ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତବର୍ଷର ମର୍ଯ୍ୟାଦାଜନକ ମହୁରି ସମ୍ମାନ

0

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟ ସାଧିକା ତଥା ଆଗଧାଡିର କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ‘ମହୁରି ସମ୍ମାନ’ ପାଇବେ। ଚୟନ କମିଟି ଏ ସଂକ୍ରାନ୍ତ ନିଷ୍ପତ୍ତିରେ ମୋହର ମାରିବାପରେ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନିଜର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ପ୍ରବନ୍ଧ ପୁସ୍ତକ ଓ ଦୁଇ ଦୁଇଟି ଉପାନ୍ୟାସ ପାଇଁ ଡ. ପଣ୍ଡା ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ଜଣାଶୁଣା। ୨୦୧୧ରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଡ. ପଣ୍ଡା ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଗୁରୁତ୍ବପୂର୍ଣ୍ଣ ପୁରସ୍କାର ଲାଭ କରିଛନ୍ତି ଓ ସମ୍ବର୍ଧିତ ହୋଇଛନ୍ତି। ତାଙ୍କ କବିତା କେବଳ ସ୍ବତନ୍ତ୍ର ତା ନୁହେଁ, ଅତ୍ୟନ୍ତ ସ୍ପଷ୍ଟ ସଙ୍କେତ ରଖିଥାଏ। ସବୁ ଲେଖାଗୁଡିକ ଅତ୍ୟନ୍ତ ପ୍ରାସଙ୍ଗିକ।

ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଡ. ପଣ୍ଡା ଛାତ୍ରୀ ଜୀବନରୁ ସାହିତ୍ୟରେ ରୁଚି ରଖିଛନ୍ତି। ତାଙ୍କର ଏକାଧିକ ହିନ୍ଦୀ ଓ ଇଂରାଜୀ ଅନୁବାଦ ରହିଛି। ଜଣେ ମେଧାବୀ ସାମ୍ବାଦିକ ଭାବେ ସେ ଜଣାଶୁଣା। ସେ ସାମ୍ବାଦିକତା ଶିକ୍ଷା ଲାଗି ଆଇଆଇଏମସି ଅନୁଷ୍ଠାନରୁ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଏବେ ତାଙ୍କ ସଂପାଦନାରେ ସାହିତ୍ୟ ପତ୍ରିକା ‘ଅନ୍ୟା’ ପ୍ରକାଶ ପାଉଛି। ସଂପ୍ରତି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଏକାଡେମିକ୍ କାଉନସିଲର ସଦସ୍ୟ ଅଛନ୍ତି। ଡ. ପଣ୍ଡା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜଙ୍କ ଧର୍ମପତ୍ନୀ।

ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ପ୍ରତିବର୍ଷ ଏହି ସମ୍ମାନ ଦିଆଯାଏ।

Leave A Reply

Your email address will not be published.