ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଓଡ଼ିଶାରେ ବଂଶଲ, ଆଜି ନୂଆ ମୁଖିଆ ପାଇବ ପୁଲିସ ବିଭାଗ

0
  • ଅବସର ପରେ ଅଭୟଙ୍କୁ ମିଳିପାରେ ପ୍ରାଇଜ ପୋଷ୍ଟ
  • ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ହୋଇପାରନ୍ତି

କଟକ: କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସ୍ବତନ୍ତ୍ର ନିର୍ଦେଶକ ଦାୟିତ୍ବ ଛାଡି ଗୁରୁବାର ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ସୁନୀଲ କୁମାର ବଂଶଲ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଆଜି ଅପରାହ୍ନରେ ରାଜ୍ୟର ନୂଆ ପୁଲିସ ମୁଖିଆ ଭାବେ ସେ ଦାୟିତ୍ବ ନେବେ। ଅର୍ଥାତ୍ ଡିଜି ଅଭୟଙ୍କ ପରିବର୍ତ୍ତେ ସେ ହେବେ ନୂଆ ପୁଲିସ ଡିଜି। ଅପରାହ୍ନରେ ଦାୟିତ୍ବଗ୍ରହଣ କାର୍ଯ୍ୟାଳୟ ପୁଲିସ ମୁଖ୍ୟାଳୟରେ ହେବ। ଏହା ଉପରେ ଏବେ ପୁଲିସ ବିଭାଗର ପୂରା ନଜର ରହିଛି।

ଅନ୍ୟପକ୍ଷରେ ରାଜ୍ୟ ସରକାର ଡିଜି ଅଭୟଙ୍କୁ ଗୋଟିଏ ପ୍ରାଇଜ ପୋଷ୍ଟ ଦେବାକୁ ଯାଉଥିବା ସୂଚନା ମିଳୁଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇପାରେ। ଏଭଳି ପଦବି ରାଜ୍ୟରେ ନୂଆକରି ସୃଷ୍ଟି ହେବ। ସେ ସୁରକ୍ଷା ସଂକ୍ରାନ୍ତରେ ସରକାରଙ୍କୁ ପରାମର୍ଶ ଦେବେ। ବିଶେଷକରି ନକ୍ସଲ ଦମନ କ୍ଷେତ୍ରରେ ତାଙ୍କର ବଡ ଭୂମିକା ରହିପାରେ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ନୂଆ ପୁଲିସ ମହାନିର୍ଦେଶକ ରାଜ୍ୟ ସହ ପାଖାପାଖି ୨୭ବର୍ଷ ପ୍ରତ୍ୟକ୍ଷ ସଂପର୍କରେ ନଥିଲେ। ଏଣୁ ତାଙ୍କୁ ସହଯୋଗ କ୍ଷେତ୍ରରେ ମଧ୍ୟ ଅଭୟ ଗୁରୁ ଦାୟିତ୍ବ ନିଭାଇପାରିବେ। ପୂର୍ବରୁ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଆର୍ ବାଲକ୍ରିଷ୍ଣନ୍ ଓ ପୂର୍ବତନ ମୁଖ୍ୟସଚିବ ଅସିତ ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

ଉଲ୍ଲେଖଥାଉକି, ୧୯୮୭ ବ୍ୟାଚ୍ ଆଇପିଏସ୍ ଶ୍ରୀ ବଂଶଲ ୧୯୯୪ରୁ କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ବିଶେଷକରି ଗୁଇନ୍ଦା ବିଭାଗରେ ତାଙ୍କର ଭୂମିକା କେନ୍ଦ୍ର ସରକାରରେ ବେଶ୍ ପ୍ରଶଂସନୀୟ ଥିଲା। ଅନ୍ୟପକ୍ଷରେ ୨୦୧୯ ଡିସେମ୍ବର ୯ ତାରିଖରେ ଶ୍ରୀ ଅଭୟ ଡିଜିପି ଭାବେ କାର୍ଯ୍ୟ କରି ଆସୁଥିଲେ। ଶୁକ୍ରବାର ସେ ଅବସର ନେବା ପରେ ଶ୍ରୀ ବଂଶଲ ଦାୟିତ୍ବ ନେବେ।

Leave A Reply

Your email address will not be published.