ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଡିସେମ୍ବରରେ ବାତ୍ୟା ଡର

0

ପୁଣି ଏକ ବାତ୍ୟା ଆଶଙ୍କା । ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ବାତ୍ୟାରେ ପରିଣତ ହୋବାର ମଧ୍ୟ ସମ୍ଭାବନା ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରିବା ସହିତ ୨ ତାରିଖ ବେଳକୁ ଅଧୀକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ଏହି ଅବପାତ ପ୍ରଭାବରେ ଡିସେମ୍ବର ୩ରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ । ଏପରିକି ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ତେବେ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ବର୍ଷା ହେବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହୋଇପାରିବ ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଘୁଚାପ କ୍ଷେତ୍ର ସାଇକ୍ଲୋନିକ ଡିଷ୍ଟର୍ବାନ୍ସରେ ପରିଣତ ହେବା ନେଇ ୩୩% ରୁ ୬୭% ସଙ୍କେତ ମିଳିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି । ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି । ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଦକ୍ଷିଣ ଉପକୂଳ ସହିତ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୨ରୁ ୩ ତାରିଖ ଯାଏଁ ଜଗତସିଂହପୁର,କେନ୍ଦ୍ରାପଡା, କନ୍ଧମାଳ, ମାଲକାନଗିରି,କୋରାପୁଟ, ରାୟଗଡ଼ା ଜିଲ୍ଲାରେ ସ୍ୱଳ୍ୱରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ଏବେ ଧାନ ପାଚି ଅମଳ ସମୟ ହୋଇଥିବାରୁ ଏହି ବର୍ଷା ଚାଷୀ ଓ ଚାଷ କାର୍ଯ୍ୟ ପାଇଁ ଘାତକ ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଡିସେମ୍ବର ମାସରେ ଓଡିଶାରେ ଲଘୁଚାପ ଜନିତ ବର୍ଷା ହେବା ନୂଆ କଥା ନୁହେଁ ।

୨୦୧୦,୨୦୧୫, ୨୦୧୭ ମସିହାରେ ମଧ୍ୟ ଲଘୁଚାପ ପ୍ରଭାବରେ ବର୍ଷା ହୋଇଛି । ସେ ସମୟରେ ଗଞ୍ଜାମ,ଗଜପତି, ଢେଙ୍କାନାଳ ସହ କିଛି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏବେ ପୁଣି ଯେଉଁ ଲଘୁଚାପ ଆସୁଛି ଯାହାର ପ୍ରଭାବ ଓଡିଶା ଉପରେ ରହିବ ବୋଲି ପାଣିପାଗ ବିଜ୍ଞାନୀ ମାନେ ଯେଉଁ ଆଶଙ୍କା କରିଛନ୍ତି, ସେମାନଙ୍କ ପକ୍ଷରୁ କୁହାଯାଉଛି ଯେ, ଲଘୁଚାପଟି ଘନୀଭୂତ ହୋଇ ଅବପାତ ଓ ଗଭୀର ଅବପାତର ରୂପ ନେବ । ଏବଂ ପରେ ଏହାର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ ବୋଲି ବର୍ତମାନ ପର୍ଯ୍ୟନ୍ତ ଆକଳନ କରାଯାଇଛି । ଯଦି ବିଭିନ୍ନ ପାଣିପାଗ ସଂସ୍ଥା କଥା କହିବା,ତେବେ ସେମାନେ ମଧ୍ୟ ଆକଳନ କରୁଛନ୍ତି।

ଓଡିଶା ଉପରକୁ ଏକ ବାତ୍ୟା ଆସିପାରେ । କିନ୍ତୁ ସ୍ପଷ୍ଟ ଚିତ୍ର ସେତେବେଳେ ଆସିବ ଯେତେବେଳେ ଲଘୁଚାପଟି ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବା ପରେ ହିଁ ବାତ୍ୟାର ଗତିପଥ ଓ ଏହା କେଉଁ କେଉଁ ଦିଗ ଦେଇ ଗତି କରିବ, ପବନର ବେଗ କେତେ ରହିବ ତାହାର ସ୍ପଷ୍ଟଚିତ୍ର ଆସିପାରିବ। କିନ୍ତୁ ତା ପୂର୍ବରୁ ପାଣିପାଗ ବିଜ୍ଞାନୀ ମାନେ ଆକଳନ କରିଛନ୍ତି ଯେ, ୩ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ।

Leave A Reply

Your email address will not be published.