ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଦିଆସିଲି କାଠିରୁ ଗ୍ୟାସ ସିଲିଣ୍ଡର ସବୁ ମହଙ୍ଗା

0

ନୂଆଦିଲ୍ଲୀ: ମାସ ଆରମ୍ଭରୁ ମହଙ୍ଗା ମାଡ଼। ଆଜିଠୁ ଅର୍ଥାତ୍ ଡିସେମ୍ବର ୧ରୁ ୬ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁଥିପାଇଁ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଦିଆସିଲି କାଠିରୁ ନେଇକି ଗ୍ୟାସ ସିଲିଣ୍ଡର,ଟିଭି ଦେଖିବାଠୁ ନେଇକି ମୋବାଇଲରେ କଥା ହେବା ପର୍ଯ୍ୟନ୍ତ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ।। ଆସନ୍ତୁ ଜାଣିବାକୁ କେଉଁଥି ପାଇଁ ଆପଣଙ୍କ ପକେଟରୁ ଆଜିଠୁ ଅଧିକ ଟଙ୍କା ଯିବ..

()ଗ୍ୟାସ ସିଲିଣ୍ଡର ମହଙ୍ଗା: ଆଜିଠୁ ଗ୍ୟାସ ସିଲିଣ୍ଡର ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ସରକାରୀ ତୈଳ କମ୍ପାନୀ ଗ୍ୟାସ ସିଲିଣ୍ଡର ମୂଲ୍ୟ ପ୍ରାୟ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି। କମର୍ସିଆଲ ଅର୍ଥାତ ବ୍ୟାବସାୟିକ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୨ ହଜାର ୧୦୧ ଟଙ୍କାରେ ପହଞ୍ଚିଛି। ଘରୋଇ ଗ୍ୟାସର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

() ଦିଆସିଲି କାଠି: ୧୪ ବର୍ଷ ପରେ ଦିଆସିଲି କାଠି ମହଙ୍ଗା ହୋଇଛି। ଆଜିଠୁ ଆପଣଙ୍କୁ ଦିଆସିଲି କାଠିର ଡବା କିଣିବାକୁ ହେଲେ ଟଙ୍କାଟେ ଯାଗାରେ ୨ ଟଙ୍କା ଦେବାକୁ ପଡିବ। ଏହା ପୂର୍ବରୁ ୨୦୦୭ରେ ଦିଆସିଲି କାଠି ଡବା ୫୦ ପଇସାରୁ ବଢି ଟଙ୍କାଟେ ହୋଇଥିଲା। ଦିଆସିଲି ନିର୍ମାତାଙ୍କ କହିବା ଅନୁସାରେ, ଦିଆସିଲି ପ୍ରସ୍ତୁତିରେ ବ୍ୟବହୃତ ୧୪ଟି ପଦାର୍ଥର ଦାମ ବଢିବାରୁ ମୂଲ୍ୟ ବୃଦ୍ଧି କରାଯାଇଛି।

() ଜିଓ ରିଚାର୍ଜ ମହଙ୍ଗା: ଜିଓ ଗ୍ରାହକଙ୍କୁ ବି ବଡ଼ ଝଟକା ଲାଗିଛି। ଆଜିଠୁ ଅର୍ଥାତ ଡିସେମ୍ବର ୧ରୁ ରିଲାନ୍ସ ଜିଓ ଫୋନ ରିଚାର୍ଜ ମହଙ୍ଗା କରିଦେଇଛି। ଜିଓ ୨୪ ଦିନରୁ ନେଇକି ୩୬୫ ଦିନ ଯାଏ ଭ୍ୟାଲିଡିଟି ପ୍ଲାନର ମୂଲ୍ୟ କେବେଳ ବୃଦ୍ଧି କରିନାହିଁ। ନଭେମ୍ବର ଶେଷରେ ମଧ୍ୟ ଏୟାରଟେଲ, ଭୋଡାଫୋନ-ଆଇଡିଆ ରିଚାର୍ଜ ପ୍ଲାନର ମୂଲ୍ୟ ବଢାଇଥିଲେ। ଜିଓର ପ୍ରିପେଡ ଗ୍ରାହକଙ୍କୁ ୮ରୁ ୨୦ ପ୍ରତିଶତ ଅଧିକ ଟଙ୍କା ଦେବାକୁ ହେବ।

()ଏସବିଆଇ କ୍ରେଡିଟ କାର୍ଡ: ଯଦି ଆପଣ ଡିସେମ୍ବର ୧ରୁ ଏସବିଆଇ କ୍ରେଡିଟ କାର୍ଡ ଇଏମଆଇ ମାଧ୍ୟମରେ କିଛି କିଣିବାକୁ ଚାହୁଁଛନ୍ତି , ତେବେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ଆଜିଠୁ ଇଏମଆଇରେ କିଣୁଥିବା ସମସ୍ତ ଜିନିଷ ଉପରେ ୯୯ ଟଙ୍କା ଅଧିକ ଦେବାକୁ ପଡିବ। ଯଦି ଆପଣ ରିଟେଲ ଆଉଟଲେଟ, ଆମାଜନ, ଫ୍ଲିପକାର୍ଟ ପରି ଇକମର୍ସ ୱେବସାଇଟରୁ ଇଏମଆଇରେ କିଣନ୍ତି, ତେବେ ପ୍ରୋସେସିଂ ଫି ଦେୟ ଦେବାକୁ ପଡିବ।

()ପିଏନବି: ପିଏନବିର ସେଭିଂ ଆକାଉଣ୍ଟ ଧାରୀଙ୍କୁ ମଧ୍ୟ ଏକ ବଡ଼ ଝଟକା ଲାଗିପାରେ। ବ୍ୟାଙ୍କ ସଞ୍ଚୟ ଆକାଉଣ୍ଟରୁ ସୁଧ ହାର ହ୍ରାସ କରିଛି । ବ୍ୟାଙ୍କ ବାର୍ଷିକ ସୁଧ ହାରକୁ ୨.୯୦ ପ୍ରତିଶତରୁ ୨.୮୦ ପ୍ରତିଶତକୁ ହ୍ରାସ କରିଛି। ଏହା ଆଜିଠୁ କାର୍ଯ୍ୟକାରୀ ହେବ।

Leave A Reply

Your email address will not be published.