ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ଏକାଠି ନଜର ଆସିବେ ଅମୀର-ରଣବୀର

0

ବଲିଉଡ ସୁପରଷ୍ଟାର ଅମୀର ଖାନ୍ ଓ ଇଣ୍ଡଷ୍ଟ୍ରିର ରାଇଜିଙ୍ଗ ସୁପରଷ୍ଟାର ରଣବୀର କପୁରଙ୍କୁ ଗୋଟିଏ ଫିଲ୍ମରେ ଏକା ସାଙ୍ଗରେ ଦେଖିବାକୁ ମିଳିପାରେ । ଅମୀର ଓ ରଣବୀରଙ୍କ ମଧ୍ୟରେ ଗୋଟେ ସମାନ କଥା ହେଲା ଯେ, ଉଭୟ ବହୁତ କମ ଫିଲ୍ମ କରିଥାନ୍ତି । ବର୍ଷେ କିମ୍ବା ଦୁଇ ବର୍ଷରେ ଗୋଟିଏ କିମ୍ବା ୨ଟି ଫିଲ୍ମ ଏହି ଷ୍ଟାରଙ୍କ ରିଲିଜ ହୁଏ । ଫ୍ୟାନ୍ସ ବି ଦୁଇ ଜଣଙ୍କ ଫିଲ୍ମର ରିଲିଜ ଅପେକ୍ଷାରେ ଚାହିଁ ରହିଥାନ୍ତି । । ତେବେ ଯଦି ଗୋଟିଏ ଫିଲ୍ମରେ ଦୁଇ ଅଭିନେତାଙ୍କୁ ଦେଖିବାକୁ ମିଳିବ ତେବେ ଏହି ଦୁଇ ଜଣ ହିଁ ଫ୍ୟାନ୍ସଙ୍କ ପାଇଁ ସୋନେ ପର ସୁହାଗା ହେବ ।

ସୂଚନା ଅନୁସାରେ, ଅମୀର ଓ ରଣବୀର ଗୋଟିଏ ଫିଲ୍ମରେ ନଜର ଆସିବେ ଏବଂ ୨୦୨୨ରୁ ଏହି ଫିଲ୍ମର କାମ ଆରମ୍ଭ ହେବ । ଫିଲ୍ମକୁ ନେଇ ଏବେ କିଛି ବିଶେଷ ତଥ୍ୟ ମିଳିପାରିନାହିଁ । ତେବେ ଅମୀର ଓ ରଣବୀରକୁ ସ୍କ୍ରିପ୍ଟ ପସନ୍ଦ ଆସିଛି ଏବଂ ଦୁଇ ଜଣ ଏକାଠି କାମ କରିବାକୁ ହଁ କରିଥିବା ଜଣାପଡିପଡିଛି । ଦୁଇ ଜଣ ଏକାଠି କେବେଠୁ କାମ କରିବାକୁ ଚାହୁଁଥିବା ବେଳେ ଏବେ ସେମାନଙ୍କ ହାତରେ ଏକ ଭଲ ପ୍ରୋଜେକ୍ଟ ଲାଗିଛି । ଅମୀର ଖାନ୍ ଏହି ଫିଲ୍ମର ପ୍ରଡ୍ୟୁସ କରିବେ । ଏବେ ଫିଲ୍ମକୁ ନେଇ ବିଚାର-ବିମର୍ଷ ଚାଲିଥିବା ବେଳ ବେଶି କିଛି ଜାଣିବାକୁ ମିଳିନାହିଁ ।

ଉଭୟ ଏହା ପୂର୍ବରୁ ଫିଲ୍ମ ‘ପିକେ’ରେ ଏକାଠି ନଜର ଆସିଥିଲେ । ଅମୀର ଓ ରଣବୀଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଆସିଛି ଏବଂ ଦୁଇ ଜଣ ପରସ୍ପରକୁ ସମ୍ମାନ ମଧ୍ୟ କରନ୍ତି । ୨୦୧୬ରେ ଯେତେବେଳେ ରଣବୀରଙ୍କ ଫିଲ୍ମ ‘ଏ ଦିଲ ହେବ ମୁସକିଲ’ ରିଲିଜ ହୋଇଥିଲା ସେତେବେଳେ ଅମୀର,ରଣବୀରଙ୍କ ବହୁତ ପ୍ରଶଂସା କରିଥିଲେ । ତେବେ ଏବେ ରଣବୀର ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେହିପରି ଅମୀର ଖାନ ମଧ୍ୟ ଏବେ ‘ଲାଲ ସିଂହ ଚଢା’ରେ ନଜର ଆସିବେ ।

Leave A Reply

Your email address will not be published.