ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଚାରିବର୍ଷ ପରେ ଆକାଶ ମହୁରିଆ ଫାଇଲ ଖୋଲିଲା

0

କେରାପୁଟ: ୨୦୧୭ ମସିହା ଜାନୁଆରି ୩୦ ତାରିଖରେ ଆକାଶ ମହୁରିଆକୁ ଏନକାଉଣ୍ଟର ହୋଇଥିଲା। ପାଖାପାଖି ୪ବର୍ଷ ପରେ ଏହି ମାମଲାର ଫାଇଲ ଖୋଲିଛି। କେବଳ ସେତିକି ନୁହେଁ, ଏହି ଘଟଣାରେ ତତ୍କାଳୀନ ଏସଡିପିଓ ରାଜେନ୍ଦ୍ର ସେନାପତି, ତତ୍କାଳୀନ ଟାଉନ ଥାନା ଆଇଆଇସି ତପନ ରଥ ଓ ଅନ୍ୟ ଦୁଇ ସବ ଇନସପେକ୍ଟର ଶିବ ସାହୁ ଏବଂ ରାଜେନ୍ଦ୍ର ବଳିଆର ସିଂହଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ଏହି ମାମଲାରେ ତନାଘନା ଆରମ୍ଭ କରିବା ସହିତ ବରିଷ୍ଠ ଅଧିକାର ରାମଚନ୍ଦ୍ର ଥମ୍ବଙ୍କୁ ଦିଆଯାଇଛି ତଦନ୍ତ ଦାୟିତ୍ବ। ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପରିବାର ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେବା ପରେ ମାମଲାଟି ୟୁ ଟର୍ଣ୍ଣ ମାରିଛି।

ସେବେ ପୁଲିସ କହିଥିଲା, ୨୦୧୭ ଜାନୁଆରି ୩୦ ତାରିଖରେ ଆକାଶ ସ୍ଥାନୀୟ କେନାଲ ରୋଡ ନିକଟରେ ଥିବା ପୁଲିସ ଜାଣିପାରି ଚଢାଉ କରିଥିଲା। ପରେ ତାର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ଓସେଠାରେ ତାର ମୃତ୍ୟୁ ହୋଇଥିଲା। ପରିବାର ଲୋକେ କିନ୍ତୁ ଅଭିଯୋଗ କରିଥିଲେ ଯେ ଆକାଶକୁ ପୁଲିସ ପିଟି ପିଟି ହତ୍ୟା କରିଛି। ଏହି ମାମଲାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଶେଷରେ ମାମଲା ରୁଜୁ ହୋଇଛି ଓ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ଏଠାରେ ଉଲ୍ଲେଖଥାଉକି, ଆକାଶ ନାଁରେ ୧୪ଟି ମାମଲା ଥିବା ବେଳେ ୧୦ଟି ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା।

Leave A Reply

Your email address will not be published.