ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଶୀତ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ

0

ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆଜି ଏହି ବୈଠକ ବସିବ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସରକାରଙ୍କ ତରଫରୁ ଅଂଶ ଗ୍ରହଣ କରିବେ । ବୈଠକରେ ବିରୋଧୀ ଦଳ ନେତା ମାନେ ସାମିଲ ହେବେ । ସଂସଦରେ କିଭଳି ରଣନୀତି ରହିବ ଏବଂ କ’ଣ କ’ଣ କାର୍ଯ୍ୟସୂଚୀ ରହିଛି ଏନେଇ ବୈଠକରେ ଆଲୋଚନା କରାଯିବ । ଏହା ବୈଠକରେ ଦର ବୃଦ୍ଧି ଓ କୋଭିଡ ପୀଡିତ ଅନୁକମ୍ପା ମୂଳକ ରାଶି ଉପରେ ଚର୍ଚ୍ଚା ହୋଇପାରେ ।

ଏଥର ସଂସଦର ଶୀତକାଳୀନ ଅଧିବେଶନ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ଏକ ବିଲ ଆଗତ କରିବେ । କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇସାରିଥିବା ବେଳେ କୃଷି ଆଇନ ପ୍ରତ୍ୟାହାର ବିଲକୁ ସଂସଦର ଚଳିତ ଅଧିବେଶନରେ ଆଗତ କରିବେ ମୋଦୀ ସରକାର । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ ଆଗତ କରିବେ । ଏହି ବିଲ ଉପରେ ସପକ୍ଷରେ ଓ ବିରୋଧରେ ଗୃହରେ ଜୋରଦାର ସଂଘର୍ଷ ଦେଖିବାକୁ ମିଳିପାରେ । ଏହି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିପାରନ୍ତି । ଏବଂ ସରକାରଙ୍କ ପକ୍ଷରୁ ବିରୋଧୀ ଦଳ ଉଠାଇଥିବା ପ୍ରସଙ୍ଗଗୁଡିକର ସନ୍ତୁଳିତ ଉତ୍ତର ଦେବାକୁ ପ୍ରୟାସ କରାଯିବ ।

ସଂସଦର ଏହି ଅଧିବେଶନରେ ବିରୋଧୀ ପେଗାସସ ସ୍ପାଏୱେୟାର ସହିତ ଫୋନ ଟ୍ୟାପ ପ୍ରସଙ୍ଗ ମଧ୍ୟ ଉଠାଇପାରନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କେୟା ନାଇଡୁ ଆଜି ସନ୍ଧ୍ୟାରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ଏକ ବୈଠକ ଡାକିଛନ୍ତି। କୁହାଯାଉଛି ଯେ, ଅଧିବେଶନ ଅତ୍ୟନ୍ତ ଉେ ଜନାପୂର୍ଣ୍ଣ ରହିପାରେ । ସରକାରଙ୍କୁ ବ୍ୟାକଫୁଟ୍‌ରେ ରଖିବା ପାଇଁ ବିରୋଧୀ ପୁରା ଚେଷ୍ଟା କରିବେ । ସେହି ପରି ବିରୋଧୀଙ୍କୁ ସାମନା କରିବାକୁ ସରକାର ମଧ୍ୟ ସମସ୍ତ ଋଣନୀତି ପ୍ରସ୍ତତ କରୁଛନ୍ତି । ସେହିପରି ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ସ୍ଥିର କରିବ କଂଗ୍ରେସ। ବିରୋଧ ଦଳକୁ ନେଇ ଆଜି ବୈଠକ କରିବ କଂଗ୍ରେସ । କଂଗ୍ରେସର ଏହି ବୈଠକରେ ଟିଏମସି ସାମିଲ ହେବନି ବୋଲି କହିଛି ।

Leave A Reply

Your email address will not be published.