିନ୍ତୁ କିଛି ଛାତ୍ରଛାତ୍ରୀ ସେମାନଙ୍କ ଫଳକୁ ନେଇ ଅସନ୍ତୁଷ୍ଟ ଥିଲେ । ଏହା ପରେ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଅଫଲାଇନ ପରୀକ୍ଷା କରାଯାଇଥିଲା । ଅକ୍ଟୋବର ୧ରୁ ଅକ୍ଟୋବର ୧୧ ଯାଏଁ ଅଫଲାଇନ ପରୀକ୍ଷା ହୋଇଥିଲା । ଯାହାର ଆଜି ଫଳାଫଳ ବାହାରିଛି ।

Leave A Reply

Your email address will not be published.