ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

କ୍ୟାମେରା ସାମନାରେ କାନ୍ଦି ପକାଇଲେ ବିଗ୍ ବି..

0

କୌନ ବନେଗା କରୋଡପତି ୨୧ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି । ଏବେ ଏହା ପ୍ରଶଂସକଙ୍କ ପାଇଁ କେବଳ ଏକ ଶୋ ନୁହେଁ ,ବଂର ତାଙ୍କ ଜୀବନର ଏକ ଅଂଶ ହୋଇସାରିଛି । ବର୍ଷ ବର୍ଷ ଧରି ଅମିତାଭ ବଚ୍ଚନ ଯେଭଳି କେବିସିର ହୋଷ୍ଟିଂ କରୁଛନ୍ତି, ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ଦେଖୁ ଦେଖୁ କେବିସି ହଜାରେ ଏପିସୋଡ଼ ପୁରା କରିଛି ।

ତେବେ ଖୁସିର ଏହି ଅବସରରେ ବିଗ୍ ବିଙ୍କ ଝିଅ ଶ୍ୱେତା ବଚ୍ଚନ ଓ ନାତୁଣୀ ନବ୍ୟା ନଭେଲି ଶୋରେ ପହଞ୍ଛିଛନ୍ତି । ସୋନି ଟିଭିର ଇନଷ୍ଟାଗ୍ରାମ ଆକାଉଂଟରେ କେବିସିର ଏକ ନୂଆ ପ୍ରମୋ ସେୟାର କରାଯାଇଛି ପ୍ରମୋରେ ଶ୍ୱେତା ବଚ୍ଚନ, ବିଗ୍ ବିଙ୍କୁ ପଚାରୁଛନ୍ତି କି ‘ ବାପା ମୁଁ ପଚାରିବାକୁ ଚାହୁଁଛି ଯେ ଏହି ହଜାରେ ଏପିସୋଡ ହେଉଛି ଆପଣଙ୍କର ,ତେଣୁ ଆପଣଙ୍କୁ କେମିତି ଲାଗୁଛି?ଏହାର ଉତ୍ତରରେ ବିଗ ବି କହୁଛନ୍ତି, ‘ଏମିତି ଲାଗୁଛି ଯେମିତି ପୁରା ଦୁନିଆ ବଦଳି ଯାଇଛି’ । ଏହା ପରେ ଭିଡିଓରେ କେବିସିର ପ୍ରଥମ ଏପିସୋଡକୁ ନେଇ ବର୍ତମାନ ପର୍ଯ୍ୟନ୍ତ ସମସ୍ତ ସ୍ମତି କଏଦ ହୋଇରହିଛି ।

ଭିଡିଓରେ କ୍ୟାପସନରେ ଲେଖାଯାଇଛି ଯେ, ମୁହଁରେ ହସ, ଆଖିରେ ଖୁସିରେ ଲୁହ, ବହୁତ ସାରା ଜ୍ଞାନ ଏବଂ ଆପଣ ସମସ୍ତଙ୍କ ଭଲପାଇବା ସହ କେବିସି ନିଜର ହଜାରେ ଏପିସୋଡ ପୂରଣ କରୁଛି । ଆଉ ଏହି ଖୁସିର ମୂହୁ ର୍ରେ ଭାବୁକ ହୋଇଛନ୍ତି ଅମିତାଭ ବଚ୍ଚନ ସାର । ଭିଡିଓର ଶେଷରେ ଅମିତାଭ ବଚ୍ଚ୍‌ନ ଇମୋସନାଲ ହୋଇଯାଉଥିବା ଦେଖିବାକୁ ମିଳୁଛି । ତାଙ୍କ ଆଖିରେ ଲୁହ ଓ ସ୍ୱର ଗମ୍ଭୀର ଶୁଣାଯାଉଛି । ଭାବବିହ୍ୱଳ ସମୟରେ ବି ବିଗ ବି ହସିକି କହୁଛନ୍ତି, ଠିକ ଅଛି ..ଖେଳକୁ ଆଗକୁ ବଢାଇବା । କାରଣ ଖେଳ ଏବେ ଶେଷ ହୋଇନାହିଁ । ଏତିକି କହିବା ପରେ ହିଁ ପୁରା ସେଟ୍‌ରେ ତାଳିରେ କମ୍ପୁଛି । କୌନ ବନେଗା କରୋଡପତିର ପ୍ରଥମ ଶୋ ଜୁଲାଇ ୩, ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.