ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କ୍ୟାମେରା ସାମନାରେ କାନ୍ଦି ପକାଇଲେ ବିଗ୍ ବି..

0

କୌନ ବନେଗା କରୋଡପତି ୨୧ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି । ଏବେ ଏହା ପ୍ରଶଂସକଙ୍କ ପାଇଁ କେବଳ ଏକ ଶୋ ନୁହେଁ ,ବଂର ତାଙ୍କ ଜୀବନର ଏକ ଅଂଶ ହୋଇସାରିଛି । ବର୍ଷ ବର୍ଷ ଧରି ଅମିତାଭ ବଚ୍ଚନ ଯେଭଳି କେବିସିର ହୋଷ୍ଟିଂ କରୁଛନ୍ତି, ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ଦେଖୁ ଦେଖୁ କେବିସି ହଜାରେ ଏପିସୋଡ଼ ପୁରା କରିଛି ।

ତେବେ ଖୁସିର ଏହି ଅବସରରେ ବିଗ୍ ବିଙ୍କ ଝିଅ ଶ୍ୱେତା ବଚ୍ଚନ ଓ ନାତୁଣୀ ନବ୍ୟା ନଭେଲି ଶୋରେ ପହଞ୍ଛିଛନ୍ତି । ସୋନି ଟିଭିର ଇନଷ୍ଟାଗ୍ରାମ ଆକାଉଂଟରେ କେବିସିର ଏକ ନୂଆ ପ୍ରମୋ ସେୟାର କରାଯାଇଛି ପ୍ରମୋରେ ଶ୍ୱେତା ବଚ୍ଚନ, ବିଗ୍ ବିଙ୍କୁ ପଚାରୁଛନ୍ତି କି ‘ ବାପା ମୁଁ ପଚାରିବାକୁ ଚାହୁଁଛି ଯେ ଏହି ହଜାରେ ଏପିସୋଡ ହେଉଛି ଆପଣଙ୍କର ,ତେଣୁ ଆପଣଙ୍କୁ କେମିତି ଲାଗୁଛି?ଏହାର ଉତ୍ତରରେ ବିଗ ବି କହୁଛନ୍ତି, ‘ଏମିତି ଲାଗୁଛି ଯେମିତି ପୁରା ଦୁନିଆ ବଦଳି ଯାଇଛି’ । ଏହା ପରେ ଭିଡିଓରେ କେବିସିର ପ୍ରଥମ ଏପିସୋଡକୁ ନେଇ ବର୍ତମାନ ପର୍ଯ୍ୟନ୍ତ ସମସ୍ତ ସ୍ମତି କଏଦ ହୋଇରହିଛି ।

ଭିଡିଓରେ କ୍ୟାପସନରେ ଲେଖାଯାଇଛି ଯେ, ମୁହଁରେ ହସ, ଆଖିରେ ଖୁସିରେ ଲୁହ, ବହୁତ ସାରା ଜ୍ଞାନ ଏବଂ ଆପଣ ସମସ୍ତଙ୍କ ଭଲପାଇବା ସହ କେବିସି ନିଜର ହଜାରେ ଏପିସୋଡ ପୂରଣ କରୁଛି । ଆଉ ଏହି ଖୁସିର ମୂହୁ ର୍ରେ ଭାବୁକ ହୋଇଛନ୍ତି ଅମିତାଭ ବଚ୍ଚନ ସାର । ଭିଡିଓର ଶେଷରେ ଅମିତାଭ ବଚ୍ଚ୍‌ନ ଇମୋସନାଲ ହୋଇଯାଉଥିବା ଦେଖିବାକୁ ମିଳୁଛି । ତାଙ୍କ ଆଖିରେ ଲୁହ ଓ ସ୍ୱର ଗମ୍ଭୀର ଶୁଣାଯାଉଛି । ଭାବବିହ୍ୱଳ ସମୟରେ ବି ବିଗ ବି ହସିକି କହୁଛନ୍ତି, ଠିକ ଅଛି ..ଖେଳକୁ ଆଗକୁ ବଢାଇବା । କାରଣ ଖେଳ ଏବେ ଶେଷ ହୋଇନାହିଁ । ଏତିକି କହିବା ପରେ ହିଁ ପୁରା ସେଟ୍‌ରେ ତାଳିରେ କମ୍ପୁଛି । କୌନ ବନେଗା କରୋଡପତିର ପ୍ରଥମ ଶୋ ଜୁଲାଇ ୩, ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.