ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଧୈର୍ଯ୍ୟର ସହ ଲଢିବା ପାଇଁ କହିଲେ ଧର୍ମେନ୍ଦ୍ର

0

କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ନୂଆ ଭ୍ୟାରିଆଣ୍ଟ କୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଭୟଭୀତ ନହୋଇ ଧୈର୍ଯ୍ୟର ସହ ମୁକାବିଲା କରିବା ଏବଂ ସମସ୍ତଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

କରୋନା ପାଇଁ ଆମେ ଯେତିକି ସଚେତନ ଅଛୁ,ସେତିକି ଯଥେଷ୍ଟ ନୁହେଁ । ସମସ୍ତେ ମାସ୍କ ପିନ୍ଧିବା ଏବଂ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ ଓଡିଶାରେ ୭୦ ଲକ୍ଷ ୫୯ ହଜାର ୨୧୫ ଟିକା ମହାଜୁଦ ଅଛି । ପ୍ରଧାନମନ୍ତ୍ରୀଙ୍କ ଥ୍ରୀ ଟି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେବାକୁ ହେବ । ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ସେ ନିବେଦନ କରିଛନ୍ତି।

ଦେଶରେ ୧୨୨ କୋଟି ୩୪ ଲକ୍ଷ ୮୧ ହଜାରରୁ ଅଧିକ ଲୋକ ଟିକା ନେଇସାରିଛନ୍ତି । ଭାରତ ଟିକାକରଣ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି । ତେଣୁ ପୂର୍ବଅପେକ୍ଷା ଅଧିକ ସଚେତନ ଏବଂ କୋଭିଡ ନିୟମ ମାନିଲେ ଲକଡାଉନ ଓ ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇଦେଇପାରିବା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । କରୋନା ସହ ଲମ୍ବା ସମୟ ପର୍ଯ୍ୟନ୍ତ ଲଢେଇ କରିବାକୁ ହେବ ।ଏଥିପାଇଁ ସମସ୍ତେ ସଚେତନ ରୁହନ୍ତୁ । କରୋନାର ନୂଆ ପ୍ରଜାତି ଉପରେ ମଧ୍ୟ ନଜର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ଭିଡିଓ ମାଧ୍ୟମରେ କହିଛନ୍ତି ।

Leave A Reply

Your email address will not be published.