ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଡେଲ୍ଟାଠାରୁ ବି ଅତି ଭୟଙ୍କର କରୋନାର ନୂଆ ପ୍ରଜାତି

0

କରୋନାର ନୂଆ ପ୍ରଜାତି ବି.ୱାନ.ୱାନ.୫୨୯କୁ ନେଇ ଚିନ୍ତା ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭ୍ୟାରିଆଣ୍ଟ କୁ ଓମିକ୍ରନ ନାଁରେ ନାମିତ କରିଛି । ତେବେ ଏହି ନୂଆ ଭ୍ୟାରିଆଣ୍ଟ ଡେଲଟା ଠାରୁ ବି ଅତି ମାରାତ୍ମକ ହୋଇପାରେ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତିକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇସାରିଲାଣି । ସବୁଠୁ ଉଦବେଗଜନକ କଥା ହେଉଛି ଭୂତାଣୁ ବହୁ ସଂଖ୍ୟାରେ ମ୍ୟୁଟେସନ କରିବା ପରେ ଏହି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହୋଇଛି । ଫଳରେ ଏହି ନୂଆ ଭ୍ୟାରିଆଣ୍ଟ କୁ ନେଇ ବୈଜ୍ଞାନିକ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

ଅସ୍ୱାଭାବିକ ଭାବେ ଅନେକ ମ୍ୟୁଟେସନ ହୋଇ ଏହି ଭ୍ୟାରିଆଣ୍ଟ ସୃଷ୍ଟି ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଦକ୍ଷିଣଆଫ୍ରିକାର ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର କମ୍ୟୁନିକେବଲ ଡିଜିଜ ବା ଏନଆଇସିଡି ଅନୁସାରେ କରୋନାର ଏହି ନୂଆ ରୂପ ଅତ୍ୟନ୍ତ ସଂକ୍ରାମକ । ଏବେ ସୁଦ୍ଧା ଅତ୍ୟନ୍ତ ମାରାତ୍ମକ ଭାବେ ଜଣାଯାଉଥିବା ଡେଲଟା ଭ୍ୟାରିଆଣ୍ଟ ଦୁଇ ଥର ମ୍ୟୁଟେସନ ହୋଇଛି । ହେଲେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଆଣ୍ଟ ୫୦ ଥର ମ୍ୟୁଟେସନ ହୋଇଛି । ଆଉ ଏହାକୁ ନେଇ ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି ଯେ, ଏହି ଭୂତାଣୁ ମାରାତ୍ମକ ହୋଇପାରେ ।

ଦକ୍ଷିଣ ଆଫ୍ରିକରେ କରୋନାର ଏହି ନୂଆ ପ୍ରଜାତି ଦ୍ରୁତ ଗତିରେ ବ୍ୟାପିବରେ ଲାଗିଛି । କରୋନାର ନୂଆ ଭ୍ୟାରିଆଣ୍ଟ ବି.ୱାନ.ୱାନ.୫୨୯କୁ ନେଇ ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ଚିନ୍ତା ବଢିଯାଇଥିବା ଗୁରୁବାର ଏନେଇ ଦକ୍ଷିଣ ଆଫିକାର ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି । ଭୂତାଣୁର ଏହି ରୂପ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି । ଗତ ୨୨ ତାରିଖରେ ୩୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୪ ତାରିଖରେ ଦୈନିକ ସଂକ୍ରମଣ ୧ ହଜାର ୨ ଶହ ୭୫ରେ ପହଞ୍ଛିଛି । କେଉଁ କାରଣରୁ ସଂକ୍ରମଣ ବଢୁଛି ଏନେଇ ଅନୁଧ୍ୟାନ ଚାଲିଥିବା ବେଳେ ୨୨ ଜଣ ଆକ୍ରାନ୍ତଙ୍କ ଦେହରେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ।

ତେବେ ଦକ୍ଷିଣ ଆଫ୍ରିକାରେ ଏହା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଡାକ୍ତର ଓ ବିଶେଷଜ୍ଞ ମାନେ ଏହା ଉପରେ ନଜର ରଖିଛନ୍ତି । ବିଭିନ୍ନ ପ୍ରକାର ଅନୁଧ୍ୟାନ କରୁଛନ୍ତି । ବାଧ୍ୟତାମୂଳକ ଭାବରେ ବୁଷ୍ଟର ଡୋଜର ଆବଶ୍ୟକତା ମଧ୍ୟ କୁହାଯାଉଛି । ଡାକ୍ତରମାନେ ଭାବୁଛନ୍ତି ଯେ, ବୁଷ୍ଟର ଡୋଜ ଦ୍ୱାରା ଟିକାର ପ୍ରଭାବ ବହୁତ ବଢିଯିବ ଏବଂ ଫଳପ୍ରଦ ହେବ ।

Leave A Reply

Your email address will not be published.