ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଶୋକସଭାରେ ବସିଥିଲେ, କିଛି କ୍ଷଣ ପରେ ତାଙ୍କ ପାଇଁ ଶୋକରେ ରାଜ୍ୟ

0

ହୃଦଘାତରେ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଶୁକ୍ରବାର ଅନ୍ତ୍ୟେଷ୍ଟି, ବିଜୁ ଜନତା ଦଳକୁ ଶକ୍ତ ଧକକା

ଅଢେଇ ବର୍ଷ ଭିତରେ ଚାରି ବିଧାୟକ ପ୍ରାଣ ହରାଇଲେଣି

ଜଣେ ବିଜେପିର, ଅନ୍ୟ ତିନି ଜଣ ବିଜେଡି ବିଧାୟକ

ଭୁବନେଶ୍ବର: ଦିନ ସାରା ବ୍ରଜରାଜନଗରରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଅପରାହ୍ନରେ ଆସିଥିଲେ ଝାରସୁଗୁଡା। ଜଣେ ବିଜେଡି ସଭ୍ୟଙ୍କ ବିୟୋଗରେ ଗୋଟିଏ ଶୋକସଭାରେ ଯୋଗଦେଇଥିଲେ। ହେଲେ କିଛି କ୍ଷଣ ପରେ ତାଙ୍କ ପାଇଁ ସାରା ରାଜ୍ୟରେ ଶୋକର ଛାୟା ଖେଳିଗଲା। ସଭାସ୍ଥଳରେ ବସିଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଓ ବେହୋସ୍ ହୋଇଗଲେ। ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଏମିତି ଢଙ୍ଗରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କର ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟାରେ ପରଲୋକ ଘଟିଛି। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସ୍ବର୍ଗତ ମହାନ୍ତି ଜଣେ ଶାନ୍ତ ଓ ସରଳ ପ୍ରକୃତିର ନେତା ଭାବେ ସାରା ରାଜ୍ୟରେ ଜଣାଶୁଣା। ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରିମଣ୍ଡଳର ସଦସ୍ୟ, ପିସସିି ସଭାପତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସ୍ବର୍ଗତ ମହାନ୍ତି ଅସୁସ୍ଥ ହେବା ପରେ ପ୍ରଥମେ ତାଙ୍କୁ ଦଳୀୟ କର୍ମୀମାନେ ଘରକୁ ନେଇଥିଲେ।ପରେ ସ୍ଥାନୀୟ ଜୈନ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ଥିଲେ। ଶୁକ୍ରବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ।

୧୯୮୪ରେ ଜଣେ କାଉନସିଲର ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସ୍ବର୍ଗତ ମହାନ୍ତି। ୧୯୯୦ରେ ପ୍ରଥମେ ବିଧାନସଭାକୁ ଆସିଥିଲେ ଓ ଜିଲ୍ଲା ଗଠନରେ ତାଙ୍କର ଗୋଟିଏ ଭୂମିକା ଥିଲା। ଝାରସୁଗୁଡାରୁ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମେ ଜନତାଦଳ ଟିକେଟରେ ପରେ ବିଜେଡିରୁ ନିର୍ବାଚିତ ହୋଇ ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ବାଚସ୍ପତି ହୋଇଥିଲେ। ଏହା ପରେ ସେ ପରେ ୨୦୧୯ରୁ ସେ ବିଜେଡି ଟିକେଟରେ ବ୍ରଜରାଜନଗରରୁ ନିର୍ବାଚନ ଲଢିଥିଲେ। ଗତ ସରକାରରେ ସେ ପରାଜୟ ବରଣ କରିବା ପରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ମଧ୍ୟ ସଫଳତାର ସହିତ ଦାୟିତ୍ବ ତୁଲାଇଥିଲେ।

ଏଠାରେ ଉଲ୍ଲେଖଥାଉକି, ଏହି ସରକାର ସମୟରେ ବିଜେପିର ମଦନମୋହନ ଦତ୍ତ, ବିଜେଡିର ବିଷ୍ମୁଚରଣ ଦାସ ,ପ୍ରଦୀପ ମହାରଥୀଙ୍କର ବିୟୋଗ ହୋଇଥିଲା। ଏବେ ଶ୍ରୀ ମହାନ୍ତିଙ୍କ ପରଲୋକ ବିଜେଡିକୁ ଶକ୍ତି ଆଘାତ ଦେଇଛି। ନିର୍ବାଚନ ପୂର୍ବରୁ ଟିକେଟ୍ ପାଇ ଦଳର ତୁଙ୍ଗ ନେତା ବେଦ ପ୍ରକାଶ ଅଗ୍ରଓ୍ବାଲ ବି ପ୍ରାଣ ହରାଇଥିଲେ।

Leave A Reply

Your email address will not be published.