ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆଜି ନେବ ଅବପାତର ରୂପ

0

ଆଣ୍ଡାମାନସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ଅବପାତରେ ରୁପ ନେଇପାରେ । ୩ ତାରିଖ ଅର୍ଥାତ ଆସନ୍ତାକାଲି ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏବଂ ୪ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶାର ଉପକୂଳ ନିକଟବର୍ତ୍ତୀ ହେବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସମ୍ଭାବ୍ୟ ବାତ୍ୟା କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ଏବଂ ଏହାର ତୀବ୍ରତା କେତେ ରହିବ ତାହା ଆଜି ସ୍ୱଷ୍ଟ ହେବ ।

ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ବର୍ଷା ଓ ପବନର ପରିମାଣ ବଢିବ । ୩ରୁ ୫ ତାରିଖ ଯାଏଁ ଓଡିଶା ଉପକୂଳରେ ବର୍ଷା ଲାଗି ରହିବ । ରବିବାର ସକାଳେ ୪ଟି ଜିଲ୍ଲାରେ ଗଜପତି , ଗଞ୍ଜାମ,ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । ସେହିପରି ୫ତାରିଖ ସକାଳୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର,ଯାଜପୁର,ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଏଥପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବ ଗୁଲାବଠୁ ଅଧିକ ଓ ଫନିଠାରୁ କମ ରହିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ କହିଛନ୍ତି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପେ ଏହା ଉପକୂଳ ଛୁଇଁବାର ସମ୍ଭାବନା ଥିବାରୁ ଏହାର ପ୍ରଭାବ ଓଡିଶା ଉପରେ ଅଧିକ ମାତ୍ରାରେ ଦେଖବାକୁ ମିଳିପାରେ ।

ତେବେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର ଏନଡିଆରଏଫର ୨୫ଟି ଟିମ୍ ସଜାଗ ଥିବା ଏସଆରସି କହିଛନ୍ତି । ଏବଂ ଆହୁରି ୧୦ଟି ଟିମ ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ।ବର୍ଷା,ପବନ ସମୟରେ କେହି କଚ୍ଚା ଘରେ ନରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ସମୂଦ୍ର ଅଶାନ୍ତ ରହିବ ତେଣୁ ମତ୍ସଜୀବୀଙ୍କୁ ସମୂଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସେହିପରି ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ନୋଡାଲ ଅଫିସର ନିୟୋଜିତ ହେବା ସହ କୋଭିଡ ଗାଇଡଲାଇନ ପାଇଁ ମାସ୍କ,ସାନିଟାଇଜର,ମେଡିସନ ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.