ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଓଡିଶାକୁ ମାଡିଆସୁଛି ବାତ୍ୟା

0

ଓଡିଶା ଛୁଇଁବ ବାତ୍ୟା,ବର୍ଷା ସାଙ୍ଗକୁ ବହିବ ପବନ । ବାତ୍ୟା ନେଇ ଆଜି ଭାରତୀୟ ପାଣିପାଗ କେନ୍ଦ୍ର(ଆଇଏମଡି) ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦକ୍ଷିଣ ଥାଇଲାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ତାରିଖ ଦିନ ଅବପାତରେ ପରିଣତ ହେବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବ ।ଏହା ଅବପାତରେ ପରିଣତ ହେବା ପରେ ଆସନ୍ତା ୩ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମର ପରିଣତ ହେବ ।

ଆସନ୍ତା ୪ ତାରିଖ ଦିନ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହେବାର ପୂର୍ବାନୁମାନ କରାଯାଉଛି । ଏହା ଓଡ଼ିଶା ଓ ଉ ର ଆନ୍ଧ୍ର ଉପକୂଳ ସମୂଦ୍ରରେ କେନ୍ଦ୍ରୀଭୂତ ହେବ । ପ୍ରଭାବରେ ୩ ତାରିଖ ରାତିରୁ ଦକ୍ଷିଣ ଓଡିଶାର ଉପକୂଳ ବର୍ତ୍ତୀ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ଧୀରେ ଧୀରେ ପବନର ବେଗ ମଧ୍ୟ ବଢିବ । ୪ ତାରିଖ ଅପରାହ୍ନରୁ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ । ବିଶେଷ କରି ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୯୦ରୁ ୧୧୦ କିଲୋମିଟର ରହିବ । ସବୁଠୁ ବଡ଼ କଥା ହେଉଛି ୪ ତାରିଖ ସକାଳ ପରଠୁ ବାତ୍ୟା ତାହାର ଦିଗ ପରିବର୍ତ୍ତନ କରିବ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟା ନେଇ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଦକ୍ଷିଣ ଓଡିଶା ଜିଲ୍ଲା ସହିତ ଉ ର ଓଡିଶା ଜିଲ୍ଳା ଗୁଡିକରେ ପ୍ରବଳ ବର୍ଷା ହୋଇପାରେ । ଡିସେମ୍ବର ୫ରେ କେବଳ ଉତ୍ତର ଓଡିଶା ଜିଲ୍ଲା ଗୁଡିକରେ ବର୍ଷା ହୋଇପାରେ ।ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏବେ ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ । ବର୍ଷା ହେବା ପରେ ପାଚିଲା ଧାନ କ୍ଷେତ ଉଜୁଡିଯିବାର ଆଶଙ୍କା ଥିବାର ସତର୍କ ହେବାକୁ ପରାମର୍ଶ ଦିଆଯାଇଛି । ଅମଳ ଧାନ କାଟି ସୁରକ୍ଷିତ ରଖିବା ପାଇଁ କୁହାଯାଇଛି । ବାତ୍ୟା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇଛନ୍ତି ଜିଲ୍ଲାପାଳ । ମାଇକ ଯୋଗେ କୃଷି ବିଭାଗର ଅଧିକାରୀ ମାନେ ପ୍ରଚାର କରି ସତର୍କ କରାଉଛନ୍ତି ।

Leave A Reply

Your email address will not be published.