ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆତଙ୍କୀଙ୍କୁ ଧରିବାକୁ ଘେରାବନ୍ଦୀ..ଜଣେ ନିହତ

0

ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀର ପରିଚୟ ଜଣାପଡିନି । ମିଳିଥିବା ସୂଚନା ଅନୁସାରେ, ଏହି ଅ ଳରେ ଆଉ ଆତଙ୍କବାଦୀ ଲୁଚି କି ରହିଛନ୍ତି । ବହୁ ସଂଖ୍ୟାର ଯବାନ ମାନେ ଏହି ଅଂଚଳକୁ ଘେରାବନ୍ଦୀ କରିଦେଇଛନ୍ତି । ଆତଙ୍କୀମାନେ ଏହି ଅଂଚଳରୁ ଯେପରି ବାହାରିପାରିବେନି ସେଥିପାଇଁ ପୁରା ଅଂଚଳକୁ ଘେରା ବନ୍ଦୀ କରି ଜଗି ରହିଛନ୍ତି ଯବାନ । ସମସ୍ତ ରାସ୍ତାକୁ ବନ୍ଦ କରିଦେଇଛନ୍ତି ।

ଯେମିତି ହିଁ ଆତଙ୍କବାଦୀ ମାନେ ଲୁଚିରହିଥିବା ଖବର ମିଳିଥିଲା ସୁରକ୍ଷାକର୍ମୀ ମାନେ ସାଙ୍ଗେ ସାଙ୍ଗେ ସେ ଅଞ୍ଚଳରେ ପହଞ୍ଚି ଅପରେସନ ଆରମ୍ଭ କରିଦେଇଥିଲେ । ଯବାନଙ୍କ ପକ୍ଷରୁ ଯେତେବେଳେ ଆତଙ୍କୀଙ୍କୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତାର କରିବାକୁ କୁହାଯାଇଥିଲା । ସେତେବେଳେ ସେ ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ । ଯାହା ପରେ ଯବାନ ମାନେ ଗୁଳିମାଡ଼ କରି ଜବାବ ଦେଇଥିଲେ । ଯେଉଁଥିରେ ଜଣେ ଯବାନର ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ସେନାଙ୍କୁ ବୁଧବାର ବଡ଼ ସଫଳତା ମିଳିଥିଲା ଦୁଇଟି ଅଲଗା ଅଲଗା ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସେନା ନିହତ କରିଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ଟିଆରଏଫ ଓ ଦୁଇ ଜଣ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ରହିଥିଲେ । ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

Leave A Reply

Your email address will not be published.