ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ

0

ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଦିଲ୍ଲୀ ସରକାର ପେଟ୍ରୋଲ ଦର କମାଇଛନ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ପେଟ୍ରୋଲ ଦର କମ କରାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଯାହା ପରେ ପେଟ୍ରୋଲ ଦର ୮ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀ ସରକାର ବୈଠକରେ ପେଟ୍ରୋଲ ଉପରୁ ଭ୍ୟାଟକୁ ୩୦ ପ୍ରତିଶତରୁ କମ୍ କରି ୧୯.୪୦ ପ୍ରତିଶତ କରିଦେଇଛନ୍ତି । ପେଟ୍ରୋଲର ନୂଆ ଦାମ ଆଜି ମଧ୍ୟ ରାତ୍ରିରୁ ଲାଗୁ ହେବ ।

ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ, ଡିଜେଲ ଦର ଅହେତୁକ ବୃଦ୍ଧି ପାଇଥିଲା । ଅନେକ ଦିନ ଧରି ତୈଳ ଦର ବଢିବା ପରେ ଦୀପାବଳିରେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି ୫ ଟଙ୍କା ଓ ୧୦ ଟଙ୍କା କମ୍ କରିଥିଲେ । କେନ୍ଦ୍ର ନିଷ୍ପତି ପରେ ଅଧିକାଂଶ ବିଜେପି ଶାସିତ ରାଜ୍ୟ ନିଜ ରାଜ୍ୟରେ ତୈଳ ଦର ଉପରୁ ଭ୍ୟାଟ କମାଇଥିଲେ । ଏହା ପରେ ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼ର କଂଗ୍ରେସ ସରକାର ପେଟ୍ରୋଲ,ଡିଜେଲ ଉପରୁ ଭ୍ୟାଟ କମ କରିଥିଲେ । ଓଡିଶାରେ ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ କମାଇଥିଲେ ସରକାର ।

ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୩ ଟଙ୍କାରେ ବିକ୍ରି ହେଉଛି । ନୂଆ ଦର ଲାଗୁ ପରେ ପେଟ୍ରୋଲ ଦର ୧୦୦ ତଳକୁ ଖସିବ । ୯୫ ଟଙ୍କାକୁ ଖସିବ ପେଟ୍ରୋଲ ଦର । ଦିଲ୍ଲୀରେ ଡିଜେଲ ଦର ରହିଛି ୮୬.୬୭ ଟଙ୍କା । ଏବେ ମୁମ୍ବାଇରେ ପେଟ୍ରୋଲ ଦାମ ୧୦୯ ଟଙ୍କା ୯୮ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୪.୧୪ ଟଙ୍କାରେ ବିକ୍ରି ହେଉଛି । ସେହିପରି କୋଲକାତାରେ ପେଟ୍ରୋଲ ୧୦୪.୬୭ ଟଙ୍କା ଓ ଡିଜେଲ ୮୯.୭୯ ଟଙ୍କା ରହିଛି। ଚେନ୍ନାଇରେ ମଧ୍ୟ ପେଟ୍ରୋଲ ୧୦୧.୪୦ ଟଙ୍କା ଓ ଡିଜେଲ ୯୧.୪୩ ଟଙ୍କାରେ ସ୍ଥିର ରହିଛି ।

Leave A Reply

Your email address will not be published.