ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ମମିତା ହତ୍ୟାର ତଦନ୍ତ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌

0

ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ତଦନ୍ତର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ । ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁ ମାମଲାର ଅନୁଧ୍ୟାନ କରିବା ନେଇ ହାଇକୋର୍ଟ ତାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ମମିତା ହତ୍ୟା ମାମଲାର ତଦନ୍ତର ଅନୁଧ୍ୟାାନ ଅବସରପ୍ରାପ୍ତ ଜିଲ୍ଲା ଜଜ୍ କିମ୍ବା ହାଇକୋର୍ଟର କୌଣସି ଜଜ୍ କରନ୍ତୁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ। ଆଉ ମାନ୍ୟବର ହାଇକୋର୍ଟ ମାମଲାକୁ ଗୁରୁତର ନେବା ସହ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁଙ୍କୁ ଏହି ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

ତଦନ୍ତରେ ପାରଦର୍ଶିତା ଓ ନିରପେକ୍ଷତା ରଖିବାକୁ ମାନ୍ୟବର କୋର୍ଟ ଜଣେ ବିଚାରପତିଙ୍କୁ ତଦନ୍ତର ଅନୁଧ୍ୟାନ କରିବାକୁ ଦାୟିତ୍ୱ ଦିଅନ୍ତୁ ବୋଲି ରାଜ୍ୟ ସରକାର ଚିଠିରେ ଉଲ୍ଲେଖ କରିଥିଲେ । ମାମଲାର ତଦନ୍ତ ଏବେ କଳାହାଣ୍ଡି ପୁଲିସ କରୁଛି । କିନ୍ତୁ ତଦନ୍ତ ନେଇ ବାରମ୍ବାର ବିରୋଧୀ ପ୍ରଶ୍ନ ଉଠାଇବା ସହ ସରକାରଙ୍କୁ ଘେରିଥିଲେ । ହତ୍ୟାକାଣ୍ଡ୍କୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ କାଠଗଡାକୁ ଟାଣିଥିଲେ । ଏହି ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଥିବା ଓ ଏଥିପାଇଁ ତଦନ୍ତ ବାଟବଣା କରାଯାଉଥିବା ଅଭିଯୋଗ କରିଥିଲେ । ମାମଲାର ସିବିଆଇ ତଦନ୍ତ ବି ଦାବି କରିଥିଲେ ।

ତେଣୁ ତଦନ୍ତରେ ନିରପେକ୍ଷତା ଉପରେ ବିରୋଧ ପ୍ରଶ୍ନ ଉଠାଇବା ପରେ ହାଇକୋର୍ଟଙ୍କୁ ଚିଠି ଲେଖିଥଲେ ରାଜ୍ୟ ସରକାର । ମମିତାଙ୍କ ପରିବାର ଲୋକ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ଦିନ ଧରି ତଦନ୍ତ ଜାରି ରହିବା ଦ୍ୱାରା ପରିବାର ଲୋକ ମାନସିକ ଚାପରେ ଥିବା ଦର୍ଶାଇଥିଲେ । ତା ସହ ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ପାଇଁ ହାଇକୋର୍ଟରେ ଅପିଲ କରିଥିଲେ । ଗୃହ ସଚିବ, ଡିଜିପି, ବଲାଙ୍ଗୀର ଜିଲ୍ଲାପାଳ,ଏସପି ଓ ସିନ୍ଧେକେଲା ଆଇଆଇସିଙ୍କୁ ପକ୍ଷଭୁକ୍ତ ପାଇଁ ମଧ୍ୟ ଆବେଦନ କରିଥିଲେ । ଏହାକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଥିଲେ । ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ କରାଯାଇଛି । ଅକ୍ଟୋବର ୮ ତାରିଖରେ ମମିତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଗୋପାଳ ସାହୁ । ହତ୍ୟା କରିବା ପରେ କଲେଜ ପାଖ ପଡିଆରେ ମାଟି ଖୋଳି ପୋତିଦେଇଥିଲା ।

Leave A Reply

Your email address will not be published.