ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଡେଲ୍ଟାଠାରୁ ବି ଅତି ଭୟଙ୍କର କରୋନାର ନୂଆ ପ୍ରଜାତି

0

କରୋନାର ନୂଆ ପ୍ରଜାତି ବି.ୱାନ.ୱାନ.୫୨୯କୁ ନେଇ ଚିନ୍ତା ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭ୍ୟାରିଆଣ୍ଟ କୁ ଓମିକ୍ରନ ନାଁରେ ନାମିତ କରିଛି । ତେବେ ଏହି ନୂଆ ଭ୍ୟାରିଆଣ୍ଟ ଡେଲଟା ଠାରୁ ବି ଅତି ମାରାତ୍ମକ ହୋଇପାରେ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତିକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇସାରିଲାଣି । ସବୁଠୁ ଉଦବେଗଜନକ କଥା ହେଉଛି ଭୂତାଣୁ ବହୁ ସଂଖ୍ୟାରେ ମ୍ୟୁଟେସନ କରିବା ପରେ ଏହି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହୋଇଛି । ଫଳରେ ଏହି ନୂଆ ଭ୍ୟାରିଆଣ୍ଟ କୁ ନେଇ ବୈଜ୍ଞାନିକ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

ଅସ୍ୱାଭାବିକ ଭାବେ ଅନେକ ମ୍ୟୁଟେସନ ହୋଇ ଏହି ଭ୍ୟାରିଆଣ୍ଟ ସୃଷ୍ଟି ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଦକ୍ଷିଣଆଫ୍ରିକାର ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର କମ୍ୟୁନିକେବଲ ଡିଜିଜ ବା ଏନଆଇସିଡି ଅନୁସାରେ କରୋନାର ଏହି ନୂଆ ରୂପ ଅତ୍ୟନ୍ତ ସଂକ୍ରାମକ । ଏବେ ସୁଦ୍ଧା ଅତ୍ୟନ୍ତ ମାରାତ୍ମକ ଭାବେ ଜଣାଯାଉଥିବା ଡେଲଟା ଭ୍ୟାରିଆଣ୍ଟ ଦୁଇ ଥର ମ୍ୟୁଟେସନ ହୋଇଛି । ହେଲେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଆଣ୍ଟ ୫୦ ଥର ମ୍ୟୁଟେସନ ହୋଇଛି । ଆଉ ଏହାକୁ ନେଇ ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି ଯେ, ଏହି ଭୂତାଣୁ ମାରାତ୍ମକ ହୋଇପାରେ ।

ଦକ୍ଷିଣ ଆଫ୍ରିକରେ କରୋନାର ଏହି ନୂଆ ପ୍ରଜାତି ଦ୍ରୁତ ଗତିରେ ବ୍ୟାପିବରେ ଲାଗିଛି । କରୋନାର ନୂଆ ଭ୍ୟାରିଆଣ୍ଟ ବି.ୱାନ.ୱାନ.୫୨୯କୁ ନେଇ ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ଚିନ୍ତା ବଢିଯାଇଥିବା ଗୁରୁବାର ଏନେଇ ଦକ୍ଷିଣ ଆଫିକାର ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି । ଭୂତାଣୁର ଏହି ରୂପ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି । ଗତ ୨୨ ତାରିଖରେ ୩୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୪ ତାରିଖରେ ଦୈନିକ ସଂକ୍ରମଣ ୧ ହଜାର ୨ ଶହ ୭୫ରେ ପହଞ୍ଛିଛି । କେଉଁ କାରଣରୁ ସଂକ୍ରମଣ ବଢୁଛି ଏନେଇ ଅନୁଧ୍ୟାନ ଚାଲିଥିବା ବେଳେ ୨୨ ଜଣ ଆକ୍ରାନ୍ତଙ୍କ ଦେହରେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ।

ତେବେ ଦକ୍ଷିଣ ଆଫ୍ରିକାରେ ଏହା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଡାକ୍ତର ଓ ବିଶେଷଜ୍ଞ ମାନେ ଏହା ଉପରେ ନଜର ରଖିଛନ୍ତି । ବିଭିନ୍ନ ପ୍ରକାର ଅନୁଧ୍ୟାନ କରୁଛନ୍ତି । ବାଧ୍ୟତାମୂଳକ ଭାବରେ ବୁଷ୍ଟର ଡୋଜର ଆବଶ୍ୟକତା ମଧ୍ୟ କୁହାଯାଉଛି । ଡାକ୍ତରମାନେ ଭାବୁଛନ୍ତି ଯେ, ବୁଷ୍ଟର ଡୋଜ ଦ୍ୱାରା ଟିକାର ପ୍ରଭାବ ବହୁତ ବଢିଯିବ ଏବଂ ଫଳପ୍ରଦ ହେବ ।

Leave A Reply

Your email address will not be published.